Advertisment

ଆସନ୍ତୁ ଜାଣିବା କିପରି ହୋଇଛି ତାପସୀ ପନ୍ନୁଙ୍କ 'ଦୋବାରା'

ବଲିଉଡ୍‌କୁ ସବୁବେଳେ ଜଟିଳ ଫିଲ୍ମ ଦେଉଥିବା ଅନୁରାଗ କଶ୍ୟପ ପୁଣି 'ଦୋବାରା' ମାଧ୍ୟମରେ ପୁଣି ଫେରିଛନ୍ତି। ତେବେ ଏହି ଫିଲ୍ମ ମାଧ୍ୟମରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବାକୁ ଚେଷ୍ଟା କରୁଥିବା ଜଣାଯାଏ। ସେ ଏଥିରେ ସଫଳ ହେବେ ତ…

Know how is taapsee pannu film dobaaraa

Know how is taapsee pannu film dobaaraa

Advertisment

ବଲିଉଡ୍‌ରେ ବହୁ ଜଟିଳ ଫିଲ୍ମ ବନେଇବା ନେଇ ଅନୁରାଗ କଶ୍ୟପ ବେଶ ଜଣାଶୁଣା। ସେ ଏମିତି ଫିଲ୍ମ ତିଆରି କରନ୍ତି ଯାହାକୁ ଦେଖିବା ପାଇଁ ବୁଦ୍ଧିଜୀବୀନ ଆବଶ୍ୟକତା ଥାଏ। ତାଙ୍କର ଏବେର ଫିଲ୍ମ 'ଦୋବାରା' ମଧ୍ୟ ଏହି ଧାରାବାହିକର ଏକ ଚଳଚ୍ଚିତ୍ର। 'ଦୋବାରା' ୨୦୧୮ ସ୍ପେନୀୟ ଚଳଚ୍ଚିତ୍ର 'ମିରାଜ୍' ଦ୍ୱାରା ଅନୁପ୍ରାଣିତ। ଏହି ଚଳଚ୍ଚିତ୍ରରେ ତାପସୀ ପନ୍ନୁ, ପାୱଲୀ ଗୁଲାଟି ଏବଂ ରାହୁଲ ଭଟ୍ଟ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଅନୁରାଗ କଶ୍ୟପ ଦେଇଛନ୍ତି।

Advertisment

ଏହି ଫିଲ୍ମରେ ସେ ଏପରି ଏକ ସସ୍‌ପେନ୍ସ ଥ୍ରୀଲର ଭରି ଦେଇଛନ୍ତି ଯାହା ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ବୁଝିବା ନେଇ ଲୋକଙ୍କୁ ବୁଦ୍ଧି ମଧ୍ୟ ଖଟେଇବାକୁ ହେବ। ଏହି ଚଳଚ୍ଚିତ୍ର ଦେଖିବା ପାଇଁ ପୂରା ସମୟ ମଧ୍ୟ ଦେବାକୁ ପଡିବ, କାରଣ ଯେଉଁ ଧ୍ୟାନ ହଟିଗଲା ଫିଲ୍ମ ବୁଝିବା କଷ୍ଟକର।

'ଦୋବାରା' ଚଳଚ୍ଚିତ୍ରର କାହାଣୀ ଦୁଇ ସମୟକୁ ନେଇ ଚାଲିଛି। ଗୋଟିଏ ହେଉଛି ବର୍ତ୍ତମାନ ଏବଂ ଅନ୍ୟଟି ଅତୀତ ଏବଂ ଉଭୟଙ୍କୁ ଯୋଡୁଛି ଏକ ଟିଭି। ଅତୀତରେ ଏକ ଦୁର୍ଘଟଣା ଘଟିଛି ଏବଂ ଏଥିରେ ଗୋଟିଏ ଜୀବନ ଚାଲିଯାଇଛି। ଯେଉଁ ବ୍ୟକ୍ତିଙ୍କ ଜୀବନ ଯାଇଛି ତାଙ୍କରି ଘରେ ତାପସୀ ପନ୍ନୁ ନିଜ ପରିବାର ସହିତ ରହିବାକୁ ଆସନ୍ତି। ଏକ ଟିଭି ମାଧ୍ୟମରେ ତାଙ୍କର ଅତୀତ ସହିତ ସଂଯୋଗ ହୁଏ। ଏହା ପରେ ଚେଷ୍ଟା ଜାରି ରୁହେ ଅତୀତର ଏକ ଘଟଣାକୁ ବଦଳାଇବା ପାଇଁ।

Advertisment

ଏହିଭଳି ଭାବେ ଜଟିଳତାରେ ଭରି ରହିଛି ଏହି ଫିଲ୍ମ। ଏହା ଏକ ଜଟିଳ କାହାଣୀ ଏବଂ ଏହି ପ୍ରକାର ଧାରାରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏହା ଖୁବ ଉପଯୁକ୍ତ। ଅନୁରାଗ 'ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁର' ଏବଂ 'ଦେବ ଡି' ଭଳି ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା। ତେବେ ଏହି ଫିଲ୍ମ ମାଧ୍ୟମରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବାକୁ ଚେଷ୍ଟା କରୁଥିବା ଜଣାଯାଏ।

ଅଭିନୟରେ ମାହିର ତାପସୀ ପନ୍ନୁଙ୍କ ଏହି ଫିଲ୍ମରେ ଏକ ଅଂଶ ସବୁଠାରୁ ଗୁରୁତ୍ୱ ରଖେ। ସେ ଏହି ଚରିତ୍ରକୁ ଖୁବ୍ ଚମତ୍କାର ଭାବରେ ଫୁଟେଇଛନ୍ତି। ରାହୁଲ ଏବଂ ପାୱଲୀଙ୍କ ଅଭିନୟ ମଧ୍ୟ ଖୁବ ଭଲ ହୋଇଛି। ତେବେ ‘ଦୋବାରା’ ଯେଉଁ ଫିଲ୍ମ 'ମିରାଜ' ଉପରେ ଆଧାରିତ ହୋଇଛି ତାହା ହିନ୍ଦୀରେ ନେଟ୍‌ଫ୍ଲିକ୍ସରେ ଉପଲବ୍ଧ। କିନ୍ତୁ ଅନୁରାଗ କଶ୍ୟପ ଏବଂ ତାପସୀ ପନ୍ନୁଙ୍କ ପ୍ରଶଂସକ, ଯେଉଁମାନେ ଭାରତୀୟ ସଂସ୍କରଣ ଦେଖିବାକୁ ଭଲ ପାଆନ୍ତି ଏବଂ ଏହି ପ୍ରକାରର ଧାରାକୁ ପସନ୍ଦ କରନ୍ତି ସେମାନେ ଏହି ଫିଲ୍ମକୁ ନିଶ୍ଚିତ ପସନ୍ଦ କରିବେ।

Advertisment

ତେବେ ଏହାରି ଭିତରେ ବଲିଉଡ୍‌ର କ୍ରିଟିକ୍ସ KRK ତାପସୀଙ୍କ ଫିଲ୍ମ 'ଦୋବାରା'କୁ ନେକି ପରିହାସ କରିଛନ୍ତି। ବ୍ୟଙ୍ଗାତ୍ମକ ଭାବେ ସେ ତାପସୀଙ୍କୁ ବଲିଉଡ୍‌ର ସବୁଠାରୁ ବଡ ଅଭିନେତ୍ରୀ ବୋଲି କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, 'ଆଜି ବଲିଉଡ୍‌ର ସବୁଠୁ ବଡ ଅଭିନେତ୍ରୀ ତାପସୀଙ୍କ ଫିଲ୍ମ 'ଦୋବାରା' ୨୧୫ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି। ଦର୍ଶକଙ୍କ ଅଭାବ ହେତୁ ଆଜି ସକାଳର ସମସ୍ତ ଶୋ’ ବାତିଲ ହୋଇଗଲା। ହା…ହା…ହା।'

Tapsee Panuu Bollywood Anurag Kashyap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ