Advertisment

ଜାଣନ୍ତୁ ଗୋଟିଏ ଫିଲ୍ମ କରିବାକୁ ମହେଶ ବାବୁ କେତେ ଟଙ୍କା ନିଅନ୍ତି

ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତା ତାଲିକାରେ ମହେଶ ବାବୁଙ୍କୁ ଗଣନା କରାଯାଉଛି। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ବିବୃତ୍ତି ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍‌ ତାଙ୍କୁ ଟଙ୍କା ଦେଇ ପାରିବ ନାହିଁ। ଆସନ୍ତୁ ଜାଣିବା ଗୋଟିଏ ଫିଲ୍ମ ପାଇଁ ଏହି ଅଭିନେତା କେତେ ଟଙ୍କା ନିଅନ୍ତି?

Mahesh Babu charges so much for a film

Mahesh Babu charges so much for a film

Advertisment

ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମହେଶ ବାବୁ ଆଜିକାଲି ତାଙ୍କ ଷ୍ଟାଇଲ୍‌କୁ ନେଇ ବେଶ ଜଣାଶୁଣା। ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତା ତାଲିକାରେ ମହେଶ ବାବୁଙ୍କୁ ଗଣନା କରାଯାଉଛି। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ବିବୃତ୍ତି ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍‌ ତାଙ୍କୁ ଟଙ୍କା ଦେଇ ପାରିବ ନାହିଁ।

Advertisment

ତାଙ୍କର ଏହି ବିବୃତ୍ତି ପରଠାରୁ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଏଥିସହିତ ଲୋକଙ୍କ କୌତୁହଳ ମଧ୍ୟ ବଢିବାରେ ଲାଗିଛି। ତେବେ ଗୋଟିଏ ଫିଲ୍ମ କରିବାକୁ ମହେଶ ବାବୁ ଏମିତି କେତେ ଟଙ୍କା ନେଉଛନ୍ତି ଯାହା ତାଙ୍କୁ ବଲିଉଡ୍ ଦେଇପାରିବ ନାହିଁ ଏହାକୁ ଜାଣିବା ପାଇଁ ନିଶ୍ଚିତ ଲୋକଙ୍କ ମନରେ ଆଗ୍ରହ ଆସୁଥିବା। ତେବେ ଆସନ୍ତୁ ଜାଣିବା ତାଙ୍କ ରୋଜଗାର କେତେ, ଆଉ ଗୋଟିଏ ଫିଲ୍ମ ପାଇଁ ମହେଶ ବାବୁ କେତେ ଚାର୍ଜ କରନ୍ତି?

ବର୍ତ୍ତମାନ ବଲିଉଡ୍‌କୁ ନେଇ ବିବାଦୀୟ ମତ ଦେଇଥିବା ମହେଶ ବାବୁ ଗୋଟିଏ ଫିଲ୍ମ କରିବା ପାଇଁ ୩୦ ରୁ ୫୦ କୋଟି ଟଙ୍କା ଚାର୍ଜ କରନ୍ତି। ଏହା ଛଡା ସେ ଫିଲ୍ମର ପ୍ରୋଜେକ୍ଟ ଶୁଣିବା ପରେ ନିଜର ଫିସ୍ ସ୍ଥିର କରନ୍ତି। ଏଥିସହିତ, ନିକଟରେ ସେ କହିଥିଲେ ଯେ ବଲିଉଡ ଠାରୁ ତାଙ୍କୁ ଭଲ ଅଫର ମିଳୁଛି, କିନ୍ତୁ ସେ ସବୁବେଳେ ବଲିଉଡ୍‌କୁ ମନା କରି ଦେଉଛନ୍ତି। ମହେଶ ବାବୁ କହିଛନ୍ତି ଯେ ବଲିଉଡ୍‌ ତାଙ୍କୁ ଟଙ୍କା ଦେଇପାରିବ ନାହିଁ।

Advertisment

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ “ଯେଉଁମାନେ ମୋତେ ରୋଜଗାର ଦେଇପାରିବେ ନାହିଁ, ମୁଁ ସେଠାରେ କିପରି କାମ କରିବି। ମୁଁ ମୋର ସମୟ ନଷ୍ଟ କରିବାକୁ ଚାହେଁ ନାହିଁ। ମୁଁ ଯେଉଁଠାରେ କାମ କରୁଛି (ସାଉଥ୍‌ ଇଣ୍ଡଷ୍ଟ୍ରି) ସେଠାରୁ ମତେ ବହୁତ ଭଲପାଇବା ଏବଂ ସମ୍ମାନ ମିଳୁଛି। ମୁଁ ସବୁବେଳେ ବଡ ଫିଲ୍ମ କରିବାକୁ ଏବଂ ଜଣେ ବଡ ବ୍ୟକ୍ତି ହେବାକୁ ଚାହୁଁଥିଲି। ମୋର ଏହି ସ୍ୱପ୍ନ ମଧ୍ୟ ସାକାର ହୋଇଛି। ମୁଁ କୌଣସି ଏକ ଭାଗ୍ୟବାନଠାରୁ କମ୍ ନୁହେଁ।”

Mahesh Babu Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ