Advertisment

ବଲିଉଡରେ ହିରୋ ଓଡ଼ିଆ ପୁଅ; ୱେବସିରିଜ୍ ‘କମାଣ୍ଡୋ’ ଲିଡ୍‌ ରୋଲରେ ଭୁବନେଶ୍ୱରର ପ୍ରେମ ପରିଜା

୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ ।

ଅଦ୍ୟତନ ହୋଇଛି
Bollywood Actor Prem Parija

Bollywood Actor Prem Parija

Advertisment

ଓଡ଼ିଆ ଏବେ ସବୁଥିରେ ଆଗରେ । ସମ୍ବିଧାନର ସବୋର୍ଚ୍ଚ ଆସନ ହେଉ କିମ୍ବା ରାଜନୀତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୁଅନ୍ତୁ ଅବା ବଲିଉଡ୍ । ଏହି ଧାରାରେ ଆଉ ଜଣେ ଓଡ଼ିଆ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପ୍ରେମ ପରିଜା... ବଲିଉଡରେ ସିଧା ହିରୋ ଏଣ୍ଟ୍ରି ।

Advertisment

ପ୍ରସିଦ୍ଧ ନିର୍ଦ୍ଦେଶକ ବିପୁଲ ଶାହଙ୍କ ଚର୍ଚ୍ଚିତ ୱେବସିରିଜରେ ଲିଡରେ ନଜର ଆସିଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା । ଏଥିରେ ସେ ସିକ୍ରେଟ୍ ଏଜେଣ୍ଟ ଭାବେ କାମ କରିଛନ୍ତି । ଭାରତୀୟ ସେନାର ଜଣେ କମାଣ୍ଡୋ ଯିଏ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିପାରେ, ସବୁ ବେଳେ ଲଢ଼ିପାରେ, ଆତଙ୍କୀଙ୍କୁ କଡ଼ା ଜବାବ ଦେଇପାରେ ।

୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ । ସିରିଜରେ ପ୍ରେମଙ୍କ ସହ କେରଳ ଷ୍ଟୋରୀ ଫେମ୍ ଆଦା ଶର୍ମା, ଭର୍ସଟାଇଲ୍ ଅମିତ୍ ଶିଆଲ୍ ବି ନଜର ଆସିଛନ୍ତି । ପୂର୍ବରୁ କମାଣ୍ଡୋ ସିନେମାରେ ଷ୍ଟାଇଲିଶ୍ ଓ ଫାଇଟର ବିଦ୍ୟୁତ୍ ଜୱାଲଙ୍କୁ ଦର୍ଶକ ଦେଖିଥିଲେ । କିନ୍ତୁ ଏଥର ୱେବସିରିଜରେ ପ୍ରେମକୁ ସୁଯୋଗ ମିଳିଛି । ପ୍ରେମଙ୍କ ଷ୍ଟାଇଲିଶ୍ ଲୁକ୍, ଡାସିଂ ବଡି ଆଉ ଏକ ପ୍ଲସ୍ ପଏଣ୍ଟ ସାଜିଛି ।

Advertisment

ଓଟିଭିକୁ ପ୍ରତିକ୍ରିୟା ଦେବା ଅବସରରେ ପ୍ରେମ କହିଥିଲେ, କେବଳ ସିକ୍ସ ପ୍ୟାକ୍ ନୁହେଁ ଆକ୍ଟିଂ ବି ଆବଶ୍ୟକ ଯେହେତୁ କାହାଣୀର ଆବଶ୍ୟକତା ଥିଲା ତେଣୁ ସେ ଏଭଳି ନିଜକୁ ଗଢ଼ିଥିଲୋ ତା’ସହ ବଲିଉଡରେ ବଂଶବାଦକୁ ନେଇ ଥିବା ଅଭିଯୋଗ ଉପରେ ବି ପ୍ରତିକ୍ରିୟା ରଖିଛନ୍ତି । ଆମ ଓଟିଭି ପ୍ରତିନିଧିଙ୍କ ସହ କଥା ହେବା ବେଳେ ଏସମ୍ପର୍କରେ ଖୋଲା ଖୋଲି ଏହାକୁ ସ୍ୱୀକାର କରିଛନ୍ତି । କିନ୍ତୁ ଲମ୍ବା ସମୟ ଧରି ବଲିଉଡରେ ରହିବା ପାଇଁ ଦକ୍ଷତା ଦରକାର ବୋଲି ଜୋର ଦେଇଛନ୍ତି ପ୍ରେମ ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ