Advertisment

ମଲାଇକାଙ୍କ ସୁପର ମଡେଲ୍ ଚାଲି ଲୋକଙ୍କ ହୃଦୟ କିଣିଲା

ଆଜିକାଲି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ପିଲ୍ମ ଦୁନିଆରେ ସକ୍ରିୟ ନାହାନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କର ଜଲ୍‌ୱା ଦେଖିଚାଲିଛନ୍ତି। ତାଙ୍କର ସବୁ ପୋଷ୍ଟଗୁଡିକ ଅନ୍ୟ ତାରକାମାନଙ୍କ ତୁଳାନରେ ଖୁବ୍ ଜୋର୍‌ରେ ଭାଇରାଲ ହୁଏ। ନିକଟରେ ମଲାଇକା ସୋସିଆଲ୍ ମିଡିଆରେ ଆଉ ଏକ ନୂଆ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ କୌଣସି ଏକ ବ୍ୟୁଟି କାର୍ଯ୍ୟକ୍ରମରେ ଥିବା ଦେଖାଯାଆନ୍ତି।

Malaika Arora ramp walk as super model

Malaika Arora ramp walk as super model

Advertisment

ନୂଆଦିଲ୍ଲୀ : ଆଜିକାଲି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ପିଲ୍ମ ଦୁନିଆରେ ସକ୍ରିୟ ନାହାନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କର ଜଲ୍‌ୱା ଦେଖିଚାଲିଛନ୍ତି। ତାଙ୍କର ସବୁ ପୋଷ୍ଟଗୁଡିକ ଅନ୍ୟ ତାରକାମାନଙ୍କ ତୁଳାନରେ ଖୁବ୍ ଜୋର୍‌ରେ ଭାଇରାଲ ହୁଏ। ନିକଟରେ ମଲାଇକା ସୋସିଆଲ୍ ମିଡିଆରେ ଆଉ ଏକ ନୂଆ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ କୌଣସି ଏକ ବ୍ୟୁଟି କାର୍ଯ୍ୟକ୍ରମରେ ଥିବା ଦେଖାଯାଆନ୍ତି।

Advertisment
Malaika Arora ramp walk as super modelମଲାଇକାଙ୍କ ସୁପର ମଡେଲ୍ ଚାଲି ଲୋକଙ୍କ ହୃଦୟ କିଣିଲା

ଏହି ସମୟରେ ସେ ଏକ ଧଳା ରଙ୍ଗର ପର ସଦୃଶ ପୋଷାକ ପିନ୍ଧିଛନ୍ତି, ଯାହା ତାଙ୍କୁ ଖୁବ୍ ଆକର୍ଷଣୀୟ କରୁଛି। ସେ ମଧ୍ୟ ରାପ୍‌ରେ ତାଙ୍କର ସୁପର ମେଡେଲ୍ ଚାଲି ଦେଖେଇ ଦେଖନାହାରୀଙ୍କ ହୃଦୟ ଜିତିଛନ୍ତି। ଏହି ଅବସରରେ ସେ ପ୍ରତିଯୋଗୀମାନଙ୍କୁ ସମ୍ମାନୀତ କରୁଥିବା ମଧ୍ୟ ନଜର ଆସନ୍ତି। ମଲାଇକା ଅରୋରା ଏହି ଭିଡିଓରେ ମଧ୍ୟ ସବୁବେଳେ ଭଳି ଆକର୍ଷଣୀୟ ଦେଖାଯାଉଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Modelling time of Malaika Aroraମଲାଇକାଙ୍କ ମଡେଲିଂ ବେଳର
Advertisment

ମଲାଇକା ଏହି ଭିଡିଓକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପେଜ୍‌ରେ ଶେୟାର୍ କରି କ୍ୟାପ୍‌ସନରେ ଲେଖିଛନ୍ତି, ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସହିତ ନାରୀତ୍ୱର ଉତ୍ସବ ପାଳନ କରୁଛି। ମୋ ପରିଚୟ ଏହି ମହିଳାମାନଙ୍କ ସହିତ ବହୁତ ଭଲ ହେଉଛି। ଏମାନେ ସମସ୍ତେ ମୋ ପାଇଁ ଜଣେ ଜଣେ ବିଜେତା। ଶ୍ୱେତା ରାୟଙ୍କୁ ମୋର ସଲାମ୍। ତେବେ ମଲାଇକାଙ୍କ ଏହି ଭିଡିଓ ଓ କ୍ୟାପସନରୁ ଦେଖି ଲାଗୁଛି ଯେ ସେ ବୋଧହୁଏ ଏହି କାର୍ଯ୍ୟାକ୍ରମରେ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଭିଡିଓକୁ ୧୩ ଲକ୍ଷରୁ ଅଧିକ ଦେଖାସରିଛି।

Advertisment

ମଲାଇକା ଅରୋରା ନିଜେ ବି ଜଣେ ମଡେଲ୍, ଏନେଇ ତାଙ୍କର ପ୍ରତ୍ୟେକ ଷ୍ଟାଇଲ୍‌ ଅତି ଯତ୍ନର ସହ କରୁଥିବା ବେଳେ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରନ୍ତି। ପ୍ରକାଶଥାଉ ଯେ ମଲାଇକା ଖୁବ୍ ଶୀଘ୍ର ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର’ର ଆଗାମୀ ସିଜନରେ ନଜର ଆସିବେ।

Malaika in Boldnessମଲାଇକାଙ୍କ ବୋଲ୍ଡ ଅବତାର

ମଲାଇକା ବଲିଉଡ୍‌କୁ ଅନେକ୍ ହୀଟ୍ ଗୀତ ଦେଇଛନ୍ତି। ତାଙ୍କର ଏହି ନିଆରା ଗୀତ ଯୋଗୁଁ ସେ ବଲିଉଡରେ ଏକ ସ୍ୱତନ୍ତ୍ର ଜାଗା କିଣିପାରିଛନ୍ତି। ତାଙ୍କର ଗୀତଗୁଡିକ ମଧ୍ୟରେ ‘ଛେୟାଁ ଛେୟାଁ’ ଅନାରକଲୀ ଓ ମୁନ୍ନୀ ବଦନାମ ହୁଇ ଭଳି ସୁପରହିଟ୍ ଗୀତ ଯୁବ ଶ୍ରୋତାମାନଙ୍କ ମନରେ ଆଜି ବି ନିଆଁ ଲଗାଏ। ଏହା ଛଡା ତାଙ୍କର ଅନେକ ଡ୍ୟାନ୍ସ ଭିଡିଓ ବି ଲୋକପ୍ରିୟ ହୋଇଛି। ସେ ପ୍ରାୟ ସମୟରେ ନିଜର ଆକର୍ଷଣୀୟ ଚେହେରା ଓ ଷ୍ଟାଇଲରେ ଲୋକଙ୍କ ଧ୍ୟାନ ଭଙ୍ଗ କରନ୍ତି।

Malaika Arora Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ