Kick 2 release date reveal ar murugadoss will direct this
ସଲମାନ ଖାନଙ୍କ ଫିଲ୍ମ ‘କିକ୍’ ୨୦୧୪ରେ ମୁକ୍ତିଲାଭ କରିଥିଲା। ଏହା ସେହି ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ ହୋଇଥିଲା। କିକ୍ଙ୍କୁ ସାଜିଦ ନାଡିୟାଡୱାଲା ନିର୍ଦ୍ଦେଶନା ଦେଇଥିଲେ। ବର୍ତ୍ତମାନ ସଲମାନ ଖାନ ‘କିକ୍ ୨’ ଘୋଷଣା କରିଛନ୍ତି। ଏହା ଜାଣିବା ପରେ ଭାଇଜାନଙ୍କ ପ୍ରଶଂସକଙ୍କ ସମେତ ଫିଲ୍ମର ଦର୍ଶକ ‘କିକ୍ ୨’କୁ ଅପେକ୍ଷା କରିଛନ୍ତି।
ବର୍ତ୍ତମାନ ସଲମାନ ଖାନଙ୍କ ଏହି ଫିଲ୍ମକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ସାଜିଦ ନାଡିୟାଡୱାଲା ‘କିକ୍ ୨’ କୁ ନିର୍ଦ୍ଦେଶନା ଦେବେ ନାହିଁ। ଏଥର ଭାଇଜାନଙ୍କ ଫିଲ୍ମର ନିର୍ମାତା ସାଉଥ୍ ନିର୍ଦ୍ଦେଶକଙ୍କ ଉପରେ ଭରସା କରିଛନ୍ତି।
କେବଳ ଏତିକି ନୁହେଁ, ‘କିକ୍ ୨’ କେବେ ରିଲିଜ୍ ହେବ ସେ ନେଇ ମଧ୍ୟ ଖବର ଆସିଛି। ଖବର ଅନୁଯାୟୀ ସାଜିଦ ନାଡିୟାଡୱାଲା ନିର୍ଦ୍ଦେଶକ ଭାବରେ ସିନା ‘କିକ୍ ୨’ ର ଅଂଶ ହେବେ ନାହିଁ, କିନ୍ତୁ ସେ ଏହି ପୂରା ପ୍ରୋଜେକ୍ଟର ଉପରେ ନଜର ରଖିବେ। ‘କିକ୍ ୨’ କୁ ବର୍ତ୍ତମାନ ସାଉଥ୍ର ଭେଟେରାନ୍ ନିର୍ଦ୍ଦେଶକ ଏଆର୍. ମୁରୁଗାଦାସ୍ ନିର୍ଦ୍ଦେଶନା ଦେବେ।
ଏଆର୍ ମୁରୁଗାଦାସ୍ ଗଜନୀ, କୈଥୀ ଏବଂ ସରକାର୍ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଯଦି ସବୁକିଛି ଠିକ୍ ସମୟରେ ଚାଲେ, ତେବେ ସଲମାନ ଖାନଙ୍କ ‘କିକ୍ ୨’ ଇଦ୍ ୨୦୨୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ପ୍ରକାଶଥାଉ ଯେ ସଲମାନ ଖାନଙ୍କ ଫିଲ୍ମ ‘କିକ୍’ ବକ୍ସ ଅଫିସରେ ପ୍ରାୟ ୪୦୦ କୋଟି ଟଙ୍କା ରୋଜଗାର କରିଥିଲା। ଏହି ଫିଲ୍ମରେ ଭାଇଜାନଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍, ରଣଦୀପ ହୁଡା, ନୱାଜୁଦ୍ଦିନ ସିଦ୍ଦିକି ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଅଭିନେତାମାନେ ମୁଖ୍ୟ ଭୂମିକାରେ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710144395.jpg)