Advertisment

ମଲ୍ଲିକା ଶେରାୱତ୍‌ଙ୍କ ଯୋଗ ପୋଜ୍‌ରେ ପାଗଳ ହେଲେ ପ୍ରଶଂସକ

ମଲ୍ଲିକା ଶେରାୱତ୍‌ ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚିନ୍ତିତ ଥାଆନ୍ତି। ଏନେଇ ସେ ନିୟମିତ ଯୋଗ କରନ୍ତି ଓ ଡାଏଟ୍‌କୁ ମଧ୍ୟ ଜଗନ୍ତି। ଏବେ ତାଙ୍କର ଏକ ଯୋଗ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଜାଣନ୍ତୁ କାହିଁକି…

ଅଦ୍ୟତନ ହୋଇଛି
Mallika Sherawat did hot yoga

Mallika Sherawat did hot yoga

Advertisment

ମୁମ୍ବାଇ: ମଲ୍ଲିକା ଶେରାୱତ୍ ସୋସିଆଲ ମିଡିଆରେ ନିଜ ସୌନ୍ଦର୍ଯ୍ୟର ନିଆଁ ଲଗେଇ ଚାଲିଛନ୍ତି। ଏବେ ସେ ଫିଲ୍ମରେ କମ୍ ନଜର ଆସୁଥିଲେ ବି ଇଣ୍ଟରନେଟ୍‌ରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇ ନାହିଁ। ମଲ୍ଲିକା ଏବେ ତାଙ୍କର ଯେଉଁ ଭିଡିଓ ଶେୟାର କରିଛନ୍ତି ତାହା ହଇଚଇ ସୃଷ୍ଟି କରିଛି। ଭିଡିଓରେ ସେ ଯୋଗ କରୁଥିବା ନଜର ଆସିଛନ୍ତି, କିନ୍ତୁ ଯୋଗ କରିବା ସମୟରେ ସେ ଯାହା ପିନ୍ଧୁଛନ୍ତି ସେଥିରୁ ଲୋକଙ୍କ ନଜର ହଟୁ ନାହିଁ।

Advertisment

ମଲ୍ଲିକା ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିବା ଭିଡିଓରେ ସେ ବିକିନିରେ ନଜର ଆସୁଥିବା ବେଳେ ହଟ୍‌ ଯୋଗ କରୁଥିବା ଦେଖାଯାଉଛନ୍ତି। ଏମିତିରେ ମଲ୍ଲିକା ତ ସବୁବେଳେ ତାଙ୍କ ଫିଟ୍‌ନେସ୍‌ର ବେଶ ଯତ୍ନ ନିଅନ୍ତି। ବର୍ତ୍ତମାନ ମଲ୍ଲିକାଙ୍କର ଏହି ହଟ୍‌ ଯୋଗ ଭିଡିଓ ଖୁବ୍ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ପ୍ରଶଂସକମାନେ ପାଗଳ ହେଉଥିବା ଦେଖାଯାଏ।

ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ଅତ୍ୟନ୍ତ ଚମତ୍କାର ଡିୟର୍ ହଟେଷ୍ଟ୍”। ସେହିପରି ଆଉ ଜଣେ ‘ସୁପର ଯୋଗ ମ୍ୟାଡମ୍’ ବୋଲି ଲେଖିଛନ୍ତି। ଅନ୍ୟ ଜଣେ ପ୍ରଶଂସକ ପ୍ରତିକ୍ରିୟାରେ ଦେଖିଛନ୍ତି ଯେ ବହୁତ ସୁନ୍ଦର ଯୋଗ ପୋଜ୍। ସେହିପରି ଅନ୍ୟମାନେ ମଧ୍ୟ ମଲ୍ଲିକାଙ୍କର ଫିଟ୍‌ନେସ୍‌କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ।

Advertisment

ମଲ୍ଲିକାଙ୍କର ଏହି ଭିଡିଓଟିକୁ ବହୁତ ପସନ୍ଦ କରାଯାଉଥିବା ବେଳେ ଶେୟାର୍ ମଧ୍ୟ ହେଉଛି। ମଲ୍ଲିକା ଶେରାୱତ୍ ଜଣେ ଫିଟ୍‌ନେସ୍ ପ୍ରେମୀ ଅଭିନେତ୍ରୀ। ସେ ନିଜକୁ ଫିଟ୍ ରଖିବା ପାଇଁ ଦୈନିକ ବ୍ୟାୟାମ ସହିତ ସ୍ୱତନ୍ତ୍ର ଡାଏଟ୍ ଶୈଳୀକୁ ମଧ୍ୟ ଅନୁସରଣ କରନ୍ତି।

Advertisment

ତାଙ୍କର କାମର କଥା କହିଲେ ମଲ୍ଲିକା ଶେରାୱତ୍‌ଙ୍କୁ ଶେଷ ଥର ପାଇଁ ୨୦୧୯ରେ 'ବୁ ସବ୍‌କୀ ​​ଫଟେଗୀ'ରେ ଦେଖିବାକୁ ମିଳିଥିଲା। ଏହା ଫରହାଦ୍ ସମଜୀଙ୍କ ନିର୍ଦ୍ଦେଶିତ ଏକ ହରର୍ କମେଡି ଫିଲ୍ମ ଥିଲ। ଖବର ଅନୁଯାୟୀ, ମଲ୍ଲିକା ଖୁବ୍ ଶୀଘ୍ର ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ପିରିୟଡ-ଡ୍ରାମା ଫିଲ୍ମ 'ନାଗମତୀ'ରେ ଦେଖିବାକୁ ମିଳିବ। ହିନ୍ଦୀ ବ୍ୟତୀତ ଏହି ଫିଲ୍ମ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।

Mallika Sherawat Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ