Advertisment

୫ ଦିନ ହେଲାଣି ଖେଳୁଛି ଗୋଟିଏ ବହି

ବିଶେଷକରି ଅଭିନେତା କାହ୍ନାଙ୍କ ଦମଦାର ଅଭିନୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି । ପାରିବାରିକ କାହାଣୀକୁ ନେଇ ଆଖି ତୋର, ଲୁହ ମୋର ନାଟକରେ ନାୟକ କାହ୍ନା ଓ କମେଡି କିଙ୍ଗ ବ୍ରଜ ପାଣି ଏବଂ ନାୟିକା ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି କିମିଆ....

Khandagiri jatra

Khandagiri jatra

Advertisment

କଂପୁଛି ଖଣ୍ଡଗିରି ପଡିଆ। ଷ୍ଟେଜ୍‌ ଉପରେ ଗୀତ ବାଜିବା ମାତ୍ରେ ତଳେ ହାତ ହଲାଇ ଅଣ୍ଟା ଦୋହଲାଇ ମତୁଆଲ ହେଉଛନ୍ତି ଦର୍ଶକ। ନିଇତି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଖଣ୍ଡଗିରି ପଡିଆରେ  । ସଂଧ୍ୟା ଯେତିକି ଯେତିକି ନଉଁଛି, ଦର୍ଶକଙ୍କ ସଂଖ୍ୟା ସେତିକି ସେତିକି ବଢୁଛି। ଆଇଟମ୍‌ ଡ୍ୟାନ୍ସ ସାଙ୍ଗକୁ କଳାକାରଙ୍କ ଜବରଦସ୍ତ ଡାଇଲଗ୍‌ରେ କଂପୁଛି ମେଳା ପଡିଆ।

Advertisment

ଆଉ ଯାତ୍ରାରେ କଳାକାରଙ୍କ ଡାଇଲଗ୍‌ ଶୁଣିଲେ ଆପଣ ବି ହସି ହସି ବେଦମ ହେବେ। ଆଉ ଥରେ ନୁହେଁ ବାରମ୍ବାର ଯାତ୍ରା ଦେଖିବାକୁ ଧାଇଁବେ। ହେଲେ ଖଣ୍ଡଗିରି ପଡିଆକୁ ଘାଂଟୁଛି ଶିବାନୀ ଗଣନାଟ୍ୟର ସୁପରହିଟ୍‌ ବହି ଆଖି ତୋର, ଲୁହ ମୋର ଅପେରା। ଗୋଟିଏ କି ଦୁଇ ରାତି ନୁହେଁ ବରଂ ଲଗାତାର ୫ ରାତି ଏଇ ଗୋଟିଏ ବହିକୁ ନେଇ ନା କମେଇବାରେ ଲାଗିଛି ଶିବାନୀ ଗଣନାଟ୍ୟ। ଭାଇ-ଭଉଣୀର ସମ୍ପର୍କକୁ ନେଇ ପ୍ରସ୍ତୁତ କାହାଣୀରେ ଯେତିକି ଡ୍ରାମା ରହିଛି ସେତିକି ସସପେନ୍ସ ବି ରହିଛି। କାରଣ ନାଟକର ମୁଖ୍ୟ ନାୟକର ଏଣ୍ଟ୍ରି ହେଉଛି ଖଳନାୟକ ଭାବରେ। କଳାକାର ଏମିତି ଡାଇଲଗ୍‌ ଦେଉଛନ୍ତି ଯେ ନାଟକ ଦେଖି ୩ ଦିନ କାନ୍ଦୁଛନ୍ତି ଦର୍ଶକ।

ବିଶେଷକରି ଅଭିନେତା କାହ୍ନାଙ୍କ ଦମଦାର ଅଭିନୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି । ପାରିବାରିକ କାହାଣୀକୁ ନେଇ ଆଖି ତୋର, ଲୁହ ମୋର ନାଟକରେ ନାୟକ କାହ୍ନା ଓ କମେଡି କିଙ୍ଗ ବ୍ରଜ ପାଣି ଏବଂ ନାୟିକା ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି କିମିଆ....

Advertisment

ତେବେ ଶିବାନୀକୁ କଡା ଟକ୍କର ଦେବା ପାଇଁ ସ୍ୱର୍ଣ୍ଣ ମହଲ ପ୍ରଥମ ରାତିରେ “ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା“ ନାଟକ କରୁଛି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଲାଗିରହିଛି। ତେବେ ଖଣ୍ଡଗିରିରେ ଚାଲିଥିବା ଯାତ୍ରାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା....

ଭୁବନେଶ୍ୱରରୁ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହ ଶିବନାଭ ପଣ୍ଡାଙ୍କ ରିପୋର୍ଟ

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ