Advertisment

ଅଲ୍ଲୁ ଅର୍ଜୁନ ନୁହଁନ୍ତି, ‘ପୁଷ୍ପା’ ପାଇଁ ଏହି ସୁପରଷ୍ଟାର ଥିଲେ ପ୍ରଥମ ପସନ୍ଦ...ଏହି କାରଣ ପାଇଁ ଅଫର ମନାକଲେ

‘ପୁଷ୍ପା’ ପିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ପ୍ରଥମ ପସନ୍ଦ ନଥିଲେ। ତାଙ୍କ ବଦଳରେ ସାଉଥର ଅନ୍ୟ ଜଣେ ମେଗା ଷ୍ଟାରଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଆଲୋଚନା ହୋଇଥିଲା। ହେଲେ ଏହି ଅଫରକୁ ସେ ମନା କରି ଦେଇଥିଲେ।

ଅଦ୍ୟତନ ହୋଇଛି
Pushpa

Know Who The Mega Star Who Rejected Allu Arjun Starrer Pushpa

Advertisment

ଯଦି ସାଉଥ ଇଣ୍ଡଷ୍ଟ୍ରିର ବ୍ଲକ୍‌ବଷ୍ଟର ଫିଲ୍ମ କଥା କହିବା, ତା’ହେଲେ ୨୦୨୧ରେ ରିଲିଜ୍‌ ହୋଇଥିବା ‘ପୁଷ୍ପା’(Pushpa) ଏହି ଲିଷ୍ଟ୍‌ରେ ଟପ୍‌ରେ ଅଛି। ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଅଲ୍ଲୁ ଅର୍ଜୁନ(Allu Arjun) ଏହି ଫିଲ୍ମରେ ରେକର୍ଡ କରି ଏହାକୁ ବଜାୟ ରଖିଛନ୍ତି। ଖାଲି ଏତିକି ନୁହେଁ ଆଶାଠୁ ଅଧିକ ସଫଳତା ମଧ୍ୟ ଏହି ଫିଲ୍ମକୁ ମିଳିଥିଲା। ତେଣୁ ‘ପୁଷ୍ପା-୨’ ସୁଟିଂ କରିବା ପାଇଁ ପ୍ରହକ୍ସନ ହାଉସ୍‌ ନିଷ୍ପତ୍ତି ନେଇଥିଲା। 

Advertisment

ଅଧିକ ପଢ଼ନ୍ତୁ: ‘ପୁଷ୍ପା-୨’ ପାଇଁ ଏତେ କୋଟି ନେଲେ ଅଲୁ ଅର୍ଜୁନ

କିଛିଦିନ ପୂର୍ବେ ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ ହୋଇଥିଲା। ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲ୍ଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି। ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ...ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ‘ପୁଷ୍ପା’ ପିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ପ୍ରଥମ ପସନ୍ଦ ନଥିଲେ। ତାଙ୍କ ବଦଳରେ ସାଉଥର ଅନ୍ୟ ଜଣେ ମେଗା ଷ୍ଟାରଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଆଲୋଚନା ହୋଇଥିଲା। ହେଲେ ଏହି ଅଫରକୁ ସେ ମନା କରି ଦେଇଥିଲେ। 

ଅଧିକ ପଢ଼ନ୍ତୁ: ମାଲକାନଗିରିରେ 'ପୁଷ୍ପା': ସୋସିଆଲ ମିଡିଆରେ ଅଲ୍ଲୁଙ୍କ ଫଟୋ ଭାଇରାଲ

‘Pushpa: The Rise’(ପାର୍ଟ-୧)କୁ ସୁକୁମାର ନିର୍ଦ୍ଦେଶନା ଦେଇଥିଲେ ଓ ଏହା ୨୦୨୧, ଡିସେମ୍ବର ୧୭ରେ ରିଲିଜ୍‌ ହୋଇଥିଲା। ବଡ଼ ପରଦାରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ, ୩୫୦ କୋଟିରୁ ଅଧିକ ଟଙ୍କା ବିଜନେସ୍‌ କରିଥିଲା। ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ଏହି ଫିଲ୍ମରେ ରଶ୍ମିକା ମନ୍ଦାନା, ଫହାଦ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। 

Advertisment

କାହାକୁ ଆପ୍ରୋଚ କରିଥିଲେ ସୁକୁମାର...

ଚନ୍ଦନ କାଠ ଚୋରା ଚାଲାଣ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ପ୍ରଥମେ ପ୍ଲାନ୍‌ କରିଥିଲେ। ଏଥିପାଇଁ ସେ ପ୍ରଥମେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ସହ କଥା ହୋଇଥିଲେ। ଏହାପରେ ସୁକୁମାର ଚନ୍ଦନ କାଠ ଚୋରା ଚାଲଣ ଉପରେ ହିଁ ନୂଆ ସ୍କ୍ରିପ୍ଟରେ କାମ କରିଥିଲେ। ଯେତେବେଳେ ସ୍କ୍ରିପ୍ଟ ଫାଇନାଲ ହୋଇଥିଲା, ପ୍ରଥମ ପ୍ରାଥମିକତା ସେ ମହେଶ ବାବୁଙ୍କୁ ହିଁ ଦେଇଥିଲେ। ହେଲେ ଯେତେବେଳେ ମହେଶ ସ୍କ୍ରିପ୍ଟ ଶୁଣିଲେ, ଏଥିରେ ହିରୋର ନେଗେଟିଭ୍‌ ଭୂମିକା ତାଙ୍କୁ ଭଲ ଲାଗି ନଥିଲା। ଏହି କାରଣରୁ ସେ ଏହି ପ୍ରୋଜେକ୍ଟ ଉପରେ କାମ କରିନଥିଲେ।

ପରେ ସୁକୁମାର ଅଲ୍ଲୁଙ୍କୁ ଆପ୍ରୋଚ କରିଥିଲେ ଓ ଅଲ୍ଲୁ ଅର୍ଜୁନ ମଧ୍ୟ ଏଥିରେ ରାଜି ହୋଇଥିଲେ। ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରି ଅଲ୍ଲୁ ଅର୍ଜୁନ ଖାଲି ଦର୍ଶକଙ୍କ ହୃଦୟ ଜିତି ନାହାନ୍ତି ବରଂ ଏହାକୁ ବ୍ଲକ୍‌ବଷ୍ଟର ମଧ୍ୟ କରିଛନ୍ତି। ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌ ଏବେବି ରହିଛି। ସେଥିପାଇଁ ତ ଏହାର ପାର୍ଟ-୨ ଶୁଟିଂ କରିବା ପାଇଁ ପ୍ରଯୋଜକ ସଂସ୍ଥା ନିଷ୍ପତ୍ତି ନେଇଥିଲେ। ତେବେ ଏହା କୁହାଯାଇପାରେ ଯେ, ‘ପୁଷ୍ପା’ ଫିଲ୍ମର ଅପର୍‌କୁ ପ୍ରତ୍ୟାକାନ କରି ମହେଶ ବାବୁ କେଉଁଠି ନା କେଉଁଠି ତାଙ୍କର ନିଷ୍ପତ୍ତିକୁ ନେଇ ପଶ୍ଚାତାପ କରୁଥିବେ।

Advertisment
Allu Arjun Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ