Advertisment

Indian Idol: ମିନି ମାଥୁରଙ୍କ ବଡ ଖୁଲାସ; 'ଇଣ୍ଡିଆନ୍ ଆଇଡଲ୍'ରେ କିଛି ବାସ୍ତବତା ନାହିଁ

'ଇଣ୍ଡିଆନ୍ ଆଇଡଲ୍'ର ୬ଟି ସିଜନ୍‌କୁ ହୋଷ୍ଟ୍ କରିଥିବା ମିନି ମାଥୁର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହାକୁ ନେଇ ଶୋ’ ସ୍କ୍ରିପ୍ଟକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି? ଏଥିରେ କିଛି ବାସ୍ତବତା ନାହିଁ ବୋଲି ସେ କହିଛନ୍ତି।

Mini Mathur reveals why she quit Indian idol after hosting 6 season

Mini Mathur reveals why she quit Indian idol after hosting 6 season

Advertisment

ସିଙ୍ଗିଙ୍ଗ୍ ରିଆଲିଟି ଶୋ’ 'ଇଣ୍ଡିଆନ୍ ଆଇଡଲ୍', ଯାହା ପ୍ରତିବର୍ଷ ଦେଶର ପ୍ରତିଭାବାନ ଗାୟକମାନଙ୍କୁ ଖୋଜି ଆଣିଥାଏ। ଚଳିତ ବର୍ଷ 'ଇଣ୍ଡିଆନ୍ ଆଇଡଲ୍ ୧୩'ର ବିଜେତା ଅଯୋଧ୍ୟାର ଋଷି ସିଂହ ହୋଇଥିବାବେଳେ ଦେବୋସ୍ମିତା ରାୟ ପ୍ରଥମ ରନର୍ ଅପ୍ ହୋଇଥିଲେ। 'ଇଣ୍ଡିଆନ୍ ଆଇଡଲ୍ ୧୩' ଶେଷ ହେବା ପରେ ଏହାର ୬ଟି ସିଜନ୍‌କୁ ହୋଷ୍ଟ୍ କରିଥିବା ମିନି ମାଥୁର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହାକୁ ନେଇ ଶୋ’ ସ୍କ୍ରିପ୍ଟକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି?

Advertisment

'ଇଣ୍ଡିଆନ୍ ଆଇଡଲ୍' ବିଷୟରେ ଅନେକ ଥର ପ୍ରଶ୍ନ ଉଠିଛି। ଏହା ପଛରେ ସତ କ’ଣ ରହିଛି ତାହା ସମସ୍ତେ ଜାଣନ୍ତି ନାହିଁ। କିନ୍ତୁ ନିକଟରେ ମିନି ମାଥୁର ଶୋ’କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନକୁ ଆଣିଛନ୍ତି। ସେ ଶୋ’କୁ ନେଇ ଏମିତି ସତ୍ୟତାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି, ଯାହା ପରେ ସୋସିଆଲ ମିଡିଆରେ ଲୋକମାନେ କହୁଛନ୍ତି ଯେ ଆମେ ବି ଠିକ୍ ଏହା ହିଁ ଭାବୁଥିଲୁ।

ମିନି ମାଥୁର ୬ଟି ସିଜନ ୬ ପାଇଁ 'ଇଣ୍ଡିଆନ୍ ଆଇଡଲ୍'ର ହୋଷ୍ଟ୍ କରିଥିଲେ, କିନ୍ତୁ ଯେତେବେଳେ ସେ ଅନୁଭବ କଲେ ଯେ ଏହି ଶୋ’ର ନିଜର ମୌଳିକତା ହରାଇଛି ସେତେବେଳେ ସେ ଏହାକୁ ଛାଡିବାକୁ ନିଷ୍ପତ୍ତି ନେଲେ। ମିନି କହିଛନ୍ତି ଯେ ପ୍ରାରମ୍ଭରେ ଏହି ଶୋ’ ଏହାର ପ୍ରତିଯୋଗୀମାନଙ୍କ ପ୍ରତିଭା ଉପରେ ଚାଲିଥିଲା, କିନ୍ତୁ ପରେ ନିର୍ମାତା ସ୍କ୍ରିପ୍ଟ୍ ଆକାରରେ ଦାବି କରିବାକୁ ଲାଗିଲେ।

Advertisment

ସାଇରସ୍ ବ୍ରୋଚାଙ୍କ ପୋଡ୍‌କାଷ୍ଟରେ ଅଭିନେତ୍ରୀ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେ ଶୋ’ର ସମସ୍ତ ପ୍ରତିଯୋଗୀଙ୍କ ନିକଟତର ଥିଲେ। ଏପରିକି ସେ ସେମାନଙ୍କୁ ରାତ୍ରି ଭୋଜନ ପାଇଁ ଘରକୁ ନିମନ୍ତ୍ରଣ କରୁଥିଲେ। ସେମାନଙ୍କ ସହିତ ଘଣ୍ଟା ଘଣ୍ଟା ବିତାଉଥିଲେ, କିନ୍ତୁ ଯେତେବେଳେ ସେ ଅନୁଭବ କଲେ ଯେ ଏଥିରେ କୌଣସି ବାସ୍ତବତା ନାହିଁ, ସେ ଶୋ’ ଛାଡିଦେଲେ। ୬ଟି ସିଜନ କରିବା ପରେ, ସେ ଅନୁଭବ କଲେ ଯେ ଏହି ଶୋ’ର ଲକ୍ଷ କେବଳ ଟଙ୍କା ରୋଜଗାର। ଏଥିରେ ବାସ୍ତବତା କିଛି ନାହିଁ, ବରଂ ଏହାକୁ ତିଆରି କରାଯାଉଛି। ଏହା କେବଳ ଦର୍ଶକଙ୍କ ଚାହିଦାକୁ ନେଇ ତିଆରି ହେଉଛି।

ମିନି ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଙ୍କୁ କୁହାଯାଇଥିଲା ଯେ ପ୍ରତିଯୋଗୀଙ୍କ ସମ୍ପର୍କୀୟମାନେ ଶୋ’କୁ ଆସିବେ, ଯାହାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବାର ଅଭିନୟ କରିବେ। କିନ୍ତୁ ସତ ହେଉଛି ସମସ୍ତ ପ୍ରତିଯୋଗୀ ଜାଣିଛନ୍ତି ଯେ ସେମାନଙ୍କ ପରିବାରରୁ କିଏ ଆସିଛନ୍ତି।

Advertisment

ସେ ଏକ ଘଟଣା ଶେୟାର କରି କହିଛନ୍ତି ଯେ “ଦିନେ ଶୋ’ର ନିର୍ମାତା ମୋ ପାଖକୁ ଆସି କହିଲେ- “ଏବେ ଧରମ ଜୀ ଏବଂ ହେମା ଜୀ ଆସିବେ। ସେମାନଙ୍କ ଏକ ମୁମେଣ୍ଟ୍ କରିବାର ଅଛି।” ଏସବୁକୁ ନେଇ ମିନି ବହୁତ ଦୁଃଖିତ ଯେ ଶୋ’ରେ ବାସ୍ତବତା ନାଁରେ ମିଛ କଥା ଦେଖାଯାଉଛି।

ପ୍ରକାଶଥାଉ ଯେ ଗତ ସିଜନ ୧୨ରେ ଭେଟେରାନ୍ ଗାୟକ କିଶୋର କୁମାରଙ୍କ ପୁଅ ଅମିତ କୁମାର ମଧ୍ୟ ଖୁଲାସା କରିଥିଲେ ଯେ ତାଙ୍କୁ କିପରି ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସା କରିବାକୁ କୁହାଯାଇଥିଲା ଏବଂ ସେମାନଙ୍କ ପ୍ରଦର୍ଶନକୁ ନେଇ କୌଣସି ନକାରାତ୍ମକ କଥା ନ କହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Indian Idol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ