Advertisment

ଅନୁଭବ କହିଲେ- ‘ବର୍ଷା, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’

ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’ ବୋଲି ଅନୁଭବ ବର୍ଷାଙ୍କୁ କହିଛନ୍ତି।

ଅଦ୍ୟତନ ହୋଇଛି
Anubhav Mohanty

Anubhav Mohanty

Advertisment

ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା । ସୋସିଆଲ ମିଡିଆ ଏକ୍ସରେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।

Advertisment

ଅନୁଭବ ଲେଖିଛନ୍ତି, ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି । ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି । ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

Anubhav MohantyAnubhav Mohanty

‘ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେବା ମୁଁ ଚାହେଁନି। କିନ୍ତୁ ଯେହେତୁ ବିଚ୍ଛେଦ ସୁନିଶ୍ଚିତ ତେଣୁ ଏହା ସମ୍ମାନଜନକ ହେଉ ବୋଲି ଅନୁଭବ ସୋସିଆଲ ମିଡିଆରେ ଲେଖିବା ସହ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି । ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି।

Advertisment

Varsha Priyadarshini Anubhav Mohanty Anubhav- Varsha Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ