Advertisment

‘ରା… ରା… ରକ୍କମା'ରେ ଜବରଦସ୍ତ ନାଚିଲେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍

ହିନ୍ଦୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କିଚ୍ଚା ସୁଦୀପଙ୍କ ଏକ ଗୀତ ହିନ୍ଦୀରେ ରିଲିଜ୍ ହୋଇଛି। ଏହି ଗୀତରେ ତାଙ୍କ ସହ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜବରଦସ୍ତ ହୁକ୍ ଷ୍ଟେପ୍ ଦେଖିବାକୁ ମିଳେ। ଦେଖନ୍ତୁ ଏହି ଭିଡିଓ…

ଅଦ୍ୟତନ ହୋଇଛି
Kiccha  Sudeep and Jacqueline Fernandez’s song ra ra rakkamma hindi out

Kiccha Sudeep and Jacqueline Fernandez’s song ra ra rakkamma hindi out

Advertisment

କିଚ୍ଚା ସୁଦୀପ ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। କିଚ୍ଚା ଭାଷା ବିବାଦକୁ ନେଇ ତ ଜ୍ୟାକ୍‌ଲିନ୍‌ ମନି ଲଣ୍ଡରିଂ ମାମଲାରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଉଭୟ କଳାକାର ଫିଲ୍ମ 'ବିକ୍ରାନ୍ତ ରୋନା'କୁ ନେଇ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ 'ରା… ରା… ରକ୍କମା' ହିନ୍ଦୀରେ ମୁକ୍ତିଲାଭ କରିଛି। ଏହି ଗୀତଟି ଲିରିକ୍ସ ସହିତ ରିଲିଜ୍ ହୋଇଛି, ଯେଉଁଥିରେ ଉଭୟଙ୍କ ଜବରଦସ୍ତ ନୃତ୍ୟ ଦେଖିବାକୁ ମିଳୁଛି।

Advertisment

ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଗୀତ ରିଲିଜ୍ ବିଷୟରେ ସୂଚନା ଦେଇଛନ୍ତି। ଗୀତ ସହିତ ଜ୍ୟାକ୍‌ଲିନ୍ ସମସ୍ତଙ୍କୁ ଏକ ଚ୍ୟାଲେଞ୍ଜ୍‌ ମଧ୍ୟ ଦେଇଛନ୍ତି। ଗୀତର ଭିଡିଓ ଶେୟାର କରି ଜ୍ୟାକ୍‌ଲିନ ଲେଖିଛନ୍ତି ଯେ “ଆପଣଙ୍କ ପାଇଁ ଏକ ଆହ୍ୱାନ, ଆପଣମାନେ କ’ଣ ‘ରା… ରା… ରକ୍କମା' ପରି ନାଚି ପାରିବେ? ତେବେ ଏହି ଅଡିଓକୁ ବ୍ୟବହାର କରି ନିଜର ଏକ ଡ୍ୟାନ୍ସ ଭିଡିଓ ପ୍ରସ୍ତୁତ କର ଏବଂ 'ବିକ୍ରାନ୍ତ ରୋନା' ଟ୍ୟାଗ୍ କରିବାକୁ ଭୁଲିବେ ନାହିଁ। ଏହି ଗୀତରେ ଜ୍ୟାକଲିନ୍‌ଙ୍କୁ ଗାଡଙ୍ଗ ରକ୍କମା - ଗୁଡ୍ ଟାଇମ୍ସର କୁଇନ୍ ଭାବରେ ଦର୍ଶାଯାଇଛି।

ହିନ୍ଦୀ ଲିରିକ୍ସ ସହିତ ପୁରା ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ଜ୍ୟାକ୍‌ଲିନ୍ ଓ କିଚ୍ଚା ସୁଦୀପ ଏହି ଗୀତର ହୁକ୍ ଷ୍ଟେପ୍ କରୁଥିବା ଦେଖାଯାଉଛି। ଉଭୟଙ୍କ ଯୋଡି ମଧ୍ୟ ବହୁତ ସୁନ୍ଦର ହୋଇଛି। ଏହି ଗୀତଟିକୁ ସୁନିଧି ଚୌହାନ ଏବଂ ନକାଶ ଅଜିଜ୍‌ ଗାଇଛନ୍ତି। ଗୀତର ବିଟ୍‌ଗୁଡିକ ଅତ୍ୟନ୍ତ ଚମତ୍କାର, ଯାହା ଆପଣଙ୍କ ପାଦକୁ ଉଠେଇନାରେ ବାଧ୍ୟ କରିବ। ଏହି ଗୀତକୁ ନେଇ ଜ୍ୟାକ୍‌ଲିନ୍‌ କୁହନ୍ତି ଯେ “ଏହା ଏକ ଭିନ୍ନ ଗୀତ, ଯାହାକୁ ମୁଁ କରିବାକୁ ପସନ୍ଦ କରିଥିଲି। ଏହି ଗୀତର ସଂଗୀତ ଖୁବ ଭଲ, ଯାହା ଏକ ଭଲ ଡ୍ୟାନ୍ସ ନମ୍ବର ହେବ। ଏହାର ହୁକ୍ ଷ୍ଟେପ୍ ଖୁବ ସରଳ ଏବଂ ବହୁତ ଭଲ ମଧ୍ୟ।”

Advertisment

ଅନୁପ ଭଣ୍ଡାରୀଙ୍କ ନିର୍ଦ୍ଦେଶିତ ‘ବିକ୍ରାନ୍ତ ରୋନା’ରେ କିଚ୍ଚା ସୁଦୀପ ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ବ୍ୟତୀତ ରବି ଶଙ୍କର ଗୌଡା, ମଧୁସୂଦନ ରାଓ, ନିରୁପ ଭଣ୍ଡାରୀ ଏବଂ ଭାସୁକି ବୈଭବ ମୁଖ୍ୟ ଭୂମିକାରେ ଅଛନ୍ତି। ଅନ୍ୟପକ୍ଷରେ ଏହି ଗୀତଟି ବିଭିନ୍ନ ତାରିଖରେ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରୁଛି। ଏହି ଗୀତଟି ୨୩ ତାରିଖରେ କନ୍ନଡରେ ରିଲିଜ୍ ହୋଇଥିବା ବେଳେ ଆଜି ହିନ୍ଦୀରେ ମୁକ୍ତିଲାଭ କରିଛି। ସେହିପରି ଗୀତଟି ୨୫ ରେ ତେଲୁଗୁ, ୨୬ ରେ ତାମିଲ ଏବଂ ୨୭ରେ ମଲୟାଲମରେ ମୁକ୍ତିଲାଭ କରିବ।

Advertisment
Bollywood Jacqueline Fernande
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ