Advertisment

ଶାସ୍ତ୍ରୀଙ୍କ କଥାରେ ଅନୁପ୍ରାଣୀତ ହୋଇ ଏହି ଫିଲ୍ମ ତିଆରି କରିଥିଲେ ମନୋଜ କୁମାର

ଆଜି ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ। ସେ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସିନେ ନିର୍ମାତା ମନୋଜ କୁମାରଙ୍କୁ ଚାଷୀମାନଙ୍କ ଉପରେ ଆଧାର କରି ଏକ ଫିଲ୍ମ ତିଆରି କରିବାକୁ ଉପଦେଶ ଦେଇଥିଲେ। ମନୋଜ କୁମାର ମାତ୍ର ୨୪ ଘଣ୍ଟାରେ ଏହି ଫିଲ୍ମର କାହାଣୀ ତିଆରି କରିଦେଲେ। ଜାଣନ୍ତୁ ସେ ଫିଲ୍ମ କ’ଣ ଥିଲା…

Manoj Kumar make film Upkar inspired by Lal Bahadur Shastri

Manoj Kumar make film Upkar inspired by Lal Bahadur Shastri

Advertisment

ଆଜି ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ। ଲାଲ ବାହାଦୂର ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ। ଲାଲ ବାହାଦୂର ଶାସ୍ତ୍ରୀ ଦେଶକୁ 'ଜୟ ଯବାନ, ଜୟ କିସାନ' ସ୍ଲୋଗାନ ଦେଇଥିଲେ। ୧୯୬୫ ମସିହାରେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ସେ ଏହି ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନ ଦ୍ୱାରା ଅନୁପ୍ରାଣିତ ହୋଇ ବଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।

Advertisment

ତେବେ ଆପଣ ହୁଏତ ଜାଣି ନଥିବେ ଏହି ସ୍ଲୋଗାନ ଆଧାରରେ ଲାଲ ବାହାଦୂର ଶାସ୍ତ୍ରୀ ଭେଟେରାନ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କୁ ଏକ ଫିଲ୍ମ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ମନୋଜ କୁମାର ମାତ୍ର ୨୪ ଘଣ୍ଟା ମଧ୍ୟରେ ସେହି ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ କରିଥିଲେ।

୧୯୬୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସହିଦ'ର ସ୍କ୍ରିନିଂ ପାଇଁ ମନୋଜ କୁମାର ଦିଲ୍ଲୀ ଆସିଥିଲେ। ଦିଲ୍ଲୀରେ ଏହି ସମୟରେ ମନୋଜ କୁମାର ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ଲାଲ ବାହାଦୂର ଶାସ୍ତ୍ରୀ ମନୋଜ କୁମାରଙ୍କୁ କହିଥିଲେ ଯେ ଆପଣ ସେନା ଏବଂ ସୁରକ୍ଷାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। କିନ୍ତୁ ସୈନିକମାନଙ୍କ ସହିତ ଦେଶକୁ ଭରଣ ପୋଷଣ କରୁଥିବା ଚାଷୀଙ୍କ ଉପରେ କୌଣସି ଫିଲ୍ମ କରି ନାହାନ୍ତି।

Advertisment

ଲାଲ ବାହାଦୂର ଶାସ୍ତ୍ରୀଙ୍କ ଏହି କଥାରେ ମନୋଜ କୁମାର ବହୁତ ପ୍ରଭାବିତ ହୋଇଥିଲେ। ସେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ କୃଷକମାନଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ। ଏହା ପରେ ସେ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବା ପରେ ଏକ କାହାଣୀ ପ୍ରସ୍ତୁତ କରି ଏହାକୁ 'ଉପକାର' ରୂପେ ଗଢିଥିଲେ। ସେ ଏହାର କାହାଣୀକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିଥିଲେ।

ମନୋଜ କୁମାରଙ୍କ ସହିତ ଏହି ଫିଲ୍ମରେ ଆଶା ପାରେଖ ଲିଡ୍‌ ରୋଲ୍‌ରେ ଥିଲେ। ନିକଟରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବା ମନୋଜ କୁମାରଙ୍କ ସହ ଆଶା ପାରେଖ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମରେ ପ୍ରାନ ଏବଂ ପ୍ରେମ ଚୋପ୍ରା ସହାୟକ ଭୂମିକାରେ ଥିଲେ। କିନ୍ତୁ ଏହି ଭୂମିକା ପୂର୍ବରୁ ରାଜେଶ ଖାନ୍ନାଙ୍କୁ ଦିଆଯାଇଥିଲା।

Advertisment

ଚଳଚ୍ଚିତ୍ର ବିଶେଷଜ୍ଞ ରାଜେଶ ସୁବ୍ରମଣ୍ୟମଙ୍କ କହିବାନୁସାରେ, ରାଜେଶ ଖାନ୍ନା ଏହି ଭୂମିକା ପାଇଁ ଦସ୍ତଖତ କରିଥିଲେ କିନ୍ତୁ ଫିଲ୍ମଫେୟାର ଏବଂ ୟୁନାଇଟେଡ୍ ପ୍ରଡ୍ୟୁସର ଦ୍ୱାରା ଆୟୋଜିତ ଅଲ ଇଣ୍ଡିଆ ପ୍ରତିଭା ପ୍ରତିଯୋଗିତା ପୁରସ୍କାର ପାଇବା ପରେ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ।

Bollywood Lal Bahadur Shastri Jayanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ