Advertisment

ମହାଭାରତ ‘ଭୀମ’ଙ୍କ ପରଲୋକ

ବଲିଉଡ୍ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସିରିଏଲ୍ ମହାଭାରତରେ ‘ଭୀମ’ ଚରିତ୍ରରେ ପ୍ରବୀଣ କୁମାର ଅଭିନୟ କରିଥିଲେ।

ଅଦ୍ୟତନ ହୋଇଛି
Mahabharat's 'Bheem' Praveen Kumar Sobti passes away

Mahabharat's 'Bheem' Praveen Kumar Sobti passes away

Advertisment

ଟେଲିଭିଜନ୍‌ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ପ୍ରବୀଣ କୁମାରଙ୍କ ଦେହାନ୍ତ ହୋଇଛି। 

Advertisment

ବି.ଆର୍ ଚୋପ୍ରାଙ୍କ ସିରିଏଲ୍ ମହାଭାରତରେ ‘ଭୀମ’ ଚରିତ୍ରରେ ପ୍ରବୀଣ କୁମାର ଅଭିନୟ କରିଥିଲେ। ମହାଭାରତ ସିରିଏଲ୍‌ ବ୍ୟତୀତ ସେ ଅନେକ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଦମଦାର୍‌ ଆକ୍ଟିଂ କରି ସେ ଦର୍ଶକଙ୍କ ଦୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। 

ମହାଭାରତରେ ‘ଭୀମ’ ଚରିତ୍ର ତାଙ୍କୁ ବେଶ୍‌ ପରିରିତ କରିଥିଲା। ପଞ୍ଜାବରେ ରହୁଥିବା ପ୍ରବୀଣ ଅଭିନୟ କରିବା ପୂର୍ବରୁ ସ୍ପୋର୍ଟସ୍‌ରେ ଆକ୍ଟିଭ୍‌ ଥିଲେ। ସେ ଜଣେ Hammer ଓ Discus ଥ୍ରୋ ଆଥ୍‌ଲେଟ୍‌ ଥିଲେ। ପ୍ରବୀଣ ଏସୀୟ ଏବଂ କମନ୍‌ୱେଲଥ୍‌ ଗେମ୍ସରେ ଅନେକ ମେଡାଲ୍‌ ଜିତିଥିଲେ। ହଂକଂରେ ଆୟୋଜିତ ଏସୀୟ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସରେ ପ୍ରବୀଣ ଦୁଇଥର ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। 

Advertisment

ପ୍ରବୀଣ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଥିଲେ। ଗତ କିଛିଦିନ ହେବ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ଓ ଏଥିପାଇଁ ସେ ସରକାରଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ। ଅଭିନୟ ପ୍ରାରମ୍ଭରେ ତାଙ୍କୁ ୧୦୦ ଟଙ୍କା ମିଳିଥିଲା। ସେହି ସମୟରେ ସେ ଗ୍ୱାଲିୟୟରରେ BSFରେ ଥିଲେ। ଏହାପରେ ଅଭିନୟ ଜଗତକୁ ଆସିବା ପାଇଁ ମନ ବଳାଇଥିଲେ। 

ପୁଣିଥରେ ଲାଇମ୍‌ଲାଇଟ୍‌ସ୍‌କୁ ଆସିବା ପାଇଁ ସେ ଅଲଗା କିଛି କାମ କରିବାକୁ ଚାହୁଁ ଥିଲେ। କିଛି ଦିନ ପରେ ତାଙ୍କର ଏହି ସ୍ୱପ୍ନ ମଧ୍ୟ ପୂରଣ ହୋଇଥିଲା। ଯେତେବେଳେ ତାଙ୍କୁ ଫିଲ୍ମରେ ଅଭିନୟ କରିବା ଲାଗି ଅଫର୍‌ ଆସିଥିଲା। ସେ ୫୦ଟି ଫିଲ୍ମ ଓ ଟିଭି ଶୋ’ କରିଥଇଲେ। ତାଙ୍କର ଶେଷ ଫିଲ୍ମ ‘Barbarik’  ୨୦୧୩ରେ ରିଲିଜ୍ ହୋଇଥିଲା। ପରେ ସେ ଅଭିନୟ ଛାଡ଼ି ଦେଇଥିଲେ ଓ ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ପରେ ଆପ୍‌ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। 

Advertisment

ପ୍ରବୀଣଙ୍କ ପରଲୋକରେ ବଲିଉଡ୍‌ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଛି। 

Mahabharat Mahabharat Bheem Praveen Kumar Sobti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ