Advertisment

ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ ଫିଲ୍ମ “ଲଭ୍‌ ଷ୍ଟୋରୀ”

ଦର୍ଶକଙ୍କ ପାଇଁ ଖୁସି ଖବର। ସବୁ ପ୍ରତିକ୍ଷାର ଅନ୍ତ ଘଟେଇ ଫିଲ୍ମ “ଲଭ୍‌ ଷ୍ଟୋରୀ” ରିଲିଜ ହେବାକୁ ଯାଉଛି। ଏ କଥା ସ୍ପଷ୍ଟ କରିଛନ୍ତି ଫିଲ୍ମର ନିର୍ମାତା ସେଖର କମ୍ମୁଲା । ନାଗ୍ ଚୈତନ୍ୟ ଓ ସାଇ ପଲ୍ଲବୀଙ୍କର “ଲଭ୍‌ ଷ୍ଟୋରୀ”ର ନୂଆ ରିଲିଜ ତାରିଖ ଘୋଷଣା କରାଯାଇଛି। ତେବେ ସିନେମାଟି ପୂର୍ବରୁ ଅପ୍ରିଲ୍୧୬ରେ ରିଲିଜ୍ ହେବାକୁ ସ୍ଥିର ହୋଇଥିଲା। କୋରୋନା ଭାଇରସ ମହାମାରୀ କାରଣରୁ ରିଲିଜ ହେବାରେ ବିଳମ୍ୱ ହୋଇଥିଲା। ବର୍ତ୍ତମାନ ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ।

ଅଦ୍ୟତନ ହୋଇଛି
ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ ଫିଲ୍ମ “ଲଭ୍‌ ଷ୍ଟୋରୀ”

Love Story

Advertisment

ନୂଆଦିଲ୍ଲୀ : ଦର୍ଶକଙ୍କ ପାଇଁ ଖୁସି ଖବର। ସବୁ ପ୍ରତିକ୍ଷାର ଅନ୍ତ ଘଟେଇ ଫିଲ୍ମ “ଲଭ୍‌ ଷ୍ଟୋରୀ” ରିଲିଜ ହେବାକୁ ଯାଉଛି। ଏ କଥା ସ୍ପଷ୍ଟ କରିଛନ୍ତି ଫିଲ୍ମର ନିର୍ମାତା ସେଖର କମ୍ମୁଲା । ନାଗ୍ ଚୈତନ୍ୟ ଓ ସାଇ ପଲ୍ଲବୀଙ୍କର “ଲଭ୍‌ ଷ୍ଟୋରୀ”ର ନୂଆ ରିଲିଜ ତାରିଖ ଘୋଷଣା କରାଯାଇଛି। ତେବେ ସିନେମାଟି ପୂର୍ବରୁ ଅପ୍ରିଲ୍୧୬ରେ ରିଲିଜ୍ ହେବାକୁ ସ୍ଥିର ହୋଇଥିଲା। କୋରୋନା ଭାଇରସ ମହାମାରୀ କାରଣରୁ ରିଲିଜ ହେବାରେ ବିଳମ୍ୱ ହୋଇଥିଲା। ବର୍ତ୍ତମାନ ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥି ଦିନ ପ୍ରେକ୍ଷାଳୟରେ ରିଲିଜ୍ ହେବ। ଏହି ସିନେମାଟି ସମ୍ପୂର୍ଣ୍ଣ ପ୍ରେମଭିତ୍ତିକ ବୋଲି କୁହାଯାଇଛି।

Advertisment
ଲଭ୍‌ ଷ୍ଟୋରୀ

ତେବେ ୨୦୨୦ରୁ ରିଲିଜକୁ ଅପେ‌‌କ୍ଷା କରିଥିବା ଦର୍ଶକ ସେପ୍ଟମ୍ବର୍ ୧୦ରେ ଫିଲ୍ମର ରିଲିଜ ଖବର ଶୁଣି ଖୁସି ପ୍ରକାଶ କରିଛନ୍ତି। ଫିଲ୍ମରେ ନାଗ ଚୈତନ୍ୟ ଓ ସାଇ ପଲ୍ଲବୀଙ୍କ ଛଡା ଦେବଯାନୀ, ରାଓ ରମେଶ, ପୋଶାଣି କ୍ରିଷ୍ଣା ମୁରଲି, ରାଜିଭ କନକଳା ଓ ‌ଈଶ୍ୱରୀ ରାଓ ପ୍ରମୁଖ ଭୂମିକାରେ ନଜର ଆସିବେ।

ଏହି ଖୁସି ଖବର ସେୟାର କରି ନାଗ୍ ଚୈତନ୍ୟ କହିଛନ୍ତି ଯେ, ଏହି ଗଣେଶ ଚତୁର୍ଥି ସ୍ୱତନ୍ତ୍ର ହେବାକୁ ଯାଉଛି। ଆପଣମାନଙ୍କ ନିକଟତର ପ୍ରେକ୍ଷାଳୟରେ ସେପ୍ଟେମ୍ବର ୧୦ରେ “ଲଭ୍‌ ଷ୍ଟୋରୀ” ରିଲିଜ୍ ହେବ। ସେହିପରି ସାଇ ପଲ୍ଲଭି ମଧ୍ୟ ନିଜ ଟ୍ୱିଟର ପେଜ୍‌ରେ ଏହି ଖବର ସେୟାର କରି କହିଛନ୍ତି ଯେ, “ଶେଷରେ ଆମେ ସେପ୍ଟେମ୍ବର ୧୦ରେ ଭେଟିବା”।

Advertisment

ସେଖର କମ୍ମୁଲାଙ୍କା ଦ୍ୱାରା ନିର୍ଦ୍ଦେଶିତ ଲଭ୍ ଷ୍ଟୋରୀରେ ନାଗ ଚୈତନ୍ୟଙ୍କୁ ରେଭେନ୍ଥ ଏବଂ ସାଇ ପଲ୍ଲଭିଙ୍କୁ ମୌନିକା ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଗୀତଗୁଡିକ ରିଜିଲ୍ ହୋଇସାରିଥିବା ବେଳେ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ପାରିଛି। ‘ଫିଦା’ ପରେ ନିର୍ଦ୍ଦେଶକ ସେଖର ଏବଂ ଅଭିନେତ୍ରୀ ସାଇ ପଲ୍ଲଭି ପରଦାରେ ଯାଦୁ ଖେଳେଇନା ନେଇ ପୁଣି ଥରେ ହାତ ମିଳେଇଛନ୍ତି। ଆମିଗୋସ୍ କ୍ରିଏସନ୍ସ ଏବଂ ଶ୍ରୀ ଭେଙ୍କଟେଶ୍ୱରା ସିନେମା ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ବିଜୟ ସି କୁମାର ସିନେମାଟୋଗ୍ରାଫର ଓ ମାର୍ଥାଣ୍ଡ କେ. ଭେଙ୍କଟେଶ ଏଡିଟର୍ ଦାୟିତ୍ୱ ତୁଳାଇଛନ୍ତି।

Advertisment
Entertainment Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ