Advertisment

ପଙ୍ଗା କ୍ୱିନ୍‌ଙ୍କ ସହ ପଙ୍ଗା ନେଲେ କେଆର୍‌କେ; କହିଲେ ‘ଲଭ୍ ଜିହାଦ’

ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ରହୁଥିବା କେଆର୍‌କେ, ପ୍ରାୟତଃ ସେଲିବ୍ରିଟିଙ୍କ ବିଷୟରେ ବିବାଦୀୟ ବୟାନ ଦିଅନ୍ତି ଏବଂ ପରେ ଚର୍ଚ୍ଚାର ପରିସରକୁ ଆସନ୍ତି। କମଲ ଆର୍‌ ଖାନ୍‌ ବର୍ତ୍ତମାନ ସେମିତି କିଛି କରିଥିବା ନଜର ଆସିଛି। ପୂର୍ବରୁ କିଛି ସେଲିବ୍ରେଟ୍‌ଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରିଥିବା ଓ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ପଙ୍ଗା ନେଇଥିବା କେଆର୍‌କେ ବର୍ତ୍ତମାନ ବଲିଉଡର 'ପଙ୍ଗା କୁଇନ୍' କଙ୍ଗନା ରାଣାୱତଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
ପଙ୍ଗା କ୍ୱିନ୍‌ଙ୍କ ସହ ପଙ୍ଗା ନେଲେ କେଆର୍‌କେ; କହିଲେ ‘ଲଭ୍ ଜିହାଦ’

Kangana and KRK

Advertisment

ମୁମ୍ବାଇ : ଅଭିନେତା ତଥା ସମାଲୋଚକ କମଲ ରସିଦ ଖାନ(କେଆର୍‌କେ) ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ନୁହନ୍ତି ତା’ ନିଜର ବିବାଦୀୟ ବୟାନକୁ ନେଇ ଢେର ଚର୍ଚ୍ଚାରେ ଥାଆନ୍ତି। ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ରହୁଥିବା କେଆର୍‌କେ, ପ୍ରାୟତଃ ସେଲିବ୍ରିଟିଙ୍କ ବିଷୟରେ ବିବାଦୀୟ ବୟାନ ଦିଅନ୍ତି ଏବଂ ପରେ ଚର୍ଚ୍ଚାର ପରିସରକୁ ଆସନ୍ତି। କମଲ ଆର୍‌ ଖାନ୍‌ ବର୍ତ୍ତମାନ ସେମିତି କିଛି କରିଥିବା ନଜର ଆସିଛି। ପୂର୍ବରୁ କିଛି ସେଲିବ୍ରେଟ୍‌ଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରିଥିବା ଓ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ପଙ୍ଗା ନେଇଥିବା କେଆର୍‌କେ ବର୍ତ୍ତମାନ ବଲିଉଡର 'ପଙ୍ଗା କୁଇନ୍' କଙ୍ଗନା ରାଣାୱତଙ୍କୁ ଟାର୍ଗେଟ୍‌ କରିଛନ୍ତି। କଙ୍ଗନା ରାଣାୱତଙ୍କୁ ନେଇ କେଆର୍‌କେ ଏମିତି ଏକ ଦାବି ଉଠେଇଛନ୍ତି ଯାହା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ।

Advertisment
କଙ୍ଗନା ରାଣାୱତ

ଏବେ ଦେଖାଯାଉଛି ଯେ କେଆର୍‌କେ କଙ୍ଗନା ରାଣାୱତଙ୍କ ବିଷୟରେ ଯେଉଁ ଟ୍ୱିଟ୍ କରିଥିଲେ କିଛି ସମୟ ପରେ ସେହି ଟ୍ୱିଟ୍‌କୁ ଡିଲିଟ୍ କରିଦେଇଛନ୍ତି। କେଆରକେ କଙ୍ଗନା ରାଣାୱତଙ୍କ ବିଷୟରେ ଟ୍ୱିଟ୍‌ କରିଥିଲେ ଯେ ସେ ଇମ୍ରାନ ନାମକ ଜଣେ ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି। ଏହା ସହିତ ସେ 'ଲଭ୍ ଜିହାଦ'କୁ ନେଇ ଅଭିନେତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। କେଆର୍‌କେ କଙ୍ଗନାଙ୍କର ଦୁଇଟି ଫଟୋ ମଧ୍ୟ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ଜଣେ ପୁରୁଷଙ୍କ ସହ ରୋମାଣ୍ଟିକ୍ ଅବସ୍ଥାରେ ନଜର ଆସିଛନ୍ତି।

କମଲ ଆର୍‌ ଖାନ୍‌ ଦାବି କରିଛନ୍ତି ଯେ ଫଟୋରେ କଙ୍ଗନା ରାଣାୱତଙ୍କ ସହ ଦେଖାଯାଇଥିବା ଯୁବକ ହେଉଛନ୍ତି ଇମ୍ରାନ, ଯାହାଙ୍କୁ ଅଭିନେତ୍ରୀ ଆଜିକାଲି ଡେଟ୍‌ କରୁଛନ୍ତି। କମଲ ରସିଦ ଖାନ୍‌ ତାଙ୍କ ଟ୍ୱିଟରେ ଲେଖିଛନ୍ତି- “ବ୍ରେକିଂ ନ୍ୟୁଜ୍- କଙ୍ଗନା ରାଣାୱତ ଇଜିପ୍ଟର ଇମ୍ରାନ ନାମକ ଜଣେ ଯୁବକଙ୍କୁ ଡେଟ୍‌ କରୁଛନ୍ତି। ଏହା ତ ହେଉଛି ‘ଲଭ୍ ଜିହାଦ୍’ ଦିଦି। ଏହା ଆପଣଙ୍କଠାରୁ ଆଶା କରାଯାଉ ନ ଥିଲା।” ଏହି ଫଟୋରେ କଙ୍ଗନା ଉକ୍ତ ଯୁବକକୁ କିସ୍ କରୁଥିବା ଦେଖାଯାଏ। ତେବେ ରାତି ପ୍ରାୟ ୮ଟା ସମୟରେ କରାଯାଇଥିବା ଏହି ଟ୍ୱିଟକୁ କେଆର୍‌କେ ପରେ ଡିଲିଟ କରିଦେଇଛନ୍ତି।

Advertisment
କଙ୍ଗନା ରାଣାୱତ

କିନ୍ତୁ ସବୁଠାରୁ ବଡ କଥା ହେଲା କେଆର୍‌କେ ଏହି ଟ୍ୱିଟ୍ ଡିଲିଟ୍ କରିବା ପୂର୍ବରୁ ମଧ୍ୟ ଏହା ଉପଭୋକ୍ତାମାନଙ୍କ ନଜରକୁ ଆସିବା ସହିତ ଭାଇରାଲ ମଧ୍ୟ ହୋଇସାରିଛି। କେଆର୍‌କେଙ୍କ ଟ୍ୱିଟ୍‌ରେ ଅନେକ ଉପଭୋକ୍ତା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ପଙ୍ଗା କ୍ୱିନ୍‌ଙ୍କ ସହ ପଙ୍ଗା ନେଇଥିବା କେଆର୍‌କେଙ୍କୁ କଙ୍ଗନା କିପରି ଜବାବ ଦେବେ ତାହାକୁ ଦେଖିବା ନେଇ ଅଭି୍ନେତ୍ରୀଙ୍କ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।

କଙ୍ଗନା ରାଣାୱତ

ପ୍ରକାଶଥାଉ ଯେ କଙ୍ଗନା ରାଣାୱତ୍‌ ଜୁଲାଇ ୨୮ରେ ହିଁ ଜଣେ ବ୍ୟକ୍ତିଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଫଟୋରେ ଉପସ୍ଥିତ ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରୁଥିବାବେଳେ କଙ୍ଗନା ଏହି ଫଟୋ ସେୟାର କରିଥିଲେ। ଫଟୋରେ କଙ୍ଗନା ସେ ବ୍ୟକ୍ତିଙ୍କୁ କେକ୍ ଖୁଆଉଥିବା ଦେଖିବାକୁ ମିଳେ।

Advertisment
କଙ୍ଗନା ରାଣାୱତ

ତେବେ କଙ୍ଗନାଙ୍କ ସେୟାର କରିଥିବା ଫଟୋରେ ଯେଉଁ ଯୁବକ ଦେଖାଯାଉଛନ୍ତି, କେଆର୍‌କେ ସେହି ଯୁବକଙ୍କ ସହିତ କଙ୍ଗନାଙ୍କ ଅନ୍ୟ ଫଟୋ ସେୟାର କରିଛନ୍ତି। ଯାହାକୁ ସେ ଇମ୍ରାନ ବୋଲି କହିଛନ୍ତି। କିନ୍ତୁ, କଙ୍ଗନା ତାଙ୍କ ପୋଷ୍ଟରେ ସେହି ଯୁବକଙ୍କ ନାମ 'ରିଜୱାନ୍' ବୋଲି ଲେଖିଛନ୍ତି।

Kangana Ranaut Bollywood KRK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ