Advertisment

ଲାରା ଦତ୍ତଙ୍କ ପରିବର୍ତ୍ତନ : ଚିହ୍ନି ହେଉନି

ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବେଲ୍‌ ବଟମ୍‌'ର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଏହି ଫିଲ୍ମକୁ ନେଇ ଖିଲାଡି କୁମାରଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ତେବେ ବର୍ତ୍ତମାନ ଲୋକମାନେ ଅଗଷ୍ଟ ୧୯କୁ ଅପେକ୍ଷା କରିଛନ୍ତି ଯେତେବେଳେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ। ଟ୍ରେଲର ଆସିବା ପରେ ଲୋକମାନେ ଏହାର ପ୍ରତ୍ୟେକ ଚରିତ୍ର ବିଷୟରେ ଆଲୋଚନା କରୁଛନ୍ତି।

ଅଦ୍ୟତନ ହୋଇଛି
ଲାରା ଦତ୍ତଙ୍କ ପରିବର୍ତ୍ତନ : ଚିହ୍ନି ହେଉନି

Lara Dutta

Advertisment

ମୁମ୍ବାଇ : ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବେଲ୍‌ ବଟମ୍‌'ର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଏହି ଫିଲ୍ମକୁ ନେଇ ଖିଲାଡି କୁମାରଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ତେବେ ବର୍ତ୍ତମାନ ଲୋକମାନେ ଅଗଷ୍ଟ ୧୯କୁ ଅପେକ୍ଷା କରିଛନ୍ତି ଯେତେବେଳେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ। ଟ୍ରେଲର ଆସିବା ପରେ ଲୋକମାନେ ଏହାର ପ୍ରତ୍ୟେକ ଚରିତ୍ର ବିଷୟରେ ଆଲୋଚନା କରୁଛନ୍ତି। କିନ୍ତୁ ଟ୍ରେଲରରେ ଲାରା ଦତ୍ତଙ୍କ ଏପରି ପରିବର୍ତ୍ତନ ହୋଇଛି ଯେ ଆହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଟ୍ରେଲର୍‌ରେ ଲାରାଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଯାଇଛି।

Advertisment

ଏହି ଚଳଚ୍ଚିତ୍ରରେ ଲାରା ଦତ୍ତଙ୍କୁ ଏକ ଜବରଦସ୍ତ ଷ୍ଟାଇଲରେ ଦେଖିବାକୁ ମିଳିବ। ସେ ଏହି ଚଳଚ୍ଚିତ୍ରରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଭୂମିକାକୁ ଦମଦାର କରିବା ପାଇଁ ଲାରା କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ଏହି ଭୂମିକା ପାଇଁ ଲାରା ପ୍ରୋସ୍ଥେଟିକ୍ସ ମେକ୍‌ଅପ୍‌ର ସହଯୋଗ ନେଇଛନ୍ତି। ସୋସିଆଲ ମିଡିଆରେ ଲାରା ଏବଂ ତାଙ୍କ ମେକ୍‌ଅପ୍‌ କଳାକାରଙ୍କୁ ବହୁତ ପ୍ରଶଂସା କରାଯାଉଛି। ଅନେକ ଲୋକ କହିଛନ୍ତି ଯେ ଲାରା ଇନ୍ଦିରା ଗାନ୍ଧୀଙ୍କ ରୂପରେ ପୂରା ଫିଟ୍ ଲାଗୁଛନ୍ତି। ସେ ଇନ୍ଦିରାଙ୍କ ଷ୍ଟାଇଲ ଓ ରୂପକୁ ପୂରା ସମାନ ଭାବରେ ଉଠେଇ ନେଇଛନ୍ତି।

Advertisment

ଟ୍ରେଲରରେ ଥିବା ଜବରଦସ୍ତ ଆକ୍ସନ୍-ପ୍ୟାକ୍ ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟିକରୁଛି। ବିଶେଷ କଥା ହେଉଛି ଅକ୍ଷୟ କୁମାରଙ୍କ ଏହି ଫିଲ୍ମ 3D ରେ ରିଲିଜ ହେବାକୁ ଯାଉଛି। ଏହି ଖବରକୁ ନିଶ୍ଚିତ କରି ଅକ୍ଷୟ କୁମାର ଏହାକୁ 3D ରେ ରିଲିଜ୍ କରିବାକୁ ଘୋଷଣା କରିଛନ୍ତି। ଏହି ଖବର ସେୟାର କରି ଅକ୍ଷୟ କୁମାର ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି ଯେ 'ଅଗଷ୍ଟ ୧୯ରେ ପୂରା ଫିଲ୍ ସହିତ୍ ଥ୍ରୀଲ କରିବ। ‘ବେଲ୍ ବଟମ୍ ମଧ୍ୟ 3Dରେ ଆସୁଛି।

Bollywood Akshay Kumar Lara Dutta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ