Advertisment

କ’ଣ ଥିଲା ରାଇମୋହନଙ୍କ ସହ ସିଦ୍ଧାନ୍ତଙ୍କ ଶେଷ କଥା ?

ଅଚାନକ୍‌ ରାଇମୋହନଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି।

ଅଦ୍ୟତନ ହୋଇଛି
Ollywood actor Raimohan Parida dies by suicide

Ollywood actor Raimohan Parida dies by suicide

Advertisment

ବରିଷ୍ଠ ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। କାହିଁକି ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି। ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। 

Advertisment

ରାଇମୋହନଙ୍କ ମୃତ୍ୟୁକୁ ନେଇ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଅଚାନକ୍‌ ରାଇମୋହନଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି। ସେ ବହୁତ କଷ୍ଟ ସହିଛନ୍ତି। ତାଙ୍କ ସଂଘର୍ଷ କାହାଣୀ ମୁଁ ଜାଣିଛି। ଅନେକ ଚଳଚ୍ଚିତ୍ରରେ ତାଙ୍କ ସହ ମୁଁ ଅଭିନୟ କରିଛନ୍ତି। ସେ ବହୁତ ଭଲ ଲୋକ ଥିଲେ। ସବୁଠି ସେ ଲୋକଙ୍କ ଭଲ ପାଇବା ପାଇଛନ୍ତି। ଦେହ ଖରାପ ହେବା କଥା ଅଲଗା କଥା, ହେଲେ ସେ ଆତ୍ମହତ୍ୟା କରିବା ଏହା ବିଶ୍ୱାସ ବାହାରେ।’

Advertisment

ସିଦ୍ଧାନ୍ତ ଆହୁରି କହିଛନ୍ତି, ‘ମୁଁ ବୁଝିପାରୁନି ଏମିତି କ’ଣ ହେଲା ଯେ ସେ(ରାଇ ଭାଇ) ଆତ୍ମହତ୍ୟା କଲେ। ୧୦ ଦିନ ପୂର୍ବେ ଏକ କାର୍ଯ୍ୟକ୍ରମକୁ ସ୍ତ୍ରୀ ଓ ଝିଅଙ୍କ ସହ ରାଇ ଭାଇ ଆସିଥିଲେ। ସେଠି ତାଙ୍କ ସହ ମୋର ଦେଖା ହୋଇଥିଲା। କେମିତି ଅଛୁ, କ’ଣ କରୁଛି ବୋଲି ସେ ମୋତେ ପଚାରି ଥିଲେ। ଯେତେବେଳେ ଭଡ଼ା ଘରେ ରାଇ ଭାଇ ରହୁଥିଲେ, ସେହି ସମୟରେ ସେ କିଭଳି ଭାବେ ସଂଘର୍ଷ କରୁଥିଲେ ତାହା ମୁଁ ଦେଖିଛି।’

Advertisment

Raimohan Parida Sidhant Mohapatra Odia Actor Odia Actor Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ