Advertisment

ରିଲିଜ୍ ହେବ କେକେଙ୍କ ଶେଷ ଗୀତ, ଜାଣନ୍ତୁ କେବେ…

କେ.କେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଗାୟକଙ୍କ ଶେଷ ଗୀତ 'ଧୂପ ପାନି ବହନେ ଦୋ...' ରିଲିଜ୍ ହେବ। ଏହି ଗୀତଟି ଆସୁଥିବା ଫିଲ୍ମ 'ଶେରଦିଲ୍ : ଦ ପିଲିଭିତ୍‌ ସାଗା'ର। ଏହି ଗୀତରେ କେ.କେ ତାଙ୍କ ସ୍ୱର ଦେଇଛନ୍ତି।

Last song of KK will release soon

Last song of KK will release soon

Advertisment

ଜଣାଶୁଣା ଭାରତୀୟ ଗାୟକ କେ.କେ ଏ ଦୁନିଆରେ ଆଉ ନାହାଁନ୍ତି ସତ କିନ୍ତୁ ତାଙ୍କ ଗୀତ ଦ୍ୱାରା ସେ ସବୁବେଳେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରିବେ। କେ.କେ ପ୍ରଶଂସକଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି। ଗାୟକଙ୍କ ଶେଷ ଗୀତ 'ଧୂପ ପାନି ବହନେ ଦୋ...' ରିଲିଜ୍ ହେବ। ଏହି ଗୀତଟି ଆସୁଥିବା ଫିଲ୍ମ 'ଶେରଦିଲ୍ : ଦ ପିଲିଭିତ୍‌ ସାଗା'ର। ଏହି ଗୀତରେ କେ.କେ ତାଙ୍କ ସ୍ୱର ଦେଇଛନ୍ତି। ଏହାକୁ ଗୁଲଜାର ସାହବ ଲେଖିଥିବା ବେଳେ ଶାନ୍ତନୁ ମୋଇତ୍ରା କମ୍ପୋଜ୍ କରିଛନ୍ତି। ପ୍ରକାଶଥାଉ ଯେ ମେ ୩୧ରେ, ଗାୟକ କେ.କେ ବିଶ୍ୱକୁ ବିଦାୟ ଦେଇଥିଲେ। କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ତାଙ୍କ ଜୀବନର ଶେଷ ପ୍ରଦର୍ଶନ ହୋଇଥିଲା।

Advertisment

ଏହି ଗୀତର ରିଲିଜ୍ ପୋଷ୍ଟର ଶେୟାର କରାଯାଇଛି। ଏହି ପୋଷ୍ଟ୍‌ରେ ଲେଖା ଅଛି, “କେ.କେ ତୁମେ ସବୁବେଳେ ଆମ ହୃଦୟରେ ରହିବ। 'ଶେରଦିଲ୍'ରୁ କେ.କେଙ୍କ ଦ୍ୱାରା ବୋଲାଯାଇଥିବା ଓ ଗୁଲଜାର ସାହାବଙ୍କ ଦ୍ୱାରା ରଚନା ଏବଂ ଶାନ୍ତନୁ ମୋଇତ୍ରାଙ୍କ ଦ୍ୱାରା କମ୍ପୋଜ୍ ହୋଇଥିବା 'ଧୂପ ପାନି ବହନେ ଦୋ...'କୁ କେକେଙ୍କ ପ୍ରଶଂସକମାନେ ଉତ୍ସାହର ସହ ଚାହିଁ ବସିଛନ୍ତି। ଏହି ଚଳଚ୍ଚିତ୍ର ସହିତ ଦର୍ଶକଙ୍କ ଆଗ୍ରହ ମଧ୍ୟ ଗୀତ ପ୍ରତି ବୃଦ୍ଧି ପାଇଛି।

'ଶେରଦିଲ୍ : ଦ ପିଲିଭିତ୍ ସାଗା'ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି। ଏହି ଟ୍ରେଲରକୁ ଦର୍ଶକମାନେ ବହୁତ ପ୍ରଶଂସା କରିଛନ୍ତି। ଶ୍ରୀଜିତ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜୁନ୍ ୨୪ରେ ରିଲିଜ୍ ହେବାକୁ ଥିବା ବେଳେ କେକେଙ୍କ ଗୀତଟି ଆସନ୍ତାକାଲି ରିଲିଜ୍ ହେବ।

Advertisment

କେ.କେ ତାଙ୍କ କ୍ୟାରିୟରର ଅନେକ ଜବରଦସ୍ତ ଗୀତ ଗାଇଛନ୍ତି। ଏହି ଗୀତଗୁଡିକ ମଧ୍ୟରେ 'ତଡପ ତଡପ', 'ପଲ୍‌', 'ୟାରୋଁ' ଭଳି ଗୀତ ରହିଛି। ଏବେ କେ.କେଙ୍କ କ୍ୟାରିୟରର ଶେଷ ଗୀତ ରିଲିଜ୍ ହେବାକୁ ଯାଉଛି। କେ.କେଙ୍କ ବିଦାୟ ପରେ ଦର୍ଶକମାନେ ତାଙ୍କ ସ୍ୱରକୁ ଶୁଣିବାକୁ ଉତ୍ସାହିତ ଅଛନ୍ତି।

Bollywood Singer KK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ