Advertisment

୧୩ କୋଟି ଖର୍ଚ୍ଚ କରି ଏହି ଅଙ୍ଗର ବୀମା କଲେ ମଡେଲ୍

ବ୍ରାଜିଲର ଜଣେ ମଡେଲ୍ ନିଜର ଏକ ଅଙ୍ଗର ବୀମା କରିଛନ୍ତି। ଏନେଇ ସେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମିସ୍ ବଟ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

Model of spent 13 crores got this organ insured

Model of spent 13 crores got this organ insured

Advertisment

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ନିଜ ଘର, କାର୍ ବା ଜୀବନର ବୀମା କରିଥାନ୍ତି। ଆପଣ କ’ଣ କେବେ କିଏ କୌଣସି ନିର୍ଦ୍ଦିଷ୍ଟ ଅଙ୍ଗର ବୀମା କରିବା ଶୁଣିଛନ୍ତି କି? ଏମିତି ଜଣେ ମଡେଲ୍ ଅଛନ୍ତି ଯିଏ ତାଙ୍କର ଗୋଟିଏ ଅଙ୍ଗକୁ ବୀମା କରିବା ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହୁଏତ ଏ କଥା ଆପଣଙ୍କୁ ବିଶ୍ୱାସ ହେଉ ନ ଥିବ। କିନ୍ତୁ ଏହା ସତ।

Advertisment
Model of spent 13 crores got this organ insured୧୩ କୋଟି ଖର୍ଚ୍ଚ କରି ଏହି ଅଙ୍ଗର ବୀମା କଲେ ମଡେଲ୍

ବ୍ରାଜିଲରେ ରହୁଥିବା ଜଣେ ମଡେଲ ତାଙ୍କ ନିତମ୍ବକୁ ସୁରକ୍ଷା ଦେବା ନେଇ ବୀମା କରିଛନ୍ତି। ଏନେଇ ସେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପାଖାପାଖି ୧୩ କୋଟି ଟଙ୍କା ଦେଇଛନ୍ତି। ଭାବିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ଆପଣ ଭାବୁଥିବେ ଶରୀରର କେବଳ ଗୋଟିଏ ଅଙ୍ଗର ବୀମା ପାଇଁ ୧୩ କୋଟି! ବ୍ରାଜିଲର ଏହି ମଡେଲ୍ ଗୋଟିଏ ଟାଇଟଲ ଜିତିବା ପରେ ସେ ତାଙ୍କର ଏହି ଅଙ୍ଗର ବୀମା କରିବା ନେଇ ନିଷ୍ପତ୍ତି ନେଇଥିଲେ।

Advertisment

ସୂଚନା ମୁତାବକ ବ୍ରାଜିଲର ଏହି ମଡେଲ୍‌ଙ୍କ ନାମ ନାଥୀ କିହାରା ହୋଇଥିବା ବେଳେ ତାଙ୍କୁ ୩୫ ବର୍ଷ। କିହାରା ନିକଟରେ ମିସ୍ ବଟ୍(ନିତମ୍ବ) ୱାର୍ଲ୍ଡ ୨୦୨୧ ଟାଇଟଲ ହାତେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସବୁ ପ୍ରତିଯୋଗୀଙ୍କ ଠାରୁ ସବୁଠାରୁ ଅଧିକ ଭୋଟ୍ ପାଇଥିବାରୁ ତାଙ୍କୁ ମିସ୍ ବଟ୍ ୱାର୍ଲ୍ଡ ଭାବେ ନିର୍ବାଚିତ କରାଯାଇଛି।

ଏହି ଟାଇଟଲ୍‌ ହାସଲ କଲା ପରେ ୩୫ ବର୍ଷୀୟ କିହାରା ନିଜ ନିତମ୍ବର ବୀମା କରିବା ନେଇ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ୧୨କୋଟି ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାରମାନେ ସେ ପାଖାପାଖି ୧ ଲକ୍ଷ ଟଙ୍କା ଦେଇ ତାଙ୍କର ଗୋଟିଏ ଅଙ୍ଗର ବୀମା କରିଛନ୍ତି।

Advertisment

ବ୍ରାଜିଲିଆନ୍ ମଡେଲ୍ କହିଛନ୍ତି ଯେ “ମୁଁ ମୋ ନିତମ୍ବ ନେଇ ପ୍ରସିଦ୍ଧ। ଏନେଇ ମୁଁ ଟାଇଟଲ ମଧ୍ୟ ଜିତିଛି। ଏହି କାରଣରୁ ମୁଁ ଏହାର ବୀମା କରେଇଲି।” ସେ କହିଛନ୍ତି ଯେ ଏବେବି ସେ ତାଙ୍କ ନିତମ୍ବକୁ ନେଇ ସନ୍ତୁଷ୍ଟ ନୁହନ୍ତି। ସେ ଏହାକୁ ଆହୁରି ବଡ କରିବାକୁ ଚାହାନ୍ତି। ଏନେଇ ସେ ଅନେକ ବ୍ୟାୟାମ୍ ମଧ୍ୟ କରୁଛନ୍ତି।

ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହାକୁ ନେଇ ନାଥୀ କିହାରା ଅନେକ ପୋଷ୍ଟ୍‌ କରିଛନ୍ତି। ସେ ଏହି ଟାଇଟଲ ଜିତିବା ପରେ ଏହାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ହଜାର ହଜାର ଲାଇକ୍ କମେଣ୍ଟ ଆସୁଥିବା ଦେଖାଯାଏ। କିହାରାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୫୬୦ ହଜାର ଫଲୋର୍ସ ଅଛନ୍ତି। ତାଙ୍କର ସବୁ ପୋଷ୍ଟରେ ହଜାର ହଜାର ଉପଭୋକ୍ତା ପ୍ରତିକ୍ରିୟା ପ୍ରକାଶ କରନ୍ତି।

Model
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ