Advertisment

ସ୍ୱାମୀଙ୍କ ଜନ୍ମଦିନରେ ମୌନୀ ରାୟଙ୍କ ରୋମାଣ୍ଟିକ୍ ୱିସ୍

ସ୍ୱାମୀ ସୂରଜ ନାମ୍ବିଆରଙ୍କ ଜନ୍ମଦିନ ଥିବାରୁ ମୌନୀ ବିଶେଷ ଢଙ୍ଗରେ ତାଙ୍କୁ ୱିସ୍ କରିଛନ୍ତି। ଏହା ସହିତ ସେ ସୋସିଆଲ ମିଡିଆରେ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଛନ୍ତି।

ଅଦ୍ୟତନ ହୋଇଛି
Mouni Roy wishes her husband on his birthday with romantic photos

Mouni Roy wishes her husband on his birthday with romantic photos

Advertisment

ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୌନୀ ରାୟ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ସେ ପ୍ରାୟତଃ ପ୍ରଶଂସକମାନଙ୍କ ସହିତ ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ଆଜି ତାଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କ ଜନ୍ମଦିନ ଥିବାରୁ ମୌନୀ ବିଶେଷ ଢଙ୍ଗରେ ସୂରଜଙ୍କୁ ୱିସ୍ କରିଛନ୍ତି। ଏହା ସହିତ ସେ ସୋସିଆଲ ମିଡିଆରେ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଛନ୍ତି।

Advertisment

ଫଟୋଗୁଡିକୁ ଶେୟାର୍ କରି ମୌନୀ ଲେଖିଛନ୍ତି, “ଜନ୍ମ ଦିନର ଶୁଭେଛା ମୋ ଜୀବନର ଉଜ୍ଜ୍ୱଳତା ଏବଂ ଦୁନିଆର ସବୁଠୁ ଭଲ ଆଲିଙ୍ଗନ ଏବଂ ଚୁମ୍ବନ ଦେଲା ବାଲା... ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ ସହିତ ରହିବାକୁ ଅପେକ୍ଷା କରିପାରିବି ନାହିଁ। ତୁମେ ମୋର ସବୁକିଛି ଏବଂ ମୋର ସବୁଠାରୁ ସୁନ୍ଦର ଅଂଶ।” ଏହା ସହିତ ସେ ଆହୁରି ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଉଭୟ ଏକ ରୋମାଣ୍ଟିକ୍ ଷ୍ଟାଇଲ୍‌ରେ ନଜର ଆସିଛନ୍ତି। କିଛି ଫଟୋରେ ଉଭୟ ଚୁମ୍ବନ ଦେଉଛନ୍ତି।

ମୌନୀ ଚଳିତ ବର୍ଷ ସୂରଜ ନାମ୍ବିଆରଙ୍କ ସହ ବିବାହର ବନ୍ଧନରେ ବନ୍ଧା ହୋଇଥିଲେ। ୨୦୧୯ ରେ ମୌନୀ ଯେତେବେଳେ ପ୍ରଥମ ଥର ପାଇଁ ସୂରଜଙ୍କୁ ଭେଟିଥିଲେ ସେ ତାଙ୍କ ପ୍ରେମରେ ପଡିଯାଇଥିଲେ ଆଉ ହୃଦୟ ଦେଇଦେଇଥିଲେ। ଏହା ପରେ, ବହୁ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ, ଦୁହେଁ ୨୦୨୧ ରେ ସେମାନଙ୍କର ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ମୌନୀ ପ୍ରାୟତଃ ସୂରଜଙ୍କ ସହିତ ତାଙ୍କର ରୋମାଣ୍ଟିକ ଫଟୋ ଶେୟାର କରନ୍ତି। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି।

Advertisment

ମୌନୀଙ୍କ କାମର କଥା ଆଲୋଚନା କଲେ ତାଙ୍କୁ ଖୁବ୍ ଶୀଘ୍ର ଆୟାନ୍ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ଏହାକୁ ନେଇ ନିର୍ମାତା ଆଶାବାଦୀ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୯ରେ ପ୍ରେକ୍ଷାଳୟକୁ ଆସିବ।

Bollywood Mouni Roy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ