Advertisment

Sanjay Mishra Life Style: ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଢାବାରେ ରୋଷେଇ କରୁଥିଲେ ଏହି ଅଭିନେତା; ଦିନକୁ ମଜୁରୀ ଥିଲା ୧୫୦

ସଞ୍ଜୟ ମିଶ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ଟିଭି ଶୋ’ରେ କାମ କରିଥିଲେ। ଏଥିସହ ସେ ଭଲ ଭଲ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଭେଟି ଦେଇଥିଲେ।

ଅଦ୍ୟତନ ହୋଇଛି
Sanjay Mishra

Sanjay Mishra

Advertisment

ବଲିଉଡ୍‌ ଜଗତରେ ଯଦିଓ ନାୟକ ଏବଂ ନାୟିକାଙ୍କ ରାଜ୍ ରହିଛି ତେବେ କିଛି ଏଭଳି ଚରିତ୍ରର କଳାକାର ଅଛନ୍ତି ଯେଉଁମାନେ କି ଏମାନଙ୍କ ଉପରେ ଭାରି ପଡ଼ିଯାଆନ୍ତି । ତେବେ ଏଭଳି ଜଣେ କଳାକାର ତଥା ଅଭିନେତା ହେଲେ ସଂଜୟ ମିଶ୍ରା ।

Advertisment

ବହୁମୁଖୀ ପ୍ରତିଭାରେ ପରିପୂର୍ଣ୍ଣ ଥିବା ସଂଜୟ ମିଶ୍ରା, ଆଜିକା ଦିନରେ ଜଣେ ନାମୀ ଅଭିନେତା ତଥା କମେଡିଆନ ହିସାବରେ ଜଣାଶୁଣା । କିନ୍ତୁ ତାଙ୍କ ଜୀବନରେ ଏଭଳି ଏକ ମୁହୂର୍ତ୍ତ ଆସିଥିଲା ଯେ ସେ ବଲିଉଡ ଜଗତରୁ ପୂରାପୂରି ବିଚ୍ଛିନ୍ନ ହୋଇ ଯାଇଥିଲେ ଏବଂ ଋଷିକେଶରେ ଏକ ଢାବାରେ କାମ କରୁଥିଲେ । ଦିନକୁ ତାଙ୍କୁ ମଜୁରୀ ୧୫୦ ଟଙ୍କା ମିଳୁଥିଲା।

ସୂଚନା ମୁତାବକ, ସେ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ । ଯେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ସେତେବେଳେ ସେ ବହୁତ ମର୍ମାହତ ହୋଇପଡ଼ିଥିଲେ । ଯାହାକୁ ଭୁଲିବା ପାଇଁ ସେ ସମସ୍ତଙ୍କଠାରୁ ଦୂରେଇ ଯାଇଥିଲେ, ଏବଂ ଋଷିକେଶରେ ଯାଇ ରହିବାକୁ ଲାଗିଥିଲେ । ସେଠାରେ ସେ ଏକ ଢାବାରେ କାମ କରିଥିଲେ। ଦିନ ପରେ ଦିନ ଗଡ଼ି ଚାଲିଥିଲା, ଆଉ ସଂଜୟଙ୍କ ସମୟ ଢାବାରେ ରୋଷେଇ ତିଆରିରେ ବିତିବାରେ ଲାଗିଥିଲା।

Advertisment

ଏହି ସମୟରେ, ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ତାଙ୍କୁ ଖୋଜୁଥିଲେ। ଶେଷରେ ସଞ୍ଜୟ ଯେଉଁ ଢାବାରେ କାମ କରୁଥିଲେ ସେଠାରେ ତାଙ୍କୁ ପାଇଥିଲେ। ଆଉ ତାଙ୍କୁ ପୁଣି ଥରେ ସିନେମା କରିବାକୁ ବୁଝାସୁଝା କରିଥିଲେ। ତେବେ ରୋହିତଙ୍କ ବାରମ୍ବାର ବୁଝାଇବା ପରେ ସେ ତାଙ୍କ କଥାରେ ରାଜି ହୋଇ ମୁମ୍ବାଇ ଫେରିଥିଲେ ଏବଂ ସିନେମା ‘ଅଲ୍ ଦ ବେଷ୍ଟ୍’ ରେ କାମ କରିଥିଲେ । ଏହାପରେ ତାଙ୍କୁ ଗୋଟେ ପରେ ଗୋଟେ ସିନେମାରେ ଅଭିନୟ କରିବାକୁ ଅଫର ମିଳିବାରେ ଲାଗିଥିଲା ।

ସଞ୍ଜୟ ମିଶ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ଟିଭି ଶୋ’ରେ କାମ କରିଥିଲେ। ଏଥିସହ ସେ ଭଲ ଭଲ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଭେଟି ଦେଇଥିଲେ। ସଞ୍ଜୟ ମିଶ୍ରା ‘ଅଲ୍ ଦି ବେଷ୍ଟ’, ‘ଗୋଲମାଲ’, ‘ବଣ୍ଟି ଔର ବବଲି’ ଓ ‘ଅପନା ସପନା ମନି ମନି’ ଭଳି ଫିଲ୍ମରେ ତାଙ୍କର ହାସ୍ୟ ଭୂମିକା ପାଇଁ ଜଣାଶୁଣା ଥିଲେ।

Advertisment

ହାସ୍ୟ ଅଭିନେତା ସଞ୍ଜୟ ମିଶ୍ରାଙ୍କର ମୁମ୍ବାଇ ଏବଂ ପାଟନାରେ ଘର ଅଛି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ୧୪୯ କୋଟି ହେବ ବୋଲି  ରିପୋର୍ଟରୁ ଜଣାଯାଇଛି। ଏଥିସହ ସଞ୍ଜୟଙ୍କର ଏକ ଫର୍ଚୁନର ଏବଂ BMW ସମେତ ଅନେକ କାର ମଧ୍ୟ ଅଛି।

୨୦୨୪ ମସିହାରେ, ସଞ୍ଜୟ ମିଶ୍ରା ମହାରାଷ୍ଟ୍ରର ଲୋନାୱାଲାର ତିସ୍କରୀ ଗାଁରେ ଏକ ଜୈବିକ ଫାର୍ମହାଉସ୍ ଏବଂ ଏକ ଶିବ ମନ୍ଦିର ନିର୍ମାଣ କରିଥିଲେ। ଏହି ଫାର୍ମହାଉସ୍ ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରେ। ଯେଉଁଠାରେ ପରିଦର୍ଶକମାନେ ରହି ଚାଷର ମଜା ନେଇପାରିବେ। ନିଜର ବ୍ୟସ୍ତ ଜୀବନ ସତ୍ତ୍ୱେ ସଞ୍ଜୟ ମିଶ୍ରା ମଧ୍ୟ ଏହି ଫାର୍ମ ହାଉସକୁ ଯାଆନ୍ତି।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Bollywood Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ