Advertisment

ଜାକଲିନ୍‌ଙ୍କୁ ମିଳିଲା ଜାମିନ, ମନି ଲଣ୍ଡରିଂ ମାମଲାରେ ଗିରଫ କରିପାରିବନି ପୋଲିସ

ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଅଦ୍ୟତନ ହୋଇଛି
Money Laundering case

Jacqueline

Advertisment

ଜାକ୍‌ଲିନ୍‌ଙ୍କୁ ଜାମିନ । ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମାଲାରେ ସଂପୃକ୍ତ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡେଜ ଙ୍କୁ ପଟିଆଲା କୋର୍ଟରୁ ମିଳିଛି ଅନ୍ତରୀଣ ଜାମିନ । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜାକଲିନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜବରଦସ୍ତି ୨୦୦ କୋଟି ଟଙ୍କା ଆଦାୟ ମାମଲାରେ ଜଡ଼ିତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସଂପର୍କ ଥିବା କାରଣରୁ ଦିଲ୍ଲୀ ପୋଲିସ ଜାକିଲିନଙ୍କୁ ଦୁଇଥର ସମନ କରି ପଚରାଉଚରା କରିଥିଲା । ଏହାପରେ ଜଣେ ଅଭିଯୁକ୍ତ ଭାବେ ଆଜି ଜାକଲିନ କୋର୍ଟରେ ହାଜର ହୋଇଥିଲେ । ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

Advertisment

ସୁକେଶ ଚନ୍ଦ୍ରଶେଖରଙ୍କ ସହ ସଂପର୍କ ଓ ତାଙ୍କ ଠାରୁ ମୂଲ୍ୟବାନ ଗିଫ୍ଟ ସହ ଅର୍ଥ ନେଣଦେଣ ଅଭିଯୋଗରେ ଦିଲ୍ଲୀ ପୋଲିସ ଜାକଲିନଙ୍କୁ ପଚରାଉଚରା କରିଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି । ସେପଟେ ଜାକଲିନଙ୍କ ଓକିଲ କହିଛନ୍ତି ମାମଲାରେ ଇଡି ଓ ଦିଲ୍ଲୀ ପୋଲିସ ଯେତେଥର ବି ଡକାଇଛନ୍ତି ଜାକଲିନ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସହଯୋଗ କରିଛନ୍ତି । ଏହାକୁ ନଜରରେ ରଖି ପଟିଆଲା କୋର୍ଟ ଆଜି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ତେବେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜ୍ୟାକଲିନ୍‌ଙ୍କୁ ପୁର୍ବରୁ ଅଭିଯୁକ୍ତ ଦର୍ଶାଇଛି । ଏହାସହ ଏହି ମାମଲାରେ ED ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି । ଏଥିରେ ଜ୍ୟାକଲିନଙ୍କ ନାଁ ମଧ୍ୟ ରହିଛି । ED ପକ୍ଷରୁ ଦିଲ୍ଲୀ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି । 

Advertisment

ସୂଚନାଥାଉ କି, ଏହା ପୂର୍ବରୁ ଜ୍ୟାକଲିନ୍‌ଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ED ଜବତ କରିଥିଲା। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍‌ଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ଥିଲା । 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଧମକ ଦେଇ ଆଦାୟ କରିଥିବା ଟଙ୍କାରେ ଜ୍ୟାକଲିନ୍‌ଙ୍କୁ ୫ କୋଟି ୭୧ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିଲେ । ଜ୍ୟାକଲିନ୍‌ଙ୍କ ପରିବାର ଲୋକଙ୍କୁ ମଧ୍ୟ ଆମେରିକୀୟ ଓ ଅଷ୍ଟ୍ରେଲୀୟ ଡଲାରରେ ସୁକେଶ ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡ଼ିଥିଲା ।

Advertisment

୨୦୦ କୋଟି ମନି ଲଣ୍ଡ୍ରିଂ(Money Laundering) ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ପଚରାଉଚରା ବେଳେ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ସୁକେଶଙ୍କ ସହ ଜ୍ୟାକଲିନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସୁକେଶ, ଜ୍ୟାକଲିନ୍‌ଙ୍କୁ ଦେଇଥିବା ଅନେକ ମହଙ୍ଗା ଗିଫ୍ଟକୁ ମଧ୍ୟ ତଦନ୍ତ ଏଜେନ୍ସି ଜବତ କରିଥିଲା ।  

Jacqueline Fernandez Money Laundering
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ