Advertisment

ପରଦାକୁ ଫେରିବେ ୮୦ ଦଶକର ବୋଲ୍ଡ ନାୟିକା ମନ୍ଦାକିନୀ

'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ଭାଇ ଭାନୁ ତାଙ୍କୁ ପୁଣିଥରେ ଅଭିନୟକୁ ଫେରିବା ନେଇ ବାଧ୍ୟ କରିଛନ୍ତି।

ପରଦାକୁ ଫେରିବେ ୮୦ ଦଶକର ବୋଲ୍ଡ ନାୟିକା ମନ୍ଦାକିନୀ

Mandakini

Advertisment

ମୁମ୍ବାଇ : 'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ଭାଇ ଭାନୁ ତାଙ୍କୁ ପୁଣିଥରେ ଅଭିନୟକୁ ଫେରିବା ନେଇ ବାଧ୍ୟ କରିଛନ୍ତି।

Advertisment

୧୯୮୫ରେ ରାଜ କପୁରଙ୍କ ଫିଲ୍ମ ସହିତ ବଲିଉଡରେ ପ୍ରବେଶ କରିଥିବା ଅଭିନେତ୍ରୀ ମନ୍ଦାକିନୀ ନିଜର ବୋଲ୍ଡ ଲୁକ୍ ଯୋଗୁଁ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ୨୨ ବର୍ଷ ବୟସରେ ସେ ଫିଲ୍ମ 'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିଲେ। ଗତ ୧୯ ବର୍ଷ ଧରି ସିନେମାଠାରୁ ଦୂରରେ ଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ଆଜିକାଲି ଅଭିନେତ୍ରୀ କେବଳ ଏକ ଭଲ ସ୍କ୍ରିପ୍ଟକୁ ଅପେକ୍ଷା କରିଥିବା ଜଣାଯାଇଛି।

ପରଦାକୁ ଫେରିବେ ମନ୍ଦାକିନୀ

୮୦ ଦଶକରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନି ସେହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଥିଲେ। ତାଙ୍କୁ ଫିଲ୍ମର ଦୁଇଟି ଦୃଶ୍ୟରେ ଅର୍ଦ୍ଧନଗ୍ନ ଭାବେ ଦେଖାଯାଇଥିଲା, ଯେଉଁଥିପାଇଁ ସେ ଚର୍ଚ୍ଚାରେ ଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଏକ ବାର୍ତ୍ତାଳାପରେ ତାଙ୍କ ମ୍ୟାନେଜର ବାବୁଭାଇ ଥିବା କହିଛନ୍ତି ଯେ ଅଭିନେତ୍ରୀ କେବଳ ଏକ ଦମଦାର ଚରିତ୍ର ଖୋଜୁଛନ୍ତି।

Advertisment

ବାବୁଭାଇ ଥାବା କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ସେ ବର୍ତ୍ତମାନ ସ୍କ୍ରିପ୍ଟ ସବୁ ପଢୁଛନ୍ତି। ସେ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ସେ ଏଭଳି ଏକ ପ୍ରୋଜେକ୍ଟ ଚାହୁଁଛନ୍ତି ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ଆସିବେ। ସବୁକିଛି ଫାଇନାଲ୍ ହେବା ପରେ ମନ୍ଦାକିନି ମଧ୍ୟ ଗଣମାଧ୍ୟମକୁ ଏ ବିଷୟରେ ଜଣାଇବେ। ସମ୍ପ୍ରତି, ସେ ତାଙ୍କ ନିଜ ପାଇଁ ପ୍ରୋଜେକ୍ଟ ବାଛିବାରେ ବ୍ୟସ୍ତ ଅଛନ୍ତି।

Advertisment

ମନ୍ଦାକିନୀଙ୍କ ଭାଇ ଭାନୁ ତାଙ୍କୁ ପୁଣି ଅଭିନୟକୁ ଫେରିବାକୁ ଜିଦ୍ ଧରିଥିଲେ। ଭାନୁ କହିଛନ୍ତି ଯେ ଯେତେବେଳେ ସେ କୋଲକାତାର ଦୁର୍ଗା ପୂଜା ପେଣ୍ଡାଲକୁ ଯାଇଥିଲେ, ସେ ଦେଖିଥିଲେ ଯେ ଏବେ ବି ତାଙ୍କର ଜବରଦସ୍ତ ପ୍ରଶଂସକ ଓ ଅନୁସରଣକାରୀ ଅଛନ୍ତି। ଏହା ଦେଖି ସେ ତାଙ୍କୁ ପୁଣିଥରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିବା ଉଚିତ୍ ବୋଲି କହିଥିଲେ। ତାଙ୍କୁ 'ଛୋଟି ସର୍‌ଦାରନୀ'ରେ ମୁଖ୍ୟ ଭୂମିକାର ଅଫର୍ ଦିଆଯାଇଥିଲା, କିନ୍ତୁ ମନ୍ଦାକିନି ଏହି ଭୂମିକାକୁ ମନା କରିଦେଇଥିଲେ। ଏଥିପାଇଁ ସେ ଅନୀତା ରାଜଙ୍କ ନାମକୁ ବାଛିଥିଲେ।

ପରଦାକୁ ଫେରିବେ ବୋଲ୍ଡ ନାୟିକା ମନ୍ଦାକିନୀ

ପ୍ରକାଶଥାଉ ଯେ ମନ୍ଦାକିନୀଙ୍କ ଶେଷ ବଲିଉଡ ଚଳଚ୍ଚିତ୍ର ‘ଜୋରଦାର’ ୧୯୯୬ ମସିହାରେ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ତାଙ୍କ ବ୍ୟତୀତ ଗୋବିନ୍ଦା, ଆଦିତ୍ୟ ପାଞ୍ଚୋଲି ଏବଂ ନୀଲମ କୋଠାରୀ ଥିଲେ। ଏହା ପରେ ସେ ଆଉ ବଲିଉଡ୍‌ରେ ଅଭିନୟ କରି ନ ଥିଲେ। ଏହା ବ୍ୟତୀତ ୨୦୦୨ରେ ମୁକ୍ତିଲାଭ କରିଥିବା ବଙ୍ଗଳା ଚଳଚ୍ଚିତ୍ର ଅମର ପ୍ରେମରେ ତାଙ୍କୁ ଶେଷ ଥର ପାଇଁ ପରଦାରେ ଦେଖିବାକୁ ମିଳିଥିଲା।

Bollywood Actor Bollywood Mandakini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ