Advertisment

ଶାହାରୁଖଙ୍କ ଏହି ୫ ମହଙ୍ଗା ଜିନିଷର ଦାମ୍ ଆପଣଙ୍କ ହୋସ୍ ଉଡ଼େଇ ଦେବ

ଆଜି ବଲିଉଡ୍ ବାଦଶାହ ସୁପରଷ୍ଟାର ଶାହାରୁଖ ଖାନଙ୍କ ଜନ୍ମଦିନ। ତାଙ୍କ ପାଖରେ ଏମିତି ଅନେକ ଦାମୀ ଜିନିଷ ଅଛି , ଯାହାକୁ ସେ କେବଳ ଉପଭୋଗ କରୁ ନାହାନ୍ତି ଏଥିରୁ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Most expensive 5 things of Shah Rukh Khan

Most expensive 5 things of Shah Rukh Khan

Advertisment

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକପ୍ରିୟତାକୁ ଖୁବ ଉପଭୋଗ କରନ୍ତି। ଯଦିଓ ଶାହାରୁଖ ଖାନଙ୍କୁ ଦୀର୍ଘ ଦିନ ହେବ କୌଣସି ଫିଲ୍ମରେ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିନି, କିନ୍ତୁ ସେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି।

Advertisment

ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ଏମିତି ଅନେକ ଜିନିଷ ଅଛି, ଯାହା କେବଳ ବିଳାସପୂର୍ଣ୍ଣ ଜିନିଷ ନୁହେଁ ବରଂ ସେଗୁଡିକ ମଧ୍ୟ ତାଙ୍କୁ ରୋଜଗାର ଦେଇଥାଏ। ତେବେ ଆସନ୍ତୁ ବଲିଉଡ୍‌ର କିଙ୍ଗ୍‌ ଖାନଙ୍କ ୫୭ତମ ଜନ୍ମଦିନରେ, ତାଙ୍କର ମୂଲ୍ୟବାନ ଜିନିଷଗୁଡ଼ିକ କ’ଣ ସେସବୁ ଜାଣିନେବା।

ମନ୍ନତ:

ଶାହାରୁଖ ଖାନଙ୍କ ପାଖରେ ଏମିତିରେ ତ ଅନେକ ସମ୍ପତ୍ତି ଅଛି, କିନ୍ତୁ ତାଙ୍କ ଘର ‘ମନ୍ନତ’ କୌଣସି ଏକ ପ୍ରାସାଦଠାରୁ କମ୍ ନୁହେଁ। ଶାହାରୁଖ ଖାନଙ୍କ ଘର ତାଙ୍କର ଅନ୍ୟ ସବୁ ସମ୍ପତ୍ତି ଠାରୁ ମହଙ୍ଗା ବୋଲି କୁହାଯାଏ। ଅଭିନେତା ଏହି ଘରକୁ ଜଣେ ପାରସୀ ପରିବାର ଠାରୁ ୧୩.୪ କୋଟିରେ କିଣିଥିଲେ କିନ୍ତୁ ଆଜି ଏହାର ମୂଲ୍ୟ ୨୦୦ କୋଟିରୁ ଅଧିକ।

Advertisment

ରେଡ୍ ଚିଲିସ୍ ଏଣ୍ଟର୍‌ଟେନ୍‌ମେଣ୍ଟ୍ ପ୍ରଡକ୍‌ସନ୍ସ:

ଶାହାରୁଖ ଖାନ୍ ଅଭିନୟ ସହିତ ପ୍ରଡକ୍ସନ୍ ହାଉସ୍‌ରୁ ମଧ୍ୟ ବେଶ ଭଲ ଟଙ୍କା ରୋଜଗାର କରନ୍ତି। ନିକଟରେ ତାଙ୍କ ପ୍ରଡକ୍ସନ୍ ହାଉସ୍‌ରେ ନିର୍ମିତ ‘ଡାର୍ଲିଙ୍ଗ’ ଚଳଚ୍ଚିତ୍ର OTT ପ୍ଲାଟ’ଫର୍ମରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବହୁତ ପ୍ରଶଂସା ମଧ୍ୟ ପାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ୨୦୧୭-୧୮ରେ ରେଡ୍ ଚିଲିସ୍‌ର ମୋଟ ଆୟ ପ୍ରାୟ ୪୦୦ କୋଟି ଟଙ୍କା ଥିଲା।

ଦାମୀ କାର୍‌:

ଶାହାରୁଖ ଖାନ ମହଙ୍ଗା ଯାନକୁ ଖୁବ୍ ଭଲ ପାଆନ୍ତି। ଅଭିନେତାଙ୍କର ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ଗାଡି ଅଛି। ଏହିସବୁ ଗାଡି ମଧ୍ୟରେ ଦୁନିଆର ସବୁଠାରୁ ମହଙ୍ଗା ହେଉଛି ‘ବୁଗାଟୀ ବେରୋନ୍’। ଏହାର ମୂଲ୍ୟ ୧୪ କୋଟି।

Advertisment

ଏହା ବ୍ୟତୀତ ଶାହାରୁଖଙ୍କ ପାଖରେ ୪ କୋଟିର ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି, ୪.୧ କୋଟିର ରୋଲ୍ସ ରାଏସ୍, ୨.୬ କୋଟିର BMW i8, ୨ କୋଟିର BMW 7, ୧.୩ କୋଟି ଟଙ୍କାର ବିଏମଡବ୍ଲୁ 6 ସିରିଜ୍ କାର୍‌ ରହିଛି। ତାଙ୍କ ପାଖରେ ଏକ ଭାନିଟି ଭ୍ୟାନ ମଧ୍ୟ ଅଛି ଯାହାର ମୂଲ୍ୟ ୩.୮ କୋଟି ଟଙ୍କା।

ଆଇପିଏଲ୍ ଟିମ୍:

ଶାହାରୁଖ୍ ଖାନ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ସହ-ମାଲିକ। ରିପୋର୍ଟ ଅନୁସାରେ ଏହାର ବ୍ରାଣ୍ଡ ମୂଲ୍ୟ ୫୪୮ କୋଟି ଟଙ୍କା।

ବିଦେଶରେ ସମ୍ପତ୍ତି:

ଖବର ଅନୁଯାୟୀ, ଲଣ୍ଡନର ମଧ୍ୟ ଭାଗରେ ଥିବା ପାର୍କ ଲେନ୍‌ରେ ଶାହାରୁଖ ଖାନଙ୍କର ପ୍ରାୟ ୧୭୨ କୋଟି ଟଙ୍କାର ଏକ ବଙ୍ଗଳା ଅଛି। ଏହା ସହିତ ଦୁବାଇର ପ୍ରସିଦ୍ଧ ପାମ୍ ଜୁମେରାରେ ଅଭିନେତାଙ୍କର ପ୍ରାୟ ୧୧୦ କୋଟି ଟଙ୍କାର ଏକ ବଙ୍ଗଳା ରହିଛି।

Shah Rukh Khan Bollywood Happy Birth Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ