ଆଥେୟା ରାହୁଲଙ୍କ ନୂଆ ଠିକଣା, କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍

ପ୍ରେମ ପକ୍ଷୀଙ୍କର ନୂଆ ଠିକଣା । ବଲିଉଡ ଓ ଖେଳ ଦୁନିଆର ଚର୍ଚ୍ଚିତ କପଲ୍ ଆଥେୟା ଓ ରାହୁଲ କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍ ।

KL Rahul and Athiya Shetty

ଅଭିନେତ୍ରୀ ଆଥେୟା ସେଟ୍ଟୀ ଓ କ୍ରିକେଟର କେ.ଏଲ୍ ରାହୁଲ ମୁମ୍ବାଇର ପାଲି ହିଲ୍ ଠାରେ ଏକ ଶାନଦାର ଫ୍ଲାଟ୍ କିଣିଛନ୍ତି । ମୁମ୍ବାଇର ପାଲିହିଲ୍ ଠାରେ ଏକ ଅଠର ମହଲା ବିଶିଷ୍ଟ ବିଲ୍ଡିଂରେ ରହିଛି ଆଥେୟା ଓ ରାହୁଲଙ୍କ ଘର ।  ୩,୩୫୦ ସ୍କୋୟାର ଫୁଟ୍‌ର ଏହି ଫ୍ଲାଟ୍‌ର ଦାମ୍ ରହିଛି ୨୦ କୋଟି ଟଙ୍କା । ଆଥେୟା ରାହୁଲ ଏବେ ଅମୀର ଖାନ୍‌ଙ୍କ ପଡ଼ୋଶୀ,କାହିଁକି ନା ଅମୀରଙ୍କ ଘର ଆଥେୟାଙ୍କ ଘର ପାଖରେ । ଏହାଛଡ଼ା ସେହି ଏରିଆରେ ବଲିଉଡର ବହୁ କାଳାକାରଙ୍କ ଘର ରହିଛି ।

ଦସ୍ତାବିଜ ଅନୁଯାୟୀ ବାନ୍ଦ୍ରା ସ୍ଥିତ ପାଲି ହିଲ୍ ଅଞ୍ଚଳରେ ଥିବା ସାନ୍ଧୁ ପ୍ୟାଲେସ୍ ବିଲ୍ଡିଂର ଗ୍ରାଉଣ୍ଡ-ପ୍ଲସ୍ -୧୮ ମହଲାର ଦ୍ୱିତୀୟ ମହଲାରେ ଅବସ୍ଥିତ ରାହୁଲ ଓ ଆଥେୟାଙ୍କ ଘର । ଆପାର୍ଟମେଣ୍ଟରେ ଚାରୋଟି କାର ପାର୍କିଂ ସ୍ଥାନ ରହିଛି । ସୂଚନା ଅନୁଯାୟୀ ଜୁଲାଇ ୧୫ରେ ରାହୁଲ ଓ ଆଥେୟା ଏହି ଫ୍ଲାଟ୍‌ର ରେଜିଷ୍ଟ୍ରେସନ କରିଥିଲେ ।

ଅଧିକ ପଢ଼ନ୍ତୁ: ଅଭିନୟ ସହ ଭାରତ ଛାଡିଦେବେ ଅନୁଷ୍କା ଶର୍ମା ! ବିରାଟଙ୍କ ସହ ଚାଲିଯିବେ କି ଲଣ୍ଡନ୍ !

ମୁମ୍ବାଇର ପାଲି ହିଲ୍‌ ଅଞ୍ଚଳରେ ବଲିଉଡର ବହୁ ନାମୀ ଦାମୀ କଳାକାରଙ୍କ ଘର ରହିଛି । ଏହି ଅଞ୍ଚଳରେ ବହୁତ ଜଣାଶୁଣା, କାରଣ ସେଠାରେ ଅଭିନେତା ଦିଲ୍ଲୀପ କୁମାର ଓ ଅଭିନେତା ଅମୀର ଖାନ୍‌ଙ୍କ ଘର ରହିଛି । ଏହାଛଡ଼ା ପାଲି ହିଲ୍‌ ଅଞ୍ଚଳରେ ସଲମାନ ଖାନ୍,ଶାହାରୁଖ ଖାନ୍,ସେଫ୍ ଅଲ୍ଲୀ ଖାନ୍,ଜାହ୍ନଭୀ କପୁର ଓ ତୃପ୍ତି ଡିମରୀ ରହୁଥିବା ଜଣାପଡିଛି ।

ସୂଚନା ଅନୁସାରେ ଆଥେୟା ସେଟ୍ଟି ଓ କ୍ରିକେଟର କେ.ଏଲ୍ ରାହୁଲଙ୍କ ମୋଟ୍ ସଂପତ୍ତି ମୂଲ୍ୟ ହେଉଛି ୧୩୦ କୋଟି । ମୁମ୍ବାଇରେ ଆଥେୟା ଓ ରାହୁଲଙ୍କର ଆଉ ଏକ ଆଲିଶାନ୍ ବଙ୍ଗଳା ରହିଛି । ଏହାଛଡ଼ା ବେଙ୍ଗାଲୁରୁରେ ମଧ୍ୟ ତାଙ୍କର ଆଲିଶାନ ଘର ରହିଛି । ରାହୁଲଙ୍କର ବହୁ ଲଗ୍‌ଜୁରିୟସ୍ କାର ମଧ୍ୟ ରହିଛି ଯେଉଁଥିରେ ଲମ୍ବୋର୍ଗିନି ହୁରାକାନ୍ ସ୍ପାଇଡର୍ ଓ ଆଷ୍ଟନ୍ ମାର୍ଟିନ DB11 ଗାଡି ସାମିଲ୍ ରହିଛି । ଏହି ଗାଡ଼ି ଗୁଡିକର ଦାମ୍‌ କୋଟି କୋଟି ଟଙ୍କାରୁ ଅଧିକ ହେବ । ଆଥେୟାଙ୍କ ପାଖରେ ମଧ୍ୟ ବହୁ ମୂଲ୍ୟର କାର୍ ରହିଛି ଯାହାର ଦାମ୍ ଦେଢ କୋଟିରୁ ଅଧିକ ହେବ ।

ସୂଚନା ଅନୁସାରେ ନିକଟରେ ରାହୁଲ ଓ ଆଥେୟାଙ୍କୁ ଅନନ୍ତ ଓ ରାଧିକାଙ୍କ ଚର୍ଚ୍ଚିତ ବାହାଘରରେ ଦେଖିବାକୁ ମିଳିଥିଲା । ଏଥିରେ ପୂରା ସେଟ୍ଟି ପରିବାର ଯୋଗ ଦେଇଥିଲେ । ସୁନିଲ ସେଟ୍ଟି ଓ ତାଙ୍କ ପୁଅ ଆହାନ ସେଟ୍ଟି ଓ ସ୍ତ୍ରୀ ମାନା ସେଟ୍ଟି ମଧ୍ୟ ଯୋଗ ଦେଇଥିଲେ । 

ଅଧିକ ପଢ଼ନ୍ତୁ: ପ୍ରେମ ବଦଳାଇଲା ସବୁକିଛି; ପୂର୍ବରୁ ଥିଲେ କଣ, ଏବେ ହେଲେ କଣ ...