leo become highest grossing tamil movie earned on opening day
ଚଳିତ ବର୍ଷ ବଲିଉଡରୁ ନେଇ ସାଉଥ୍ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। କିଛି ଫିଲ୍ମ ଓପେନିଂକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଉ କିଛି ବକ୍ସ ଅଫିସ୍ କଲେକ୍ସନ୍କୁ ନେଇ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’କୁ ନେଇ ଚାରିଆଡେ ଚର୍ଚ୍ଚା। ତାମିଲ ଫିଲ୍ମ ‘ଲିଓ’ ବକ୍ସ ଅଫିସରେ ଏକ ଆଶ୍ଚର୍ଯ୍ୟଜନକ ଓପେନିଂ କରିଛି। ‘ଲିଓ’ର ଓପେନିଂ ଦେଖି ‘ଜେଲର’ ଷ୍ଟାର୍ ରଜନୀକାନ୍ତ ଏବଂ ‘ପଠାନ’ ଷ୍ଟାର୍ ଶାହରୁଖ ଖାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇପାରନ୍ତି।
‘ଲିଓ’ ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଂ କରିଛି। ରିପୋର୍ଟ ଅନୁଯାୟୀ, ବିଜୟଙ୍କ ଏହି ଫିଲ୍ମ ଭାରତରେ ପ୍ରଥମ ଦିନରେ ୬୮ କୋଟି ଟଙ୍କାରେ ଖାତା ଖୋଲିଛି। ସେହିପରି ଏହା ସାରା ବିଶ୍ୱରେ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ପାର୍ କରିଛି। ତେବେ ଏହା ନିଶ୍ଚିତ ଅଙ୍କ ନ ହୋଇଥିଲେ ବି ଅନୁମାନ କରାଯାଉଛି।
ତେବେ ‘ଲିଓ’ ତାମିଲ ଭାଷାରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି ହିସାବରେ, ଲିଓ ବର୍ତ୍ତମାନ ତାମିଲର ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଯାଇଛି। ଯେତେବେଳେ ‘ଲିଓ’ର ଟ୍ରେଲର ରିଲିଜ ହୋଇଥିଲା, ଅନେକ ହେଡଲାଇନ ସୃଷ୍ଟି କରିଥିଲା।
ଲିଓ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଏହାକୁ ଲୋକେଶ କନଗରାଜ ଲେଖିବ୍ ସହ ନିର୍ଦ୍ଦେଶନା ବି ଦେଇଛନ୍ତି। ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହୋଇଥିବା ବେଳେ ଏହାକୁ ତାମିଲ, ତେଲୁଗୁ, ହିନ୍ଦୀ ଏବଂ କନ୍ନଡରେ ମୁକ୍ତିଲାଭ କରାଯାଇଛି।
ଏହାରି ଭିତରେ ‘ଲିଓ’ ରିଲିଜ୍ ହେବା ସହିତ ନିର୍ମାତାଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯେଉଁଥିପାଇଁ ବିଜୟଙ୍କ ଫିଲ୍ମର ରୋଜଗାର ଧିମା ପଡିବାର ଆଶଙ୍କା ରହିଛି। ‘ଲିଓ’ ରିଲିଜ୍ର ପ୍ରଥମ ଦିନରେ ହିଁ ଏହାର ଅନ୍ଲାଇନ୍ ଲିକ୍ ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଜୟଙ୍କ ଏହି ଫିଲ୍ମ ସିନେମା ପ୍ରିଣ୍ଟରେ ନୁହେଁ ବରଂ HD ପ୍ରିଣ୍ଟ୍ରେ ଲିକ୍ ହୋଇଛି।
ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କହିଛନ୍ତି ଯେ ବିଜୟଙ୍କ ଫିଲ୍ମ ‘ଲିଓ’ ହାଇ କ୍ୱାଲିଟିରେ ଲିକ୍ ହୋଇଛି। ଅନ୍ଲାଇନ୍ ଲିକ୍ ହେବା ପରେ ଏହାର ପ୍ରଭାବ ‘ଲିଓ’ ନିର୍ମାତାଙ୍କ ଉପରେ ପଡିପାରେ।
ଏହି ଫିଲ୍ମରେ ବିଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ତ୍ରିଶା, ଅର୍ଜୁନ ସରଜା, ମିସ୍ସ୍କିନ୍, ଗୌତମ ବାସୁଦେବ ମେନନ୍, ମନ୍ସୁର ଅଲି ଖାନ୍, ପ୍ରିୟା ଆନନ୍ଦ ଏବଂ ସ୍ୟାଣ୍ଡିଙ୍କ ସହ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ‘ଲିଓ’ ସହ ଆହୁରି ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି, ଯାହା ସହ ବିଜୟଙ୍କ ଫିଲ୍ମକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697800774.jpg)