Advertisment

'ଦ କେରଳ ଷ୍ଟୋରୀ'କୁ ବିପଜ୍ଜନକ ଧାରା କହି ଟାର୍ଗେଟ୍‌କୁ ଆସିଲେ ନାସିରୁଦ୍ଦିନ ଶାହା

'ଦ କେରଳ ଷ୍ଟୋରୀ' ଉପରେ ମତ ଦେଇ ମନୋଜ ତିୱାରୀଙ୍କ ଟାର୍ଗେଟ୍‌କୁ ଆସିଛନ୍ତି ନାସିରୁଦ୍ଦିନ ଶାହା। ଅଭିନେତା ଏହି ଫିଲ୍ମକୁ ବିପଜ୍ଜନକ କହିବାରୁ ମନୋଜ ତାଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି କିଛି ଅସୁବିଧା ଥିଲେ ସେ କୋର୍ଟକୁ ଯାଇପାରିବେ।

ଅଦ୍ୟତନ ହୋଇଛି
Manoj Tiwari Slams Naseeruddin Shah

manoj tiwari slams naseeruddin shah over the kerala story

Advertisment

ବଲିଉଡ୍‌ର ଭେଟେରାନ୍ ଅଭିନେତା ନାସିରୁଦ୍ଦିନ ଶାହା ଆଜିକାଲି 'ଦ କେରଳ ଷ୍ଟୋରୀ' ଉପରେ ଦେଇଥିବା ବିବୃତ୍ତିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ସଫଳତା ଉପରେ ଅଭିନେତା ପ୍ରଶ୍ନ କରିଛନ୍ତି ଏବଂ ଏହାକୁ ଏକ ବିପଜ୍ଜନକ ଧାରା ବୋଲି କହିଛନ୍ତି। ନାସିରୁଦ୍ଦିନ ଶାହା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ତାଙ୍କର ଏହି ଫିଲ୍ମ ଦେଖିବାର ଇଚ୍ଛା ନାହିଁ।

Advertisment

ଅଭିନେତା ତାଙ୍କ ବିବୃତ୍ତିରେ କହିଛନ୍ତି- “ମୁଁ ଏହି ଫିଲ୍ମ ଦେଖି ନାହିଁ କି ଦେଖିବା ପାଇଁ ଇଚ୍ଛା କରୁ ନାହିଁ, କାରଣ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ ବହୁତ କିଛି ପଢିସାରିଛି।” ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ମନୋଜ ତିୱାରୀ ନାସିରୁଦ୍ଦିନ ଶାହାଙ୍କ ଏହି ବିବୃତ୍ତି ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଧିକ ପଢ଼ନ୍ତୁ: ଅଦା ଶର୍ମାଙ୍କ ଜେଜେମା’ ଦେଖିଲେ 'ଦ କେରଳ ଷ୍ଟୋରୀ', ରେପ୍ ସିନ୍ ଦେଖି ଯାହା କହିଲେ ଆଶ୍ଚର୍ଯ୍ୟ ହେବେ

Advertisment

‘ଦ କେରଳ ଷ୍ଟୋରୀ’ ଉପରେ ଦେଇଥିବା ବିବୃତ୍ତିରେ ମନୋଜ ତିୱାରୀ ମଧ୍ୟ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ଆଉ କହିଛନ୍ତି ଯଦି ତାଙ୍କର କିଛି ଅସୁବିଧା ଅଛି ତେବେ ସେ କୋର୍ଟକୁ ଯାଇପାରିବେ। ମନୋଜ ତିୱାରୀ ସୁଦୀପ୍ତୋ ସେନଙ୍କ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏକ ଜାତୀୟ ଟିଭି ଚ୍ୟାନେଲ୍‌ ସହ ସାକ୍ଷାତକାରରେ ସେ ଫିଲ୍ମ ଉପରେ ହୋଇଥିବା ସମାଲୋଚନାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ତାଙ୍କ ବିବୃତ୍ତି ପାଇଁ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସାକ୍ଷାତକାରରେ ମନୋଜ ତିୱାରୀ କହିଛନ୍ତି- “ନାସିରୁଦ୍ଦିନ ଶାହା ଜଣେ ଭଲ ଅଭିନେତା, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ। ମୁଁ ବହୁତ ଦୁଃଖରେ ଏହା କହୁଛି। ନାସିର ସାହେବ, ଯେତେବେଳେ ଏହି ଦେଶରେ ଫିଲ୍ମ ନିର୍ମାଣ କରାଯାଉଥିଲା ଏବଂ ଦେଖାଯାଉଥିଲା ଯେ ଏକ ଦୋକାନରେ ବସିଥିବା ପ୍ରତ୍ୟେକ ବ୍ୟବସାୟୀ ରାସ୍ତାରେ ଯାଉଥିବା ଝିଅମାନଙ୍କୁ ଖରାପ ନଜରରେ ଦେଖୁଥିଲେ , ତେବେ ସେତେବେଳେ ତ ଆପଣ କିଛି କହୁ ନଥିଲେ।”

Advertisment

ମନୋଜ ତିୱାରୀ ଆହୁରି କହିଛନ୍ତି- “‘ଦ କେରଳ ଷ୍ଟୋରୀ’ ଫ୍ୟାକ୍ଟ୍ ଉପରେ ଆଧାରିତ। ଚଳଚ୍ଚିତ୍ରଟି ଏକ FIR ଉପରେ ଆଧାରିତ। ଯଦି ଆପଣଙ୍କର କୌଣସି ଅସୁବିଧା ଅଛି ତେବେ ଆପଣ କୋର୍ଟକୁ ଯାଇପାରିବେ। ଆପଣ ଅସ୍ୱୀକାର କରିପାରିବେ କି ‘ଦ କାଶ୍ମୀର ଫାଇଲ’ ଏବଂ ‘ଦ କେରଳ ଷ୍ଟୋରୀ’ ତଥ୍ୟ ଉପରେ ନିର୍ମିତ ଫିଲ୍ମ ବୋଲି।”

ନାସିରୁଦ୍ଦିନ ଶାହା ନିଜ ମନ୍ତବ୍ୟରେ କହିଥିଲେ –“ଭୀଡ୍, ଅଫବାହ ଏବଂ ଫରାଜ ଭଳି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ଏହି ଫିଲ୍ମ ଦେଖିବା ପାଇଁ କେହି ଥିଏଟରକୁ ଯାଇନଥିଲେ। କିନ୍ତୁ, ଲୋକମାନେ ‘ଦ କେରଳ ଷ୍ଟୋରୀ’ ଦେଖିବା ପାଇଁ ସିନେମା ହଲ୍‌କୁ ଯାଉଛନ୍ତି। ମୁଁ ଏହି ଚଳଚ୍ଚିତ୍ର ଦେଖି ନାହିଁ କି ଏହାକୁ ଦେଖିବାକୁ ଇଚ୍ଛା କରୁ ନାହିଁ, କାରଣ ମୁଁ ଏହା ଉପରେ ବହୁତ ପଢିଛି। ଏହା ଏକ ବିପଜ୍ଜନକ ଧାରା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ନାଜି ଜର୍ମାନୀ ଆଡକୁ ଯାଉଛୁ। ଯେଉଁଠାରେ ହିଟ୍‌ଲର୍‌ଙ୍କ ସମୟରେ ସୁପ୍ରିମ୍ ନେତାଙ୍କ ମାଧ୍ୟମରେ ଫିଲ୍ମ ନିର୍ମାତା ନିଯୁକ୍ତ ହେଉଥିଲେ। ଫଳରେ ସେମାନେ ସରକାରଙ୍କ ପାଇଁ ପ୍ରଶଂସାର ସେତୁ ନିର୍ମାଣ କରୁଥିଲେ।”

ନାସିରୁଦ୍ଦିନ ଶାହା ଏହା ମଧ୍ୟ କହିଛନ୍ତି ଯେ “ଯିହୁଦୀ ସମ୍ପ୍ରଦାୟକୁ ଅବହେଳା କରାଯାଉଥିଲା। ବହୁ ଭେଟେରାନ୍ ଜର୍ମାନ ଫିଲ୍ମ ନିର୍ମାତା ଦେଶ ଛାଡି ହଲିଉଡ୍‌ ଯାଇ ସେଠାରେ ଫିଲ୍ମ ନିର୍ମାଣ କରୁଥିଲେ। ବର୍ତ୍ତମାନ ଭାରତରେ ମଧ୍ୟ ସମାନ ଘଟଣା ଘଟୁଛି। ଆପଣ ଠିକ୍ ରହିବେ କିମ୍ବା ନିରପେକ୍ଷ ନଚେତ ସମର୍ଥକ। ବର୍ତ୍ତମାନ କିଛି ଫିଲ୍ମ ପ୍ରଚାର ଏବଂ ଦୁଷ୍ପ୍ରଚାର ପାଇଁ ବ୍ୟବହୃତ ହେଉଛି।”

Bollywood Manoj Tiwari Naseeruddin Shah Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ