Advertisment

ନିଜ ଯୌବନକୁ ଚିର ସତେଜ ରଖିବାକୁ କିଛି ବି କରିପାରନ୍ତି ଏହି ଅଭିନେତ୍ରୀ

ହଲିଉଡ୍‌ର ଏହି ଅଭିନେତ୍ରୀ ତାଙ୍କ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ୪ଟି ସନ୍ତାନର ମା’ କିମ୍, ଖୁବ୍ ଫିଟ୍ ଏବଂ ଟୋନ୍ଡ ବଡିର ମାଲିକାଣୀ। ବର୍ତ୍ତମାନ କିମ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଯୌବନକୁ ସବୁଦିନ ପାଇଁ ସତେଜ ରଖିବାକୁ ନେଇ ସେ ଯାହା କହିଛନ୍ତି ଶୁଣିଲେ ଲାଜରେ ମୁଣ୍ଡ ନଇଁଯିବ।

ଅଦ୍ୟତନ ହୋଇଛି
Kim Kardashian shocking statement for looking yonger

Kim Kardashian shocking statement for looking yonger

Advertisment

ସୁନ୍ଦର ଦେଖାଯିବା ପାଇଁ କୋଉ ମହିଳା ବା ନ ଚାହାନ୍ତି। ସୌନ୍ଦର୍ଯ୍ୟ ତ ନାରୀର ଆଭୂଷଣ। ସେମାନେ କିପରି ବା ଏଥିରୁ ମୁକ୍ତି ପାଇବେ। ଯଦି ଗ୍ଲାମର ଦୁନିଆ କଥା ପଡେ ତେବେ କଥା ତ ଅଲଗା। ନିଜକୁ ସବୁଦିନ ପାଇଁ ଯୌବନ ରଖିବା ପାଇଁ ସେଲିବ୍ରେଟି ମାନେ ତ ଅନେକ କିଛି କରନ୍ତି।

Advertisment

କିମ୍ କର୍ଦାସିୟାନ ଏଥିରୁ କିପରି ବା ବାଦ ପଡିବେ। ସୁନ୍ଦର ଦେଖାଯିବା ପାଇଁ ସେ ବହୁତ କିଛି କରନ୍ତି। ବିଭିନ୍ନ ପ୍ରକାରର ମେକ୍‌ଅପ୍ ଟିପ୍ସକୁ ସେ ପରୀକ୍ଷା କରନ୍ତି। କିନ୍ତୁ ସବୁଦିନ ପାଇଁ ଯୌବନ ରହିବାର କ୍ରେଜ୍‌ ତାଙ୍କ ଉପରେ ଏମିତି ଚଢିଛି ଯେ ସେ ଯାହା କହିଛନ୍ତି ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।

ସବୁବେଳେ ଚର୍ଚ୍ଚାରେ ରହୁଥିବା ମଡେଲ-ଅଭିନେତ୍ରୀ କିମ୍‌ ଏଥର ତାଙ୍କ ପୋଷାକ କି ତାଙ୍କ ବୋଲ୍ଡ ଫଟୋସୁଟ୍‌ ପାଇଁ ନୁହେଁ, ବରଂ ତାଙ୍କର ଏହି ବିବୃତ୍ତିକୁ ନେଇ ଚର୍ଚ୍ଚାରେ ଅଛନ୍ତି।

Advertisment

୪୧ ବର୍ଷ ବୟସ୍କା ଆମେରିକୀୟ ଟିଭି ଅଭିନେତ୍ରୀ କିମ୍‌ କର୍ଦାସିୟାନ ନିଜର ଯୌବନକୁ ବଜାୟ ରଖିବା ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି। ସୁନ୍ଦର ଏବଂ ଯୁବତୀ ଦେଖାଯିବାକୁ, ଅଭିନେତ୍ରୀ ଆପତ୍ତିଜନକ କଥା କହି ସମସ୍ତଙ୍କ ହୋସ୍ ଉଡେଇ ଦେଇଛନ୍ତି।

Advertisment

କିମ୍ ତାଙ୍କ ଫ୍ୟାଶନ୍ ପାଇଁ ବେଶ ଜଣାଶୁଣା। ତାଙ୍କର ଫଟୋ ସୋସିଆଲ ମିଡିଆରେ ସବୁବେଳେ ଭାଇରାଲ; ହୋଇଥାଏ। ନିଜର ପରଫେକ୍ଟ ସେପ୍ ଯୋଗୁଁ କିମ୍‌ ପ୍ରତ୍ୟେକ ପ୍ରକାରର ପୋଷାକରେ ବହୁତ ଆକର୍ଷଣୀୟ ଦେଖାଯାଆନ୍ତି।

କିମ୍‌ କର୍ଦାସିୟାନ ନିଜର ସୌନ୍ଦର୍ଯ୍ୟ ଓ ଗ୍ଲାମରକୁ ବଜାୟ ରଖିବା ପାଇଁ କିଛି ବି ସ୍ତର ପର୍ଯ୍ୟନ୍ତ ଯାଇପାରନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଯୁବତୀ ଦେଖାଯିବା ପାଇଁ ତାଙ୍କୁ କୌଣସି ଅନ୍ତର୍ବସ୍ତ୍ର ବି ଖାଇବାକୁ ପଡେ ତେବେ ଏଥିରେ ତାଙ୍କ କୌଣସି ଅସୁବିଧା ନାହିଁ। ତେବେ କିମ୍‌ଙ୍କ ଏହି କଥା ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ନିକଟରେ କିମ୍‌ ମେଟ୍ ଗାଲା ଲୁକ୍ ଯୋଗୁଁ ବହୁ ଚର୍ଚ୍ଚାରେ ଥିଲେ। ଅଭିନେତ୍ରୀ ତଥା ଫ୍ୟାଶନ୍ ଆଇକନ୍ ମାର୍ଲିନ୍ ମୁନରୋଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନେଇ କିମ୍ ନିଜକୁ ଖୁବ୍ ସୁନ୍ଦର ଭାବରେ ସଜେଇ ଥିଲେ। ଟ୍ରାନ୍ସଫର୍ମେସନ କାରଣରୁ କିମ୍ ମେଟ୍‌ ଗାଲାରେ ଖୁବ ଚର୍ଚ୍ଚାରେ ଥିଲେ। ରିପୋର୍ଟ ଅନୁଯାୟୀ ୬୦ ବର୍ଷ ପୂର୍ବେ ମାର୍ଲିନ୍ ପିନ୍ଧିଥିବା ଗାଉନରେ ନିଜକୁ ଫିଟ୍ କରିବା ନେଇ କିମଙ୍କୁ ପ୍ରାୟ ୭ କିଲୋଗ୍ରାମ ଓଜନ କମେଇବାକୁ ପଡିଥିଲା।

କିମ୍ କର୍ଦାସିୟାନ ଜଣେ ଅଭିନେତ୍ରୀ-ମଡେଲ୍ ତଥା ଜଣେ ସଫଳ ଉଦ୍ୟୋଗୀ ମଧ୍ୟ। ୪ ଟି ସନ୍ତାନର ମା’ କିମ୍ ତାଙ୍କ ସ୍ୱାମୀ କାନ୍ୱେ ୱେଷ୍ଟ୍‌ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ସେମାନଙ୍କ ସମ୍ପର୍କ ଅନେକ ବିବାଦରେ ଥିଲା। କିମ୍ ଆଜିକାଲି ହାସ୍ୟ ଅଭିନେତା ପିଟ୍ ଡେଭିଡ୍‌ସନ୍‌ଙ୍କୁ ଡେଟ୍ କରୁଛନ୍ତି।

Hollywood Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ