Advertisment

୮ ବର୍ଷରେ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ଖୁସ୍‌ବୁ ସୁନ୍ଦର

ଅଭିନେତ୍ରୀ / ରାଜନେତା ଖୁସ୍‌ବୁ ସୁନ୍ଦରଙ୍କ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା। ମାତ୍ର ୮ ବର୍ଷ ବୟସରେ ହୋଇଥିଲେ ଯୌନ ଶୋଷଣର ଶିକାର। ପିଲାଦିନେ ତାଙ୍କ ବାପାଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ।

ଅଦ୍ୟତନ ହୋଇଛି
Khushboo Sundar Sexually Abused By Her Father

Khushboo sundar reveals when she was 8 years sexually abused by her father

Advertisment

ଯୌନ ଶୋଷଣ କିମ୍ବା ନିର୍ଯାତନା ଏପରି ଏକ ଶବ୍ଦ, ଯାହାର ନା ଶୁଣି ଯେ କେହି ବି ରାଗିପାରେ। କିନ୍ତୁ ଯଦି ଏହା କାହା ସହିତ ଘଟେ, ତେବେ ଭାବନ୍ତୁ ତ ଏହା ତାଙ୍କ ମାନସିକତାରେ କେତେ ପ୍ରଭାବ ପକଉଥିବ।

Advertisment

ଏହି କ୍ଷେତ୍ରରେ ଅଜଣା ବ୍ୟକ୍ତି ଦ୍ୱାରା ଯୌନ ଶୋଷଣ ହେବା ଠାରୁ ନିକଟବର୍ତ୍ତୀ ବ୍ୟକ୍ତିଙ୍କ ଦ୍ୱାରା ହେବାର ଯନ୍ତ୍ରଣା ଆହୁରି ବଢିଯାଏ। ନିକଟରେ ଅଭିନେତ୍ରୀ / ରାଜନେତା ଖୁସ୍‌ବୁ ସୁନ୍ଦର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଯେ ସେ ପିଲାଦିନେ ତାଙ୍କ ବାପାଙ୍କ ଦ୍ୱାରା ଯୌନ ନିର୍ଯାତିତ ହୋଇଥିଲେ।

ଅଭିନେତ୍ରୀରୁ ରାଜନେତା ହୋଇଥିବା ଖୁସ୍‌ବୁ ସୁନ୍ଦର ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି। ଖୁସ୍‌ବୁ ନିକଟରେ ଜାତୀୟ ମହିଳା ଆୟୋଗର ସଦସ୍ୟ ହୋଇଥିଲେ। ଏହା ପରେ ଏକ ସାକ୍ଷାତକାର ବେଳେ ସେ ପ୍ରକାଶ କରିଥିଲେ ଯେ ଯେତେବେଳେ ତାଙ୍କୁ ଆଠ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପା ତାଙ୍କୁ ଯୌନ ଶୋଷଣ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: କଙ୍ଗନାଙ୍କ ବିସ୍ଫୋରକ ବୟାନ; କହିଲେ- ‘ପିଲା ଦିନେ ଯୌନ ଶୋଷଣର ଶିକାର ହୋଇଥିଲି’

Advertisment

ଅଭିନେତ୍ରୀଙ୍କ ଏହି ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ତାଙ୍କୁ ଲାଗେ ଯେତେବେଳେ ଏକ ପିଲା ସହ ଦୁର୍ବ୍ୟବହାର କରାଯାଏ, ଏହା ପିଲାକୁ ସାରା ଜୀବନ ପାଇଁ ଡରେଇଦିଏ।

ଖୁସ୍‌ବୁ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ଯିଏ କେବଳ ଏହା ହିଁ ଭାବୁଥିଲା ଯେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ମାଡ ମାରିବା ଏବଂ ଏକମାତ୍ର ଝିଅକୁ ଯୌନ ନିର୍ଯାତନା ଦେବା ତାଙ୍କର ଜନ୍ମଗତ ଅଧିକାର। ଅଭିନେତ୍ରୀ / ରାଜନେତା ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ ମୋତେ ମାତ୍ର ୮ ବର୍ଷ ହୋଇଥିଲା ସେତେବେଳେ ମୋତେ ଦୁର୍ବ୍ୟବହାର କରାଯାଇଥିଲା। ସେହିପରି ଯେତେବେଳେ ମତେ ମାତ୍ର ୧୫ ବର୍ଷ ହୋଇଥିଲା ମୋ ବାପାଙ୍କ ବିରୁଦ୍ଧରେ କହିବାକୁ ମୋର ସାହସ ନଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, “ମୋ ମା’ ମଧ୍ୟ ସେହି ପରିସ୍ଥିତି ଦେଖିଛନ୍ତି ଯେତେବେଳେ ସେ ଯାହା ହେଉନା କାହିଁକି 'ମୋ ସ୍ୱାମୀ ମୋର ଭଗବାନ' ବୋଲି ଚିନ୍ତା କରୁଥିଲେ। କିନ୍ତୁ ୧୫ ବର୍ଷ ବୟସରେ ଅଭିନେତ୍ରୀ ଚିନ୍ତା କରିଥିଲେ ଯେ ସେ ଏହାକୁ ବିରୋଧ କରିବେ।

ପିଲାଦିନର ଖରାପ ଦିନଗୁଡ଼ିକୁ ମନେପକାଇ ଖୁସ୍‌ବୁ ସୁନ୍ଦର ଆହୁରି କହିଛନ୍ତି, “ଯେତେବେଳେ ମୋତେ ୧୬ ବର୍ଷ ହୋଇଥିଲା, ମୋ ବାପା ମୋତେ ଛାଡି ଚାଲିଗଲେ। ସେତେବେଳେ ମତେ ଜଣା ନଥିଲା ଖାଇବା କେଉଁଠୁ ଆସିବ। କିନ୍ତୁ ସମସ୍ତ ଅସୁବିଧାକୁ ବହୁତ ସାହସର ସହିତ ସମ୍ମୁଖୀନ କରିଥିଲି।”

ପ୍ରକାଶଥାଉ ଯେ ଖୁସ୍‌ବୁ ସୁନ୍ଦର ‘ଦି ବର୍ନିଂ ଟ୍ରେନ୍’ ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏବଂ ୨୦୧୦ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ।

Sexual Abuse Sexual Harassment Sexual Exploitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ