Advertisment

ମନୋଜ ବାଜପେୟୀଙ୍କୁ ଟାର୍ଗେଟ୍ କରି ହରଡଘଣାରେ କେଆର୍‌କେ

ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ଆର୍‌ ଖାନ୍‌ ପ୍ରାୟତଃ କାହାକୁ ନା କାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ସେ ବଲିଉଡର 'ଦବଙ୍ଗ' ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ରାଧେ' ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ। ପରେ ପଙ୍ଗାଗାର୍ଲ କଙ୍ଗନା ରାଣାୱତଙ୍କୁ ମଧ୍ୟ ଛାଡି ନ ଥିଲେ କେଆର୍‌କେ। ବର୍ତ୍ତମାନ ମନୋଜ ବାଜପେୟୀ କେଆର୍‌କେଙ୍କ ଟାର୍ଗେଟରେ ଆସିଛନ୍ତି। ଏନେଇ ମନୋଜ କେଆର୍‌କେଙ୍କ ବିରୋଧରେ ଇନ୍ଦୋର ଜିଲ୍ଲା କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

KRK-Manoj Bajpayee

KRK-Manoj Bajpayee

Advertisment

ମୁମ୍ବାଇ: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ଆର୍‌ ଖାନ୍‌ ପ୍ରାୟତଃ କାହାକୁ ନା କାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ସେ ବଲିଉଡର 'ଦବଙ୍ଗ' ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ରାଧେ' ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ। ପରେ ପଙ୍ଗାଗାର୍ଲ କଙ୍ଗନା ରାଣାୱତଙ୍କୁ ମଧ୍ୟ ଛାଡି ନ ଥିଲେ କେଆର୍‌କେ। ବର୍ତ୍ତମାନ ମନୋଜ ବାଜପେୟୀ କେଆର୍‌କେଙ୍କ ଟାର୍ଗେଟରେ ଆସିଛନ୍ତି। ଏନେଇ ମନୋଜ କେଆର୍‌କେଙ୍କ ବିରୋଧରେ ଇନ୍ଦୋର ଜିଲ୍ଲା କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

Advertisment

ମନୋଜ ବାଇପେୟୀଙ୍କୁ ନେଇ ଅପମାନଜନକ ଶବ୍ଦ ବ୍ୟବହାର କରି କେଆର୍‌କେ ଟ୍ୱିଟ୍‌ କରିଛନ୍ତି। ସୂଚନା ମୁତାବକ କ୍ରୋଧିତ ମନୋଜ ମାନହାନି ମକଦ୍ଦମା ଦାୟର କରିଛନ୍ତି। ମନୋଜଙ୍କ ଓକିଲ ପରେଶ ଏସ୍‌ ଯୋଶୀ କହିଛନ୍ତ ଯେ କମଲ ଆର୍‌ ଖାନ୍‌ଙ୍କ ଆପତ୍ତିଜନକ ଟ୍ୱିଟ୍‌କୁ ନେଇ ଅଭିନେତାଙ୍କ ପକ୍ଷରୁ କୋର୍ଟରେ ଅଭିଯୋଗ ହୋଇଛି। ଦିଆଯାଇଥିବା ଅଭିଯୋଗରେ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ କମଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି।

Advertisment

ମନୋଜ ବାଜପେୟୀଙ୍କ ଓକିଲଙ୍କ ଅନୁଯାୟୀ, କେଆର୍‌କେଙ୍କ ମନ୍ତବ୍ୟ ଅଭିନେତାଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନୋଜ ବାଜପେୟୀ ନିଜେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କ ଅଭିଯୋଗ ଦାଖଲ କରିଥିଲେ। ୨୬ ଜୁଲାଇରେ ମନୋଜଙ୍କ ବିରୋଧରେ କେଆର୍‌କେ ଏକ ଅପମାନଜନକ ଟୁଇଟ୍ କରିଥିଲେ। ଏହି ଟ୍ୱିଟ୍‌ରେ ତାଙ୍କୁ ଚରସୀ ଏବଂ ଗାଞ୍ଜଡ ବୋଲି କହିଥିଲେ।

KRKକେଆର୍‌କେ

ମନୋଜ ବାଜପେୟୀଙ୍କ ସୁପର ହିଟ୍ ୱେବ୍ ସିରିଜ୍ 'ଫ୍ୟାମିଲି ମ୍ୟାନ୍ ୨' ରିଲିଜ୍ ହେବା ପରେ କମଲ ଆର୍‌ ଖାନ୍‌ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଏଭଳି ପରିସ୍ଥିତିରେ ମନୋଜ ସଲମାନ ଖାନଙ୍କ ଭଳି କେଆର୍‌କେଙ୍କୁ ଏକ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ସଲମାନ ମାନହାନି ମକଦ୍ଦମା ଦାଖଲ କରିଥିଲେ ସେତେବେଳେ ମଧ୍ୟ କୋର୍ଟ କେଆର୍‌କେଙ୍କୁ ତାଗିଦ କରିଥିଲେ। ପ୍ରକାଶଥାଉ ଯେ ଅଭିନେତା-ସମାଲୋଚକ କମଲ ଆର୍‌ ଖାନ୍‌ ପ୍ରାୟତଃ କୌଣସି ନା କୌଣସି ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିଥାନ୍ତି।

Advertisment
Bollywood Manoj Bajpayee KRK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ