Advertisment

ପରଦାକୁ ଆସିଲା ଛାତି ଥରାଇଦେଲା ପରି ଫିଲ୍ମ

ଯିଏ ଦେଖୁଛି ସିଏ କହୁଛି ଫେରିଲେ 'ରକି ଭାଇ'

Kantara Beats KGF

Kantara Beats KGF

Advertisment

କେଜିଏଫ୍‌ର ନିଶା ମୁଣ୍ଡରୁ ନଓହ୍ଲାଉଣୁ ପୁଣି ଏକ ଧମାକା। ଆଖି ଝଲସାଇଦେଲା ଭଳି ସିନ୍, ଡରାଇ ଦେଲା ଭଳି କାହାଣୀ। ରିଲିଜ୍ ହେବା ପରେ ଏବେ ପ୍ରଶଂସା ଓ ସାଉଁଟାଉଛି କନ୍ନଡ଼ ଫିଲ୍ମ କାନ୍ତରା। ପାନ୍ ଇଣ୍ଡିଆରେ ଫିଲ୍ମ ରିଲିଜ୍ ହେବାକୁ କଣ ଦରକାର ? ପବ୍ଲିସିଟି, ପ୍ରମୋସନ୍ ଆଉ ଧମାକେଦାର୍ ହିନ୍ଦୀ ଗୀତ। ଏସବୁକୁ ନେଇ କେଜିଏଫ୍ ଦର୍ଶକଙ୍କ ପାଖକୁ ଆସିଥିଲା। ଆଉ ଏବେ ଏମିତି କିଛି କ୍ଲାସ୍ ଆଉ ମାସ୍ ସିନେମା ହେଉଛି କାନ୍ତାରା। ଯାହା କେଜିଏଫ୍ ବି ପଛରେ ପକାଇ ଦେଇଛି। କେଜିଏଫ୍ ଭଳି ୟେ ବି ସେହି କନାଡା ଫିଲ୍ମ, ଆଉ ୟେ ବି ସେହି ହୋମ୍ବଲି ପ୍ରଡକ୍ସନ୍‌ର ଫିଲ୍ମ। କେଜିଏଫ୍ ସହ ଏହାକୁ ତୁଳନା କରିବା ପାଇଁ ଆଉ ଏକ ବଡ଼ କାରଣ ହେଉଛି ଏହାର ଭଏସ୍। ୟଶଙ୍କ ହିନ୍ଦୀ ଭଏସ୍ ଦେଇଥିବା ସଚିନ୍ ଗୋଲି ବି ଏଠି ମେନ୍ ଲିଡ୍ ଅର୍ଥାତ ରିଷବ ସେଟ୍ଟୀଙ୍କ ଭଏସ୍ ଓଭର ଆର୍ଟିଷ୍ଟ। ସିନେମା ଦେଖିଲା ବେଳେ ଆପଣଙ୍କୁ ରକି ଭାଇଙ୍କ କଥା ମନେ ପଡ଼ିବ।

Advertisment

ଗତ କିଛି ଦିନ ଧରି ଆପଣ ମାନେ ଏହାର ଟ୍ରେଲର ଓ ଏହାର ରିଭ୍ୟୁକୁ ନେଇ ଅନେକ କଥା ଶୁଣିଥିବେ। ମୂଳ କନ୍ନଡ଼ ଭାଷାରେ ଏହା ଦୁଇ ସପ୍ତାହ ପୂର୍ବରୁ ରିଲିଜ୍ ହୋଇଥିଲା। ହେଲେ ଲୋକଙ୍କ ଦାବି ଓ ଉତ୍କଣ୍ଠା ଯୋଗୁଁ ଏହାକୁ ପୁଣି ହିନ୍ଦୀରେ ରିଲିଜ୍ କରାଯାଇଛି। ବିନା କୌଣସି ପବ୍ଲିସିଟିରେ ଉତ୍ତର ଭାରତ ଏବଂ ଓଡ଼ିଶାର ଅନେକ ସିନେମା ହଲ୍‌ରେ ଏହାକୁ ଲୋକେ ଦେଖୁଛନ୍ତି। ଆଉ ଏହାକୁ ଦେଖିବା ପରେ ଦର୍ଶକଙ୍କ ଛାତି ଥରି ଉଠିଛି। ଛୋଟ କାହାଣୀକୁ କିପରି ବଡ଼ ଆକାରରେ ପରିବେଷଣ କରାଯାଇ ପାରିବ ତାହା କନଡ୍ ସିନେମାଠୁ ଶିଖିବା କଥା।

କେଜିଏଫ୍‌ରେ ଯେପରି ଇମୋସନ୍, ଲଭ୍, ଟ୍ରାଜେଡି ରହିଛି ଠିକ୍ ଏଠି ବି କିନ୍ତୁ କିଛି ଦେଶୀ ଛୁଙ୍କ ସହ। କାହାଣୀକୁ ପରିବେଷଣ କରିବା ଶୈଳୀ ହିଁ ଏହାକୁ ଅନ୍ୟଠୁ ଅଲଗା କରିଛି। କର୍ଣ୍ଣାଟକର କାମ୍ବାଲା ଦୌଡ଼, କୋଲା ନୃତ୍ୟକୁ ଏତେ ଲାର୍ଜର ଦ୍ ଲାଇଫ୍ ଭାବେ ପରିବେଷଣ କରାଯାଇପାରିବ ତାହା ଭାବିବା ବି ସମ୍ଭବ ନୁହେଁ।ସଂଳାପ ଓ ଡାଇଲଗ୍ ଏହାର ୟୁଏସପି ା ଯେମିତି ରାତ୍ କୋ ଲୋହା ଧାର ନହିଁ କରତା, ଦମ୍ ମାରତା ହୁଁ, ଆଉ ଏକ ସିନ୍‌ରେ ହିରୋ ରିଷବ ସେଟ୍ଟୀ ଘଡ଼ିକୁ ଦେଖି କୁହନ୍ତି କି...ଏବେ ଆମ ଦିଗରେ ହିଁ ସମୟ।

Advertisment

କିଛି ଫାଇଟ୍ ସିନ୍ ଆପଣଙ୍କୁ ନୂଆ ଲାଗିବ। ଚିରାଚରିତ ଢଙ୍ଗରୁ ସମ୍ପୂର୍ଣ୍ଣ ଅଲଗା, ଯାହାକୁ ଆପଣ ଦେଖିଛନ୍ତି ତଥାପି ତାହା ନୂଆ ଅନୁଭୂତି ଦେବ। କାହାଣୀ ଲେଖିବା ସହଜ କିନ୍ତୁ ତାଙ୍କୁ ପରଦାରେ ଉତାରିବା ଆଉ ସଫଳତାର ସହ ତାହା ବହୁ କଷ୍ଟ। କାହାଣୀ, ନିର୍ଦ୍ଦେଶନା ଏବଂ ଅଭିନୟ ବି ରିଷବ ସେଟ୍ଟୀ କରିଛନ୍ତି।କାନ୍ତାରାର ଅର୍ଥ ହେଉଛି ରହସ୍ୟମୟୀ ଜଙ୍ଗଲ। କାହାଣୀ ଆରମ୍ଭ ହୁଏ ୧୮୦୦ ମସିହାର କର୍ଣ୍ଣାଟକର ଏକ ରାଜାଙ୍କ ପାଖରୁ। ଯିଏ ଧନ ସମ୍ପତ୍ତି ଥିବା ସତ୍ତ୍ୱେ ଶାନ୍ତିର ସନ୍ଧାନ କରିବାକୁ ବାହାରି ପଡ଼େ। ଘଞ୍ଚ ଜଙ୍ଗଲ ଭିତରେ ଏକ ପଥର ଭଗବାନଙ୍କ ପାଖରେ ମିଳେ ଅପରୂପ ତୃପ୍ତି।

ବାସ୍ ଭଗବାନକୁ ଘରକୁ ନେବାକୁ ଚେଷ୍ଟା କରେ। ହେଲେ ଗାଁର ମୁଖିଆ, ଯାହାଙ୍କ ପାଖକୁ ଭଗବାନ ଆସନ୍ତି, ଯେପରି ଆମ ଗାଁ କାଳିସୀ ଆସେ ଠିକ୍ ସେହିପରି। ଗାଁ ଲୋକଙ୍କୁ ରାଜା ନିଜ ସମ୍ପତ୍ତି ଦେବେ ଆଉ ଭଗବାନକୁ ନେଇଯିବେ। ହେଲେ କିଛି ବର୍ଷ ଗଲା ପରେ ରାଜାଙ୍କ ପରିବାର ଲୋକେ ଏହି ଜମିକୁ ନେବାକୁ ଚେଷ୍ଟା କରନ୍ତି। କାହାଣୀରେ ଫରେଷ୍ଟ ଅଫିସରଙ୍କୁ ଦେଖିବାକୁ ମିଳିବ। କିଛି କିଛି ପୁଷ୍ପାର କାହାଣୀ ଆପଣଙ୍କୁ ମନେ ପକାଇ ଦେବ। ଫିଲ୍ମରେ ରିଷବ ସେଟ୍ଟୀଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କ ସମ୍ପର୍କରେ ଆପଣ ନା ପୂର୍ବରୁ ଜାଣିଥିବେ ନା ଶୁଣିଥିବେ। ହେଲେ କାନ୍ତାରା ଦେଖିବା ପରେ ନିଶ୍ଚିତ ଏମାନେ ସବୁ ବେଳେ ମନେ ରହିବେ।

Advertisment
KGF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ