kriti sanon and nupur sanon clash at box office on October 20
ଅକ୍ଟୋବର ମାସରେ ଦୁଇ ଭଉଣୀ ମଧ୍ୟ ବକ୍ସ ଅଫିସରେ ସଂଘର୍ଷ କରିବାକୁ ଯାଉଛନ୍ତି। ଏହି ଦୁଇ ଭଉଣୀ ହେଲେ କ୍ରିତି ସାନନ୍ ଏବଂ ନୂପୁର ସାନନ୍। ଜଣେ ଟାଇଗର୍ଙ୍କ ସହ ଆଉ ଜଣେ ‘ଟାଇଗର ନାଗେଶ୍ୱର ରାଓ’ରେ।
ଅକ୍ଟୋବର ମାସ ମନୋରଞ୍ଜନ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଗୋଟିଏ ପଟେ କ୍ରିକେଟ୍ ବିଶ୍ୱକପ୍ ହେବାକୁ ଥିବାବେଳେ ଅନ୍ୟ ପଟେ ଚଳିତ ମାସରେ ଅନେକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଏହି ଚଳଚ୍ଚିତ୍ରଗୁଡିକ ମଧ୍ୟରୁ କେତେକ ଏପରି ଯେ ସିନେମା ପ୍ରେମୀମାନେ ସେସବୁକୁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ଅନେକ ଚଳଚ୍ଚିତ୍ର ମଧ୍ୟ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବିଶେଷ କଥା ହେଉଛି ଅକ୍ଟୋବର ମାସରେ ଦୁଇ ଭଉଣୀ ମଧ୍ୟ ବକ୍ସ ଅଫିସରେ ସଂଘର୍ଷ କରିବାକୁ ଯାଉଛନ୍ତି। ଏହି ଦୁଇ ଭଉଣୀ ହେଲେ କ୍ରିତି ସାନନ୍ ଏବଂ ନୂପୁର ସାନନ୍।
ଏହି ଦୁଇଜଣ ହେଉଛନ୍ତି ପ୍ରକୃତ ଭଉଣୀ। ଗୋଟିଏ ଦିନରେ କ୍ରିତି ଏବଂ ନୂପୁର ସାନନଙ୍କ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କ୍ରିତି ସାନନ୍ଙ୍କୁ ‘ଗଣପତ’ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ଏବଂ ଅମିତାଭ ବଚ୍ଚନଙ୍କ ପରି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ନିକଟରେ ‘ଗଣପତ’ର ଟିଜର ମଧ୍ୟ ରିଲିଜ ହୋଇଥିଲା, ଏହାକୁ ବହୁତ ପସନ୍ଦ କରାଯାଇଛି। ଏଥିରେ କ୍ରିତି ସାନନ୍ ମଧ୍ୟ ଆକ୍ସନ୍ କରୁଥିବା ନଜର ଆସିବେ।
ଅନ୍ୟପକ୍ଷରେ ତାଙ୍କ ଭଉଣୀ ନୂପୁର ସାନନ୍ ଦକ୍ଷିଣର ସୁପରଷ୍ଟାର ତଥା ମାସ୍ ମହାରାଜା ରବି ତେଜାଙ୍କ ସହ ଫିଲ୍ମ ‘ଟାଇଗର ନାଗେଶ୍ୱର ରାଓ’ରେ ଦେଖିବାକୁ ମିଳିବେ।
ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯେଉଁଥିରେ ନୂପୁର ସାନନଙ୍କ ଜବରଦସ୍ତ ଷ୍ଟାଇଲ୍ ଦେଖିବାକୁ ମିଳିଛି। ନୂପୁର ଏବଂ ରବି ତେଜାଙ୍କ ବ୍ୟତୀତ ଏହି ଫିଲ୍ମରେ ଗାୟତ୍ରୀ ଭରଦ୍ୱାଜ, ରେନୁ ଦେଶାଇ, ଅନୁପମ ଖେର, ନାସିର, ଜିଶୁ ସେନଗୁପ୍ତା, ହରିଶ ପେରାଡି ଏବଂ ମୁରଲୀ ଶର୍ମା ବିଭିନ୍ନ ଚରିତ୍ରରେ ନଜର ଆସିବେ।
‘ଟାଇଗର ନାଗେଶ୍ୱର ରାଓ’ ଏକ ଆକ୍ସନ୍ ପ୍ୟାକ୍ ମନୋରଞ୍ଜନ ଧର୍ମୀ ଫିଲ୍ମ। ଏହାକୁ ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ‘ଗଣପତ’ ଏବଂ ‘ଟାଇଗର ନାଗେଶ୍ୱର ରାଓ’ ୨୦ ଅକ୍ଟୋବରରେ ଏକାଠି ମୁକ୍ତିଲାଭ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696599019.jpg)