Advertisment

ଶେଷ ହେଲା କି ମାମୁ-ଭଣଜା କଳି; ପୁଣି ମିଶିଲେ କୃଷ୍ଣା-ଗୋବିନ୍ଦା!

ଏବେ ଲାଗୁଛି ମାମୁ-ଭଣଜା କଳି ସମାପ୍ତ ହୋଇଛି। ବର୍ତ୍ତମାନ ଉଭୟଙ୍କ ସଂପର୍କରେ କିଛିଟା ପରିବର୍ତ୍ତନ ହୋଇଛି। ୭ ବର୍ଷ ପରେ କୃଷ୍ଣା ଅଭିଷେକ ଓ ଗୋବିନ୍ଦା ମିଶିଛନ୍ତି। କୃଷ୍ଣାଙ୍କ ଏକ ସୋସିଆଲ୍ ମିଡିଆ ଶେୟାରରୁ ଏହା ଜଣାପଡିଛି।

Krushna abhishek govinda fights ends 7 after years

Krushna abhishek govinda fights ends 7 after years

Advertisment

'ମାମୁଁ' ଗୋବିନ୍ଦାଙ୍କ ସହ କୃଷ୍ଣା ଅଭିଷେକଙ୍କ ଝଗଡା ବିଷୟରେ କିଏ ବା ନ ଜାଣେ! ଏବେ ଲାଗୁଛି ଯେ ବର୍ତ୍ତମାନ ଉଭୟଙ୍କ ସଂପର୍କରେ କିଛିଟା ପରିବର୍ତ୍ତନ ହୋଇଛି। ନିକଟରେ କୃଷ୍ଣା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଗୋବିନ୍ଦାଙ୍କ ସହ ତାଙ୍କ ସୁପରହିଟ୍ ଗୀତ 'ବଡେ ମିଆଁ ଛୋଟେ ମିଆଁ'ରେ ନାଚୁଥିବାର ନଜର ଆସିଛନ୍ତି। ଏହା ଏକ ଥ୍ରୋବ୍ୟାକ୍ ଭିଡିଓ। କୃଷ୍ଣା ଏବଂ ଗୋବିନ୍ଦା କଳା ସୁଟ୍‌ରେ ମଞ୍ଚରେ ନାଚୁଥିବା ଦେଖିବାକୁ ମିଳେ। ତେବେ ଏହି ଭିଡିଓର କ୍ୟାପସନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଏହି ଥ୍ରୋବ୍ୟାକ୍ ଭିଡିଓ ଶେୟାର କରିବାବେଳେ କୃଷ୍ଣା ଅଭିଷେକ ଲେଖିଛନ୍ତି, “ଏହାଠାରୁ ଭଲ ଭିଡିଓ ଆଉ କିଛି ହୋଇପାରିବ ନାହିଁ। ମଞ୍ଚରେ ନିଆଁ। ମାମା ସବୁବେଳେ ପ୍ରେରଣା ହୋଇଛନ୍ତି। ବାସ୍ତବ ଜୀବନର ‘ବଡେ ମିଆଁ ଛୋଟେ ମିଆଁ’।

ପ୍ରକାଶଥାଉ ଯେ କୃଷ୍ଣା ଏବଂ ଗୋବିନ୍ଦାଙ୍କ ମଧ୍ୟରେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା ବିବାଦ ଲାଗି ରହିଛି। ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ନାହିଁ। ଯେତେବେଳେ ବି ଗୋବିନ୍ଦାଙ୍କୁ 'ଦି କପିଲ ଶର୍ମା ଶୋ'ରେ ଅତିଥି ଭାବରେ ଡକାଯାଉଥିଲା, କୃଷ୍ଣାଙ୍କୁ ସେହି ଏପିସୋଡରେ ଦେଖିବାକୁ ମିଳୁ ନଥିଲା।

Advertisment

ତେବେ ନିକଟରେ କୃଷ୍ଣା ଅଭିଷେକ ତାଙ୍କ ମାମୁ ଗୋବିନ୍ଦାଙ୍କ ସହ ପ୍ୟାଚ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିଛି ମାସ ପୂର୍ବେ ସେ ଗୋବିନ୍ଦାଙ୍କୁ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ୍‌ରେ ଟ୍ୟାଗ୍ କରି ଲେଖିଥିଲେ, “ପିଲାଦିନରୁ ଡ୍ୟାନ୍ସ ମୋର ଉତ୍ସାହ ଥିଲା, ଯେତେବେଳେ ମୁଁ ମୋର ମାମୁ ଗୋବିନ୍ଦାଙ୍କ ସହ ସେଟ୍‌ରେ ଯାତ୍ରା କରୁଥିଲି ଏବଂ ତାଙ୍କୁ ଡ୍ୟାନ୍ସ ଏବଂ ଅଭିନୟ କରିବା ଦେଖୁଥିଲି, ମତେ ବହୁତ ଭଲ ଲାଗୁଥିଲ। ଆଜି ମଧ୍ୟ ସେଟ୍‌ରେ ସେହି କାମ କରିବା ବେଳେ ମୋତେ ବହୁତ ଭଲ ଲାଗୁଛି।”

Advertisment

ଏହାପୂର୍ବରୁ କୃଷ୍ଣା ଅଭିଷେକ ଏକ ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ 'ଏବେ ହେଉ କି ପରେ ପୁଣି ଏକାଠି ହେବୁ। ସେ ମୋର ମାମୁ ଏବଂ ମୁଁ ଜାଣେ ଯେ ଆମେ ଏକାଠି ହେବୁ। ମୁଁ ସବୁବେଳେ ବିଶ୍ୱାସ କରେ ଯେ ରକ୍ତ ପାଣି ଠାରୁ ମୋଟା ହୋଇଥାଏ ଏବଂ ଆମକୁ ପୁଣିଥରେ ଯୋଡିବାରେ ଏଥିରେ ଶକ୍ତି ଅଛି।” ଏଥିରୁ ଲାଗୁଛି ଯେ କୃଷ୍ଣା ତାଙ୍କ ମାମୁଙ୍କ ସହ ମିଶିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ସେହିପରି ଗୋବିନ୍ଦା ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ ଠାରୁ 'ଦୂରତା' ବଜାୟ ରଖିଛନ୍ତି।

ଚଳିତ ବର୍ଷ ଅଗଷ୍ଟରେ ଏକ ସାକ୍ଷାତକାରରେ ଗୋବିନ୍ଦା କହିଥିଲେ, “ବେଳେବେଳେ କେହି ନା କେହି ସୀମା ଅତିକ୍ରମ କରନ୍ତି ଏବଂ ସେଠାରେ ମୁଁ ପୁରା ପରିବାର ସହିତ ଟିକେ କଠୋର ହୋଇଯାଏ। ଯଦି ତୁମେ ସୀମା ଅତିକ୍ରମ କର ମୁଁ ମୋର ଦୂରତା ରଖିବି ଏବଂ ଏହା କିନ୍ତୁ ଶତ୍ରୁତା କାରଣରୁ ନୁହେଁ। ଏହା କେବଳ ମୋର ମାନସିକ ଶାନ୍ତି ଏବଂ ମୋ ଚାରିପାଖରେ ଏକ ସୁରକ୍ଷିତ ପରିବେଶ ତିଆରି କରିବା ପାଇଁ। ତେଣୁ ଏହା ଏମିତି ନୁହେଁ ଯେ କୃଷ୍ଣାଙ୍କ ବିରୋଧରେ ମୋ ମନରେ କିଛି ଅଛି।”

Krushna Abhishek Bollywood Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ