Advertisment

ବିଜ୍ଞାପନ ନିର୍ମାତାମାନେ ମାଙ୍କଡ ନଚାଳି ହୋଇଯାଇଛନ୍ତି, ବଡ ବଡ ଷ୍ଟାର୍ ମାଙ୍କଡ଼ ନାଚ ପ୍ରଦର୍ଶନ କରୁଛନ୍ତି: ମୁକେଶ ଖାନ୍ନା

ମୁକେଶ ଖାନ୍ନା ତାଙ୍କ ଶବ୍ଦକୁ ବୁଲେଇ ବଙ୍କେଇ କୁହନ୍ତି ନାହିଁ। ବର୍ତ୍ତମାନ, ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଥିବା ଏକ ଭିଡିଓ ମାଧ୍ୟମରେ ଅଭିନେତା ପାନ ମସଲାର ବିଜ୍ଞାପନ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଉପରେ କଡା ଶବ୍ଦ ପ୍ରୟୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Mukesh khanna recently criticized actors doing pan masala ad

Mukesh khanna recently criticized actors doing pan masala ad

Advertisment

ଅଭିନେତା ମୁକେଶ ଖାନ୍ନା ତାଙ୍କ ଖୁଲମଖୁଲା କଥା ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୁକେଶ ଖାନ୍ନା ତାଙ୍କ ଶବ୍ଦକୁ ବୁଲେଇ ବଙ୍କେଇ କୁହନ୍ତି ନାହିଁ। ବର୍ତ୍ତମାନ, ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଥିବା ଏକ ଭିଡିଓ ମାଧ୍ୟମରେ ପାନ ମସଲାର ବିଜ୍ଞାପନ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଉପରେ କଡା ଶବ୍ଦ ପ୍ରୟୋଗ କରିଛନ୍ତି। ଅଭିନେତାଙ୍କ ଏହି ପୋଷ୍ଟ ଲୋକଙ୍କ ପ୍ରଶଂସା ଏବଂ ସମର୍ଥନ ମଧ୍ୟ ପାଇଛି। ତେବେ ଆସନ୍ତୁ ଜାଣିବା ଅଭିନେତା କ’ଣ କହିଛନ୍ତି।

Advertisment

ଅଭିନେତା ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ବିଜ୍ଞାପନର ଦୁନିଆ କ’ଣ ଚକାଚକ ଏବଂ ଟଙ୍କାର ଦୁନିଆରେ ପରିଣତ ହୋଇଯାଇଛି ? ଟଙ୍କା ପକାଅ ଏବଂ ନାଟକ ଦେଖ! ଏହା କ’ଣ ଏହାର ଆଧାର ହୋଇଗଲାଣି ? ଟଙ୍କା ଦେଇଦିଅ ଆଉ କିଛି ବି ଅର୍ଡର କର। ମଡେଲ ଏବଂ କଳାକାରମାନଙ୍କର ଲକ୍ଷ୍ୟ କ’ଣ କେବଳ ଟଙ୍କା ରୋଜଗାର କରିବା ?”

ମୁକେଶ ଖାନ୍ନା ଆହୁରି ଲେଖିଛନ୍ତି, “ସେମାନଙ୍କ ବିବେକ, ସେମାନଙ୍କ ଦାୟିତ୍ୱ ସମାଜ ପ୍ରତି, ଯୁବକଙ୍କ ପ୍ରତି ନଗଣ୍ୟ ହୋଇଯାଇଛି। କୌଣସି ଜିନିଷ, କୌଣସି ଉତ୍ପାଦ ବିଷୟରେ ଯେତେ ଭଲ କହିବା, ତାହା ପଛେ ସବୁଠାରୁ ଖରାପ ହୋଇଥାଉ, ସେମାନଙ୍କ ଧର୍ମରେ ପରିଣତ ହୋଇଛି। କାରଣ ସେମାନେ ଏହି କାମ ପାଇଁ ଦରମା ପାଉଛନ୍ତି !! ଟଙ୍କା ଟଙ୍କା ଟଙ୍କା !!! କେତେ ଆଉ ଟଙ୍କା ରୋଜଗାର କରିବ !! ଏହା ସତ୍ତ୍ୱେ, ଆପଣଙ୍କ ପାଖରେ ଏହାଠାରୁ ଅଧିକ ଅଛି।”

Advertisment

କେବଳ ଏତିକି ନୁହେଁ ଅଭିନେତା ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, “ହଁ, ମୁଁ ବଡ ବଡ ତାରକାଙ୍କ ବିଷୟରେ କହୁଛି। ବିଜ୍ଞାପନ ନିର୍ମାତାମାନେ ଏବେ ମାଙ୍କଡ ନଚାଳି ହୋଇଯାଇଛନ୍ତି ଏବଂ କଳାକାରମାନେ ସେମାନଙ୍କର ଡମ୍ୱରୁ ବାଜାରେ ମାଙ୍କଡ଼ ନାଚ ପ୍ରଦର୍ଶନ କରୁଛନ୍ତି। ତେବେ ସେ ସାଫ୍ରନ୍ ହେଉ କି ୱାଇଲ୍ଡ ରମ, ବା ଗୁଟ୍‌କା-ମଦ ହେଉ। ଏହି ଲୋକମାନେ ଉତ୍ପାଦର ବିଶ୍ୱସନୀୟତା ଯାଞ୍ଚ ନ କରି କିଛି ବି କହିଯାଉଛନ୍ତି! କାହିଁକି? କାରଣ ଏଥିପାଇଁ ସେମାନଙ୍କୁ ସେମାନଙ୍କ ଫିସ୍‌ ନାଁରେ ବିପୁଳ ପରିମାଣର ଅର୍ଥ ଦିଆଯାଉଛି।”

Advertisment

ଶେଷରେ, ବିଜ୍ଞାପନ ବୃଦ୍ଧିର ପ୍ରଭାବକୁ ନେଇ ସେ ଲେଖିଛନ୍ତି, “ଏହା ସମାଜ, ଯୁବବର୍ଗ, ସ୍ୱାସ୍ଥ୍ୟ ଏବଂ ଲୋକଙ୍କ ମନରେ କେତେ ଖରାପ ପ୍ରଭାବ ପକାଉଛି ତାହା କେହି ବି ଚିନ୍ତା କରୁ ନାହାନ୍ତି। ନା ସରକାର, ନା ପୋଲିସ, ନା ସୋସିଆଲ ମିଡିଆ ଚଳାଉଥିବା ବିଭିନ୍ନ ପ୍ଲାଟ୍‌ଫର୍ମ।”

Bollywood Mukesh Khanna Actor Mukesh Khanna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ