Advertisment

ସିଦ୍ଧାର୍ଥ ମଲହୋତ୍ରା-କିଆରା ଆଡ୍‌ଭାନୀଙ୍କ ପ୍ରେମର ଗୀତ

ସିଦ୍ଧାର୍ଥ ଏବଂ କିଆରାଙ୍କ ପ୍ରେମ ଓ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସବୁ ମହଲରେ ଏବେ ସେମାନଙ୍କ ପ୍ରେମର ଆଲୋଚନା। ଫିଲ୍ମ 'ଶେରଶାହ'ର ସୁଟିଂ ସମୟରେ ଉଭୟ ପ୍ରେମରେ ପଡିଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ପରସ୍ପର ସହ ଜୀବନସାରା ରହିବାକୁ ନିଷ୍ପତ୍ତି ନେଇଛନ୍ତି।

Sidharth malhotra kiara advani raataan lambiyan song crosses 730 million views

Sidharth malhotra kiara advani raataan lambiyan song crosses 730 million views

Advertisment

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପ୍ରେମ ଓ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସବୁ ମହଲରେ ଏବେ ସେମାନଙ୍କ ପ୍ରେମର ଆଲୋଚନା। ଫିଲ୍ମ 'ଶେରଶାହ'ର ସୁଟିଂ ସମୟରେ ଉଭୟ ପ୍ରେମରେ ପଡିଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ପରସ୍ପର ସହ ଜୀବନସାରା ରହିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଏହି ଯୋଡିଙ୍କୁ ନେଇ ଫିଲ୍ମ 'ଶେର୍‌ଶାହା'ରେ ‘ରାତାଁ ଲମ୍ବିୟାଁ’ ଚିତ୍ରିତ ହୋଇଥିଲା। ଏହି ଗୀତଟି ଏତେ ହିଟ୍ ହୋଇଗଲା ଯେ ଆଜି ବି ଏହାର ଭିୟୁଜ୍ କ୍ରମାଗତ ଭାବରେ ବଢିଚାଲିଛି। ଏହାସହିତ ଏହି ଗୀତର ପ୍ରେମ ସେମାନଙ୍କ ଜୀବନରେ ସତ ପ୍ରେମ ହେଇଗଲା। ତେବେ ଆସନ୍ତୁ ଏହି ଗୀତ ତିଆରି କରିବା ପଛରେ ଥିବା କାହାଣୀ ବିଷୟରେ ନଜର ପକେଇବା।

ପ୍ରେମକୁ ଚିତ୍ରଣ କରୁଥିବା ଏହି ଗୀତର ଆରମ୍ଭରେ ଏକ ଚିଠି ଲେଖୁଥିବା ବେଳେ କିୟାରା ଫେବୃଆରୀରେ ଏକ ତାରିଖକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି। ବାସ୍ତବ ଜୀବନରେ ମଧ୍ୟ ଫେବୃଆରୀ ମାସ ଉଭୟଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ଗୀତ 'ପ୍ରେମ'କୁ ବର୍ଣ୍ଣନା କରିବା ପାଇଁ ପୂରା ଠିକ୍ ବୋଲି କୁହାଯାଇପାରେ। ଏହି ଗୀତ ୩୦ ଜୁଲାଇ ୨୦୨୧ରେ ପ୍ରିମିୟର୍ ହୋଇଥିଲା। ଗୀତର ସଫଳତାକୁ ଏଥିରୁ ଆକଳନ କରାଯାଇପାରିବ ଯେ ଏପର୍ଯ୍ୟନ୍ତ ଏହା ୭୩୫ ମିଲିୟନ୍ ଭିୟୁ ପାଇସାରିଥିବା ବେଳେ ଏବେବି ଏହି ଧାରା ଜାରି ରହିଛି।

Advertisment

ଏହି ଗୀତଟିକୁ ସଂଗୀତରେ ସଜେଇଛନ୍ତି ତନିଷ୍କ ବାଗ୍‌ଚି। ଏହାର ମୂଳ ସୃଷ୍ଟି ମଧ୍ୟ ତାଙ୍କର। ଏହା ସହିତ ଗୀତର ଲିରିକ୍ସ ମଧ୍ୟ ତନିଷ୍କ ଲେଖିଛନ୍ତି। ପ୍ରେମରେ ପରିପୂର୍ଣ୍ଣ ଏହି ଗୀତଟିକୁ ଜୁବିନ୍ ନୌଟିୟାଲ୍ ଏବଂ ଅସିସ୍ କୌର ନିଜ ସ୍ୱରରେ ଆହୁରି ଅଧିକ ସ୍ୱତନ୍ତ୍ର କରିଦେଇଛନ୍ତି।

ଏହି ଗୀତଟି ତନିଷ୍କଙ୍କ କ୍ୟାରିୟର ପାଇଁ ଏକ ମାଇଲଖୁଣ୍ଟ ପରି। ତାଙ୍କର ଏକ ସାକ୍ଷାତକାରରେ ତନିଷ୍କ ଏହି ଗୀତର କାହାଣୀ କହିଥିଲେ। ତନିଷ୍କ କହିଛନ୍ତି, “ଫିଲ୍ମର ପ୍ରତ୍ୟେକ ଗୀତ ସ୍ୱତନ୍ତ୍ର ଏବଂ 'ରାତାଁ ଲମ୍ବିୟାଁ' ମୋର ପ୍ରିୟ ଅଟେ। ଏହି ଦୁଇଟି ଗୀତ ଥିଲା, ଯାହାକୁ ମୁଁ ମିଶ୍ରଣ କରି ତିଆରି କରିଥିଲି। ଯେତେବେଳେ ଏହି ଗୀତଟିକୁ ମୁଁ ସମସ୍ତଙ୍କୁ ଶୁଣେଇଲି, ସମସ୍ତେ ଏହାକୁ ତୁରନ୍ତ ପସନ୍ଦ କଲେ। ଯେତେବେଳେ ଏହି ଗୀତଟି ସାମ୍ନାକୁ ଆସିଲା, ଏହା ଇତିହାସ ସୃଷ୍ଟି କଲା।”

Advertisment

ଗୀତରେ କିଆରା ଏବଂ ସିଦ୍ଧାର୍ଥଙ୍କ ସ୍ୱତନ୍ତ୍ର କେମେଷ୍ଟ୍ରୀ ଦେଖିବାକୁ ମିଳେ। ଏହି ଗୀତଟି ବର୍ତ୍ତମାନ ଉଭୟ ଷ୍ଟାର୍‌ଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ସ୍ୱତନ୍ତ୍ର ହୋଇପାରିଛି।

Bollywood Kiara Advani Siddharth Malhotra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ