bheem
ମହାଭାରତର ଚର୍ଚ୍ଚିତ ଚରିତ୍ର ଭୀମ ସେନ୍ । ବିଶାଳକାୟ ଶରୀର, ପ୍ରଚଣ୍ଡ ଗର୍ଜନ, ଆଉ ଯୁଦ୍ଧ ସମୟରେ ଯିଏ ସବୁ ବେଳେ ଗଦା ଧରି ଆଗରେ ଛାତି ଦେଖାନ୍ତି ଆଜି ସେ ଆଉ ନାହାନ୍ତି । ମହାଭାରତର ଭୀମ କହିଲେ ସମସ୍ତଙ୍କ ଆଖିରେ ଯାହାଙ୍କ ଛବି ଝଲସି ଉଠେ । ସେ ଆଜି ଚିର ନିଦ୍ରାରେ ଶୋଇ ଯାଇଛନ୍ତି । ପ୍ରବୀଣ କୁମାର କହିଲେ ହୁଏତ ସମସ୍ତେ ଠଉରାଇ ପାରିବେନାହିଁ । ହେଲେ ମହାଭାରତର ସେହି ବିଶାଳ ବପୁବନ୍ତ ଭୀମ ସେନଙ୍କ କଥା କହିଲେ ସମସ୍ତେ ଅତି ସହଜରେ ଜାଣିଦେବ । କିନ୍ତୁ ଆଜି ଆଉ ଯେତେ ଡାକିଲେ ବି ଭୀମସେନ ଉଠିବେ ନାହିଁ । ସବୁଦିନ ପାଇଁ ସେ ଶୋଇ ଯାଇଛନ୍ତି ଚିର ନିଦ୍ରାରେ ।
୧୯୪୭ ମସିହା ଡିସେମ୍ବର ୬ ତାରିଖରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ପ୍ରବୀଣ କୁମାରଙ୍କର ଆଜି ୭୪ ବର୍ଷ ବୟସରେ ପରଲୋକ ଘଟିଛି । ମହାଭାରତର ଯେଉଁ ଯେଉଁ ସମୟରେ ଭୀମ ସେନ ସାମ୍ନାକୁ ଆସିଛନ୍ତି ସେହି ସେହି ସ୍ଥାନରେ ଦୃଶ୍ୟ ରୋମାଞ୍ଚିତ ହୋଇ ଉଠିଛି । ରଙ୍ଗଭୂମିରେ ଦୁର୍ଯ୍ୟୋଧନ ସହ ଗଦା ଯୁଦ୍ଧ ହେଉ ଅବା କୁରୁକ୍ଷେତ୍ରରେ ଜାନୁଭଗ୍ନ, ସବୁଠି ଭୀମ ରଡିରେ ମେଦିନି କମ୍ପିଛି ।
ଦ୍ରୌପଦୀଙ୍କ ସ୍ୱୟମ୍ବର ସଭାରେ ଯେତେବେଳେ ପଞ୍ଚୁ ପାଣ୍ଡବ ବ୍ରାହ୍ମଣ ବେଶରେ ଦଣ୍ଡାୟମାନ, ଆଉ ଅର୍ଜୁନ ଯାଉଥାଆନ୍ତି ଲକ୍ଷ୍ୟ ଭେଦିବାକୁ ସେତେବେଳେ ଦୁର୍ଯ୍ୟୋଧନର କଟାକ୍ଷ ସମୟରେ ଭୀମଙ୍କ କ୍ରୋଧ ଦେଖିବା ଭଳି ଦୃଶ୍ୟା
ଖାଲି ସେତିକି ନୁହେଁ, ବନବାସ ସମୟରେ ସାନ ଭାଇ ନକୁଳ ସହଦେବ ଏବଂ ମାତା କୁନ୍ତିଙ୍କୁ କାନ୍ଧରେ ବସେଇ ନେବାର ଦୃଶ୍ୟ ହେଉ ଅବା ହିଡିମ୍ବୀ ସହ ଅସୁର ଜାତିରେ ବିବାହ ହେଉ, ସେତେବେଳେ ଭୀମଙ୍କ ଭଳି ଜଣେ ପ୍ରବଳ ପ୍ରତାପୀ ଯୋଦ୍ଧାଙ୍କ ଅନ୍ତରରେ ଥିବା ମାତୃପ୍ରେମ ଓ ପତ୍ନୀ ପ୍ରେମର ଭୂମିକାକୁ ପ୍ରବୀଣ କୁମାର ବେଶ୍ ଚମତ୍କାର ଢଙ୍ଗରେ ନିଭାଇଛନ୍ତି ।
ଅଜ୍ଞାତବାସ ସମୟରେ ଯେତେବେଳ ଭୀମ ସେନ୍ ରୋଷେୟା ଭାବେ ଛଦ୍ମବେଶରେ ଥିଲେ, ସେତେବେଳେ କିଚ୍ଚକ ବଦ୍ଧର ଦୃଶ୍ୟକ ସମସ୍ତଙ୍କୁ ଚମତ୍କୃତ କରିଛି । ଭରା କୁରୁ ସଭାରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କଲାବେଳେ ସମସ୍ତେ ମୁହଁ ପୋତି ବସିଥିବା ବେଳେ ଏକମାତ୍ର ଭୀମ ସେନ୍ ତୀବ୍ର ପ୍ରତିଜ୍ଞା କରିଥିଲେ, ଯଦି ମୁଁ ଦୁଃଶାନର ଛାତିର ରକ୍ତରେ ପାଞ୍ଚାଳୀଙ୍କ କେଶ ନଧୋଇଛି ଆଉ କୁରୁକ୍ଷେତ୍ରରେ ଦୁର୍ଯ୍ୟୋଧନର ଯାନୁଭଗ୍ନ ନ କରିଛି ତେବେ ମୋ ପୂର୍ବପୁରୁଷଙ୍କୁ ମୁହଁ ଦେଖାଇବି ନାହିଁ । ଏଭଳି ପ୍ରତିଜ୍ଞା ପାଳନ କରିଥିବା ଭୀମ ସେନ୍ ଆଜି ନୀରବି ଯାଇଛନ୍ତି ।
ପ୍ରବଳ ପ୍ରତାପୀ ସପ୍ତସିଂହର ବଳ ଯା ଦେହରେ ସେ ଆଜି ଅଚିନ୍ତା ନିଦରେ ଶୋଇ ଯାଇଛନ୍ତି । ମହାଭାରତର ଛତ୍ରେ ଛତ୍ରେ, ଏକାଧିକ ଅସୁରଙ୍କ ସହ ଯୁଦ୍ଧ କରି ସମସ୍ତଙ୍କୁ ବଦ୍ଧ କରିଥିଲେ ଭୀମ ସେନ୍ ।
ବନବାସ ସମୟରେ ନିଜ ବଡଭାଇ ପବନ ପୁତ୍ର ହନୁମାନଙ୍କ ଦର୍ଶନ ଲାଭ କରି କୃତାର୍ଥ ହୋଇଥିଲେ ସେ । ପିଲାଦିନେ ନାଗଲୋକ ଯାଇ ୭ କାଂଚି ସୁଧାର ରସ ପାନ କରିଥିଲେ ସେ । ଦ୍ରୌପଦୀଙ୍କୁ ବିଭିନ୍ନ ସମୟରେ ସୁରକ୍ଷା ଦେଇଥିଲେ ସେ । ଏ ସମସ୍ତ ଭୂମିକାରେ ଯିଏ ସୁନ୍ଦର ରୂପରେ ଅଭିନୟ କରିଥିଲେ ସେ ହେଉଛନ୍ତି ପ୍ରବୀଣ କୁମାରା
ତାଙ୍କ ବିୟୋଗରେ ମହାଭାରତର ମହାନାୟକ ଶ୍ରୀ କୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ନୀତିଶ ଭରଦ୍ୱାଜ ଏ ଖବରରେ ଶୋକ ବ୍ୟକ୍ତ କରି ଲେଖିଛନ୍ତି, ମହାଭାରତ ସମୟରେ ତାଙ୍କ ସହ ଏତେ ଅନୁଭୂତି ଏତେ ଅନୁଭବ ସ୍ମୃତି ହୋଇ ରହିଛି ଯେ, କାହାକୁ ମନେପକାଇବି କେଉଁ କଥା କହିବି କିଛି ଭାବି ମୁଁ ପାରୁନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bheem_1644304855.jpg)