Advertisment

କେଆର୍‌କେଙ୍କ ଟାର୍ଗେଟ୍‌ରେ ମୁସ୍କାନ୍ ଜଟାନା

ମନୋରଞ୍ଜନ ଜଗତରେ ବିବାଦର କଥା ଉଠିଲେ ତେବେ ଅଭିନେତା କମଲ ଆର୍‌ ଖାନ୍‌ଙ୍କ ନାମ ଆଗରେ ଆସିବ। କେଆର୍‌କେ ଭାବରେ ଜଣାଶୁଣା ଏହି କଳାକାରଙ୍କର ସତେଯେପରି ବିବାଦ ସହିତ ପୁରୁଣା ସଂପର୍କ ଅଛି। ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ପୁଣି ଥରେ ଏଭଳି ଏକ ଟୁଇଟ୍ କରିଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍‌ର ଶିକାର ହେଉଛନ୍ତି।

କେଆର୍‌କେଙ୍କ ଟାର୍ଗେଟ୍‌ରେ ମୁସ୍କାନ୍ ଜଟାନା

KRK and Muskan Jatana

Advertisment

ମୁମ୍ବାଇ : ମନୋରଞ୍ଜନ ଜଗତରେ ବିବାଦର କଥା ଉଠିଲେ ତେବେ ଅଭିନେତା କମଲ ଆର୍‌ ଖାନ୍‌ଙ୍କ ନାମ ଆଗରେ ଆସିବ। କେଆର୍‌କେ ଭାବରେ ଜଣାଶୁଣା ଏହି କଳାକାରଙ୍କର ସତେଯେପରି ବିବାଦ ସହିତ ପୁରୁଣା ସଂପର୍କ ଅଛି। ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ପୁଣି ଥରେ ଏଭଳି ଏକ ଟୁଇଟ୍ କରିଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍‌ର ଶିକାର ହେଉଛନ୍ତି। ଏଥର କମଲ ଆର୍‌ ଖାନ୍‌ 'ବିଗ୍ ବସ୍ ଓଟିଟି' ର ପ୍ରତିଯୋଗୀ ମୁସ୍କାନ୍ ଜଟାନାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହି ଶୋ’ରେ ମୁସ୍କାନଙ୍କ ପ୍ରବେଶକୁ ନେଇ ସେ ଆପତ୍ତି ଉଠେଇଛନ୍ତି।

Advertisment
କେଆର୍‌କେଙ୍କ ଟାର୍ଗେଟ୍‌ରେ ମୁସ୍କାନ୍

ଉଲ୍ଲେଖଥାଉ କି, କମଲ ରସିଦ ଖାନ ପ୍ରତିବର୍ଷ ବିଗ୍ ବସ୍‌କୁ ନେଇ ଅନେକ ଟ୍ୱିଟ୍ କରନ୍ତି। କିନ୍ତୁ ନିକଟରେ କମଲ 'ବିଗ୍ ବସ୍ ଓଟିଟି' ପ୍ରତିଯୋଗୀ ମୁସ୍କାନ୍ ଜଟାନାଙ୍କ ବିରୋଧରେ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ “ମୁଁ ଚଳିତ ବର୍ଷର ବିଗ୍ ବସ୍ ଦେଖି ନାହିଁ ଏବଂ ଏହାକୁ ଦେଖିବା ପାଇଁ ଯୋଜନା ମଧ୍ୟ କରୁ ନାହିଁ। କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ ଶୋ’ରେ ମୁସ୍କାନ ଜଟାନା ନାମକ ଜଣେ ଝିଅ ଅଛନ୍ତି, ଯିଏ ନଗ୍ନ ଷ୍ଟ୍ରିମ୍ ଲାଇଭ୍ କରନ୍ତି। ଯଦି ଶୋ’ରେ ଏହିପରି ଝିଅମାନଙ୍କୁ ସ୍ୱାଗତ କରାଯାଏ ତେବେ ରାଜ କୁନ୍ଦ୍ରା କାହିଁକି ଜେଲ୍‌ରେ ଅଛନ୍ତି? ମୁଁ ଦୋହରଉଛି ଯେ, ଆଇନ୍ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ।” ତେବେ କେଆର୍‌କେଙ୍କ ଏହି ଟୁଇଟକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ ମଧ୍ୟ କରାଯାଉଛି।

Advertisment

ପ୍ରକାଶଥାଉ ଯେ ପୂର୍ବରୁ କେଆର୍‌କେ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ଉପରେ ଦୁଇଟି ଟୁଇଟ୍ କରିଥିଲେ, କିନ୍ତୁ ପରେ ସେ ଏହାକୁ ଡିଲିଟ୍‌ ମଧ୍ୟ କରିଥିଲେ। କେଆର୍‌କେ ରାଜ କୁନ୍ଦ୍ରାଙ୍କ ଆୟ ଉତ୍ସ ଉପରେ ଆକ୍ରମଣ କରି ଟ୍ୱିଟ୍ କରି କହିଥିଲେ ଯେ “ଯଦି ତୁମେ ତୁମର ଘର ଚଳାଇବା ପାଇଁ ଅଶ୍ଳୀଳ ଚଳଚ୍ଚିତ୍ର କରି ଟଙ୍କା ରୋଜଗାର କରିବାକୁ ଚାହୁଁଛ, ତେବେ ତୁମେ ଏହି ଦୁନିଆର ସବୁଠାରୁ ଗରିବ ବ୍ୟକ୍ତି। ଏହା ଦର୍ଶାଏ ଯେ କିଛି ଭୁଲ୍ କାମ ପାଇଁ ତୁମ ପାଖରେ ଆଜି ଏତେ ଟଙ୍କା ଅଛି, କିନ୍ତୁ ଆଜି ବି ତୁମର ଚିନ୍ତାଧାରା ଛୋଟ ଏବଂ ତୁମର କାର୍ଯ୍ୟ ମଧ୍ୟ ଛୋଟ।”

Bollywood KRK Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ