Advertisment

Mithun Chakraborty: ମିଥୁନ ଚକ୍ରବର୍ତ୍ତୀଙ୍କ ବେଆଇନ ନିର୍ମାଣ ଉପରେ ଚାଲିବ କି ବୁଲ୍‌ଡୋଜର୍‌

ମିଥୁନ ଚକ୍ରବର୍ତ୍ତୀଙ୍କୁ BMC ପକ୍ଷରୁ ଏକ ନୋଟିସ୍‌ ମିଳିଛି। ତାଙ୍କ ବିରୁଦ୍ଧରେ ବିନା ଅନୁମତିରେ କିଛି ନିର୍ମାଣ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Mithun Chakraborty receives bmc notice for illegal construction

Mithun Chakraborty receives bmc notice for illegal construction

Advertisment

ବଲିଉଡ୍‌ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ BMC ( Brihanmumbai Municipality Corporation ) ପକ୍ଷରୁ ଏକ ନୋଟିସ୍‌ ମିଳିଛି । ତାଙ୍କ ବିରୁଦ୍ଧରେ ମୁମ୍ବାଇର ମଲାଡ ଅଞ୍ଚଳର ଏରଙ୍ଗଲ ଗାଁରେ ଏକ ଫ୍ଲାଟର ତଳ ମହଲାରେ ବିନା ଅନୁମତିରେ କିଛି ନିର୍ମାଣ କରିଥିବା ଅଭିଯୋଗ ହୋଇଛି।

Advertisment

ଏ ସମ୍ପର୍କରେ, BMC ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି। ତଥାପି, ଏପର୍ଯ୍ୟନ୍ତ ଏହି ମାମଲାରେ ଅଭିନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

ନଗର ନିଗମ ଅଧିକାରୀଙ୍କ ଅନୁଯାୟୀ, ନୋଟିସ ପାଇବା ପରେ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଏବେ ବୁଝାଇବାକୁ ପଡିବ ଯେ ନିର୍ମାଣ କାର୍ଯ୍ୟକୁ କାହିଁକି ଭାଙ୍ଗି ଦିଆଯିବ ନାହିଁ। ଯଦି ସେ ଉତ୍ତର ନ ଦିଅନ୍ତି କିମ୍ବା ସଠିକ୍ କାରଣ ଦେଇପାରିବେ ନାହିଁ, ତେବେ BMC ସ୍ପଷ୍ଟ ଭାବରେ କହିଛି ଯେ ଏହି ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯିବ । 

Advertisment

ଅଧିକ ପଢ଼ନ୍ତୁ: ମୋନାଲିସାଙ୍କୁ ଫିଲ୍ମ ଅଫର କରିଥିବା ସନୋଜ ମିଶ୍ର ଗିରଫ; କରିଥିଲେ ଦୁଷ୍କର୍ମ

କେବଳ ଏତିକି ନୁହେଁ, BMC ଏହି ଅଭିନେତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛି।

Advertisment

ଏହା କେବଳ ଏକ ମାମଲା ନୁହେଁ। BMC ମଡ୍ ଅଞ୍ଚଳରେ ୧୦୦ରୁ ଅଧିକ ବେଆଇନ ନିର୍ମାଣ ଚିହ୍ନଟ କରିଛି। ଏଥିରେ ଭୁଲ ନକ୍ସା ଆଧାରରେ ନିର୍ମିତ କିଛି ବଙ୍ଗଳା ମଧ୍ୟ ଅନ୍ତର୍ଭୁକ୍ତ। ଅଧିକାରୀମାନେ କହିଛନ୍ତି ଯେ, ସେମାନେ ମେ ଶେଷ ସୁଦ୍ଧା ଏହି ସମସ୍ତ ବେଆଇନ କୋଠା ଭାଙ୍ଗିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ପୁଣି ଥରେ BMCର ବୁଲଡୋଜର ଅନେକ ବେଆଇନ ନିର୍ମାଣ ଉପରେ ଚାଲିବ।

ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନର ଧାରା ୩୫୧(୧ଏ) ଅନୁଯାୟୀ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ BMC ଏକ ନୋଟିସ୍ ପଠାଇଛି। କୁହାଯାଉଛି ଯେ ତାଙ୍କୁ ମେ ୧୦ ତାରିଖରେ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଥିଲା ଯେଉଁଥିରେ ଅଭିନେତାଙ୍କୁ ୧ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଥିଲା। ଅଭିନେତାଙ୍କୁ ବୁଝାଇବାକୁ ପଡିବ ଯେ ଏହି ବେଆଇନ ନିର୍ମାଣ ଉପରେ କାହିଁକି ଆକ୍ସନ ନିଆଯିବ ନାହିଁ।

ଅଧିକାରୀମାନେ କହିଛନ୍ତି ଯେ ଏରଙ୍ଗଲ ଗାଁର ହୀରା ଦେବୀ ମନ୍ଦିର ନିକଟରେ ଯାଞ୍ଚ ସମୟରେ ଅନେକ ବେଆଇନ ନିର୍ମାଣ ମିଳିଛି। ସେଠାରେ ଦୁଇରୁ ଅଧିକ ମେଜେନାଇନ୍ ମହଲା, ଗୋଟିଏ ଭୂତଳ ମହଲା କୋଠା ଏବଂ ଇଟା, କାଠ, କାଚ ଏବଂ ଏସି ସିଟ୍‌ରେ ତିଆରି ତିନୋଟି ଅସ୍ଥାୟୀ କୁଡ଼ିଆ ଥିବା କୋଠା ମଧ୍ୟ ମିଳିଛି। ଏସବୁ ବିନା ଅନୁମତିରେ ତିଆରି କରାଯାଇଛି।

ଅଧିକ ପଢ଼ନ୍ତୁ: ଆଧୁନିକ ରୂପ ଦେଖାଇଲେ ମୋନାଲିସା; ଆପଣ ବି କହିବେ.. ବାପ୍‌ରେ କି ଷ୍ଟାଇଲ୍ !

Bollywood Actor Bollywood Mithun Chakraborty Illegal Construction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ