Advertisment

ଭେଣ୍ଟିଲେଟରରେ ଅଛନ୍ତି ସୁରସାମ୍ରାଜ୍ଞୀ  ! ଗୁରୁତର ଥିବା କହିଲେ ଡାକ୍ତର

ସୁରସାମ୍ରାଜ୍ଞୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଭେଣ୍ଟିଲେଟରରେ ଅଛନ୍ତି ୯୨ ବର୍ଷୀୟା ଲତା ମଙ୍ଗେସକର। ବ୍ରିଚକାଣ୍ଡି ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି ଫ୍ୟାନ୍ସ।

ଅଦ୍ୟତନ ହୋଇଛି
Lata Mangeshkar

Lata Mangeshkar

Advertisment

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି । ସେ ବର୍ତ୍ତମାନ ଗୁରୁତର ଅଛନ୍ତି , ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି ବୋଲି ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲ ତରଫରୁ କୁହାଯାଇଛି । ବେଶ୍ କିଛି ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିକିତ୍ସିତ ହେଉଛନ୍ତି ଲତା ମଙ୍ଗେସକର ।

Advertisment

ତେବେ ଲତା ମଙ୍ଗେସକରଙ୍କ ପରିବାର କିମ୍ବା ମ୍ୟାନେଜରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି, ଲତା ମଙ୍ଗେଶକରଙ୍କ ପରିବାର ତାଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ କହିବାକୁ ମନା କରିଦେଇଛନ୍ତି । ବର୍ତ୍ତମାନ ଲତା ମଙ୍ଗେସକରଙ୍କ ଅବସ୍ଥା ବିଗିଡି ଯାଇଛି । ସେ ଏବେ ଆଇସିୟୁରେ ଅଛନ୍ତି ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ ।

ଗତ ୮ ଜାନୁଆରୀରେ ୯୨ ବର୍ଷୀୟା ଲତା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରଠୁ ବୟସାଧୀକ ହେତୁ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହାପରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା । ଲତାଙ୍କ ଅବସ୍ଥା ସୁଧୁରୁଥିବା ନେଇ କିଛି ଦିନ ପୂର୍ବେ ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ବେଳେ ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଖବର ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି ।

Advertisment
Lata Mangeshkar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ