Advertisment

Mahakumbh Monalisa: ମୋନାଲିସାଙ୍କୁ ଆକ୍ରମଣ କଲେ ଦଳେ ଗୁଣ୍ଡା; ଏକା ମାରି ଧୂଳି ଚଟେଇଦେଲେ!

ବର୍ତ୍ତମାନ ମୋନାଲିସାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏକ ଫିଲ୍ମର ସୁଟିଂ କରୁଥିବା ନଜର ଆସିଛନ୍ତି। ଏହି ସିନ୍‌ରେ ଅଭିନେତ୍ରୀ ଏକୁଟିଆ ଅନେକ ଗୁଣ୍ଡାଙ୍କ ସହ ଲଢୁଥିବା ଦେଖାଯାଏ। ସେ ସମସ୍ତଙ୍କୁ ପିଟି ତଳେ ପକାଇ ଦେଉଛନ୍ତି।

ଅଦ୍ୟତନ ହୋଇଛି
Mahakumbh Monalisa action scene video viral on social media

Mahakumbh Monalisa action scene video viral on social media

Advertisment

କୁମ୍ଭମେଳା ଅନେକ ଲୋକଙ୍କୁ ଭାଇରାଲ ମଧ୍ୟ କରିଥିଲା। ସେମାନଙ୍କ ମଧ୍ୟରୁ ମୋନାଲିସା, ଯିଏ କି ମାଳା ବିକୁ ବିକୁ ହୋଇଗଲେ ସେଲିବ୍ରେଟି। ଯିଏ ବି କୁମ୍ଭରେ ମୋନାଲିସାଙ୍କୁ ଦେଖିଲା, ସେ ତାଙ୍କ ନୀଳ ଚିଲିକା ପରି ଆଖିରେ ବୁଡିଗଲା ଏବଂ ସେଲ୍‌ଫି ସ୍ମୃତି ନେଇ ଘରକୁ ଫେରିଲା।

Advertisment

ମୋନାଲିସାଙ୍କ ଭାଗ୍ୟ ଏବେ ଖୋଲିଯାଇଛି। ସେ ବର୍ତ୍ତମାନ ଫିଲ୍ମରେ କାମ ପାଇଛନ୍ତି ଏବଂ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଗୁଣ୍ଡାଙ୍କ ଉପରେ ଭାରି ପଡିଲେ:

ବର୍ତ୍ତମାନ ମୋନାଲିସାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କୁ ମାଳା ବିକାଳି ଭାବେ ନୁହେଁ ବରଂ ଜଣେ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିଛି। ସେ ଏକ ଫିଲ୍ମର ସୁଟିଂ କରୁଥିବା ନଜର ଆସିଛି। ଏହି ସିନ୍‌ରେ ଅଭିନେତ୍ରୀ ଏକୁଟିଆ ଅନେକ ଗୁଣ୍ଡାଙ୍କ ସହ ଲଢୁଥିବା ଦେଖାଯାଏ। ସେ ସମସ୍ତଙ୍କୁ ପିଟି ତଳେ ପକାଇ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ମୋନାଲିସାଙ୍କ ରୂପ ନୁହେଁ, ତାଙ୍କ ସ୍ୱର ବି ସୁନ୍ଦର; ଶୁଣନ୍ତୁ ସେ ଗାଇଥିବା ଗୀତ

Advertisment

ଭିଡିଓରେ ଦେଖିବାକୁ ମିଳେ ଯେ, ଚାରିରୁ ପାଞ୍ଚ ଜଣ ଗୁଣ୍ଡା ଅଭିନେତ୍ରୀଙ୍କ ସାମ୍ନାରେ ଠିଆ ହୋଇଛନ୍ତି। ସେମାନଙ୍କ ହାତରେ ବାଡ଼ି ଏବଂ ଛୁରୀ ଅଛି। ଏହା ପରେ, ସେମାନେ ଆଗକୁ ବଢିବା ମାତ୍ରେ ଅଭିନେତ୍ରୀ ତାଙ୍କ ଉପରେ ଭାରୀ ପଡୁଛନ୍ତି। ଗୋଟେ ଗୋଟେ ମାରି ତଳେ ପକାଇଦେଉଛନ୍ତି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ମୋନାଲିସାଙ୍କ ଏହି ଭିଡିଓକୁ ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ଏହି ସିନ୍‌ରେ ମୋନାଲିସା ଚମତ୍କାର ଫାଇଟ୍ କରୁଥିବା ଦେଖିବାକୁ ମିଳେ। ତାଙ୍କର ଏହି ଆକ୍ସନ୍ ସିନ୍ ଖୁବ୍ ଭାଇରାଲ୍ ହେଉଛି।


ମିଳୁଛି ବହୁତ ପ୍ରଶଂସା:

ସୋସିଆଲ ମିଡିଆ ସେନ୍‌ସେସନ୍‌ରେ ପରିଣତ ହୋଇଥିବା ମୋନାଲିସା ଭୋସଲେଙ୍କୁ ମଧ୍ୟ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି। ସେମାନେ କହୁଛନ୍ତି ଯେ, ମୋନାଲିସା ଖୁବ୍ କମ୍ ସମୟ ମଧ୍ୟରେ ଏସବୁ ଶିଖିନେଲେ। ଏହି ସମୟରେ ଆଉ କିଛି ଦାବି କରୁଛନ୍ତି ଯେ, ଏହି ଭିଡିଓ ମୋନାଲିସାଙ୍କର ନୁହେଁ, ଏହି ଭିଡିଓରେ ଦେଖାଯାଇଥିବା ଅଭିନେତ୍ରୀ ହେଉଛନ୍ତି ରାଧିକା ମଦାନ। ସେହିପରି ଆଉ କିଛି କହୁଛନ୍ତି ମୋନାଲିସା ଜଣେ ନିରୀହ ଝିଅ, ସେ କିପରି ଏମିତି ଫାଇଟ୍ କରିପାରିବେ।

ମୋନାଲିସାଙ୍କୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ଦ୍ୱାରା ଏକ ଫିଲ୍ମ ନିଆଯାଇଛି। ଏହା ପରେ ମୋନାଲିସା ତାଙ୍କ ସହିତ ମୁମ୍ବାଇ ଯାଇଛନ୍ତି। ମୁମ୍ବାଇ ଯିବା ପରେ ମୋନାଲିସାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି।

ତେବେ ଏହି ଆକ୍ସନ୍ ସିନ୍ ଭିଡିଓ ମୋନାଲିସାଙ୍କର କି ନୁହେଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇ ନାହିଁ।

ଅଧିକ ପଢ଼ନ୍ତୁ: ଧୀରେ ଧୀରେ ପଲିସ୍ ହେଉଛନ୍ତି ମୋନାଲିସା; ଦେଖନ୍ତୁ ଦମଦାର ଆକ୍ଟିଙ୍ଗ୍

Bollywood Viral Video Mahakumbh Monalisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ