Advertisment

ଝଗଡାର ଅନ୍ତ ହେଉ…ମାଇଁ ମୋ ପାଇଁ ବହୁତ କିଛି କରିଛନ୍ତି…ସେ ମୋ ମା’ ପରି : କୃଷ୍ଣା ଅଭିଷେକ

ମାମୁ ଗୋବିନ୍ଦାଙ୍କ ମଧ୍ୟରେ ଥିବା ସବୁ ମତଭେଦର ଅନ୍ତ କରିବାକୁ ଚାହୁଛନ୍ତି କୃଷ୍ଣା ଅଭିଷେକ। ସେ ମାମୁ-ମାଇଁଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିବା ସହ ମାଇଁ ତାଙ୍କ ପାଇଁ ବହୁତ କିଛି କରିଛନ୍ତି ଆଉ ସେ ତାଙ୍କ ମା’ ପରି ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Krushna abhishek wants to patch up with mama govinda

Krushna abhishek wants to patch up with mama govinda

Advertisment

ହାସ୍ୟ ଅଭିନେତା କୃଷ୍ଣା ଅଭିଷେକ ଏବଂ ତାଙ୍କ ମାମୁ ସୁପରଷ୍ଟାର ଗୋବିନ୍ଦାଙ୍କ ମଧ୍ୟରେ ମତଭେଦ ଥମିବାର ନା ଧରୁନି। ଗତ ଅନେକ ବର୍ଷ ହେଲା ଦୁଇ ପରିବାର ମଧ୍ୟରେ କୌଣସି କଥାବାର୍ତ୍ତା ନାହିଁ। କପିଲ ଶର୍ମାଙ୍କ ଶୋ’ରେ ମଧ୍ୟ ଅଭିନେତା ଅନେକ ସମୟରେ ତାଙ୍କ ମାମୁଙ୍କୁ ନେଇ ଅନେକ କଥା କୁହନ୍ତି। କିନ୍ତୁ ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ମାମୁଙ୍କ ସହ ଥିବା ସବୁ ଝଗଡା ଶେଷ ହେଉ।

Advertisment

ନିକଟରେ ତାଙ୍କର ଏକ ପୋଷ୍ଟରେ ସେ ତାଙ୍କ ମାମୁଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ସେ ଆଉ ତାଙ୍କ ମାମୁଙ୍କ ରାଗକୁ ସହି ପାରୁ ନାହାନ୍ତି ଏବଂ ଏହି ଶୀତଳ ଯୁଦ୍ଧକୁ ଏବେ ଶେଷ କରିବାକୁ ଚାହୁଁଛନ୍ତି।

କୃଷ୍ଣା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦା ହଠାତ୍ ତାଙ୍କ ସହ ଥିବା ସମସ୍ତ ସମ୍ପର୍କକୁ ଭାଙ୍ଗିଦେଲେ ଏବଂ ତାଙ୍କ ପିଲାର ଜନ୍ମ ସମୟରେ ତାଙ୍କୁ ଭେଟିବାକୁ ଆସିଲେ ନାହିଁ। ଅନ୍ୟପକ୍ଷରେ ଗୋବିନ୍ଦା ଏହି ସବୁ ଅଭିଯୋଗ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଥିଲେ। ପରେ ଉଭୟ ପରିବାର ପରସ୍ପର ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। କୃଷ୍ଣା ବର୍ତ୍ତମାନ ତାଙ୍କ ମାମୁ ଗୋବିନ୍ଦାଙ୍କ ସହ ମଦଭେଦ କାଟିବାକୁ ଚାହୁଁଛନ୍ତି।

Advertisment

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ଅଭିନେତା କହିଛନ୍ତି ଯେ “ସେ ପ୍ରତିକ୍ରିୟା ଦିଅନ୍ତୁ ବା ନ ଦିଅନ୍ତୁ, ମୁଁ କିନ୍ତୁ ତାଙ୍କୁ ଟ୍ୟାଗ୍ କରିବାକୁ ଚାହୁଁଛି। ମୋର ଆଶା ଅଛି, ଭଗବାନ ଚାହିଁଲେ ଏହି ଝଗଡା ଶେଷ ହେବ। ସମୟ ଅତିବାହିତ ହେଉଛି, ମୁଁ ଚାହୁଁଛି ବର୍ତ୍ତମାନ ଏହି ସବୁ ସମାଧାନ ହେଇଯାଉ। ମୁଁ ତାଙ୍କୁ ଯେତିକି ଭଲପାଏ ଏବଂ ସମ୍ମାନ କରେ ସେତିକି କେହି ବି କରନ୍ତି ନାହିଁ।”

ଏହି ସାକ୍ଷାତକାରରେ କୃଷ୍ଣା ଅଭିଷେକ ଗୋବିନ୍ଦାଙ୍କ ପତ୍ନୀ ଓ ତାଙ୍କର ମାଇଁ ସୁନୀତା ଆହୁଜାଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ ତାଙ୍କୁ ମା’ ଭାବେ ବର୍ଣ୍ଣନା କରି ସେ କହିଛନ୍ତି “ମୁଁ ତାଙ୍କ ପୁଅ ପରି। ଯେଉଁଠାରେ ପ୍ରେମ ଅଛି, ସେଠାରେ ଝଗଡା ହୁଏ। ବହୁତ ହେଇଗଲା, ଏହା ବର୍ତ୍ତମାନ ଶେଷ ହେବା ଦରକାର।”

Advertisment

ସେ ଆହୁରି କହିଛନ୍ତି ଯେ “ମୁଁ ମୋ ମାଙ୍କୁ ଖୁବ ଭଲ ପାଏ। ସେ ମୋ ପାଇଁ ବହୁତ କିଛି କରିଛନ୍ତି। ସେ ମୋ ପାଇଁ ଜଣେ ମା’ ପରି। ମା’ଙ୍କୁ ଯେତେବେଳେ ପିଲାର କୌଣସି କଥା ଖରାପ ଲାଗେ, ସେତେବେଳେ ସେ ଏତେ ରାଗିଯାଆନ୍ତି ଯେ ସତେ ଯେପରି ଲାଗେ ସେ ଆଉ କେବେ କଥା ହେବେନି। ତେଣୁ, ମୁଁ ଭାବୁଛି ଏମିତି କିଛି କାରଣ ଅଛି ଯାହାକୁ ନେଇ ତୁମେ ଏତେ ରାଗିଛ।”

ଦୁବାଇରେ ତାଙ୍କ ମାମୁ ଗୋବିନ୍ଦାଙ୍କ ସହ ହୋଇଥିବା ସାକ୍ଷାତକୁ ମଧ୍ୟ କୃଷ୍ଣା ମନେ ପକାଇଛନ୍ତି। ସେ କହିଥିଲେ ଯେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଦୁହେଁ ଦୁବାଇର ଏକ ମଲ୍‌ରେ ଭେଟିଥିଲେ। ଏହାକୁ ଏକ ସମ୍ପୂର୍ଣ୍ଣ ଫିଲ୍ମର ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରି କୃଷ୍ଣା କହିଛନ୍ତି ଯେ ସେ କିପରି ମଲ୍‌ରେ ଗୋବିନ୍ଦାଙ୍କ ନା ନେଇ ବଡ ପାଟିରେ ଚିଲ୍ଲେଇ ଥିଲେ ଏବଂ ତା ପରେ ସେଠାରେ ଏକ ଭାବପ୍ରବଣ ମୁହୂର୍ତ୍ତ ଖେଳିଯାଇଥିଲା।

Krushna Abhishek Bollywood Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ