Advertisment

ଖଣ୍ଡଗିରିରେ ଦୁଲୁକିବ ଯାତ୍ରାମଞ୍ଚ: ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ।

khandagiri mela starts from january 28

khandagiri mela starts from january 28

Advertisment

ଶୁଭିବ ଦମଦାର ସଂଳାପ, ଦୁଲୁକିବ ଯାତ୍ରାମଞ୍ଚ। ରଙ୍ଗୀନ ଆଲୋକ ସାଙ୍ଗକୁ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି ପାଦଦେଶ। ୨ ବର୍ଷ ପରେ ପୁଣି ଥରେ ଜମିବ ଖଣ୍ଡଗିରି ମେଳା। ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ସାଧୁସନ୍ଥଙ୍କ ଭିଡ ଜମିବ। ହୋମ ଯଜ୍ଞ ଭିତରେ ଶୁଭିବ ସାଧୁସନ୍ଥଙ୍କ ଦିବ୍ୟ ଆଳତି। ତା ସାଙ୍ଗକୁ ଖଣ୍ଡଗିରି ପାଦ ଦେଶରେ ଦୁଲୁକିବ ଯାତ୍ରା ମଂଚ। କିଣାବିକା ଓ ବୁଲାବୁଲିର ମଜା ଉଠାଇବେ ଦର୍ଶକ। ଆସନ୍ତା ୨୮ରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା।

Advertisment

ମାଘ ମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି। ଦୁଇ ବର୍ଷ ପରେ ପୁଣି ଜମିବ ଯାତ୍ରା। ଐତିହାସିକ ପାହାଡ ପାଦ ଦେଶରେ ଦୁଲୁକିବ ମଂଚ। ଜାନୁୁଆରୀ ୨୮ରୁ ଫେବ୍ରୁଆରୀ ୧୦ଯାଏଁ ଚାଲିବ ଖଣ୍ଡଗିରି ମେଳା। ଏଥର ଶୃଙ୍ଖଳିତ ଯାତ୍ରା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି। ଯାତ୍ରା ପାର୍ଟି କାହାର ଭାବନାକୁ ଆଘାତ ଦେଲା ଭଳି ନାଟକ ନାମକରଣ କରିବେନି। ଅପେରାରେ ରହିବନି ଅଶ୍ଲୀଳତା। ଯାତ୍ରା ପ୍ରଚାରରେ ଉଚ୍ଚ ଶବ୍ଦ ହେବନାହିଁ। ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ। 

ଯାତ୍ରା କମିଟି ବିଏମସି, କମିଶନରେଟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଠାରୁ ଅନୁମତି ଆଣିବେ। ୩୦ତାରିଖରୁ ୧୦ ପର୍ଯ୍ୟନ୍ତ ଯାତ୍ରାପାର୍ଟିକୁ ମିଳିଛି ଅନୁମତି। ସେପଟେ ଭିଡକୁ ଦୃଷ୍ଟିରେ ରଖି ପାର୍କିଂ ପାଇଁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି। ବାହାରେ ପାର୍କିଂ କଲେ ଗାଡି ଉଠାଇ ନିଆଯିବ ବୋଲି ବିଏମସି କହିଛି।

Advertisment

ପାହାଡ ତଳେ ଯାତ୍ରା ଆଉ ଉପରେ ହେବ ହୋମ ଯଜ୍ଞ। ୭ ଦିନ ଧରି ମା ବାରଭୁଜାଙ୍କ ପୀଠରେ ଚାଲିବ ପୂଜାର୍ଚ୍ଚନା। ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ ଆସିବେ। ମାଘ ସପ୍ତମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗିବ ଧ୍ୱନୀ। ଏଥିସହ ଚଳିତ ବର୍ଷ ମେଳାରେ ଅଢେଇ ଶହରୁ ଅଧିକ ଷ୍ଟଲ ପଡିବ। ମେଳାରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ କରିଛି ବିଏମସି। ୨ ବର୍ଷ ପରେ ଯାତ୍ରା ଆୟୋଜନ ହେଉଥିବାରୁ ଯାତ୍ରା କମିଟି ଓ ରାଜଧାନୀବାସୀ ଖୁସି ବ୍ୟକ୍ତ କରିଛନ୍ତି। ଯାତ୍ରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା ପାଇଁ ଦାବି କରିଛନ୍ତି ଯାତ୍ରାପ୍ରେମୀ।

ତେବେ ଏତେ ସବୁ କଟକଣାକୁ ଯାତ୍ରା କମିଟି ଓ ବ୍ୟବସାୟୀ କେତେଦୂର ଅନୁପାଳନ କରୁଛନ୍ତି ଏବଂ ବିଏମସି କିଭଳିି ମେଳାକୁ ଶୃଙ୍ଖଳିତ ଆୟୋଜନ କରୁଛି, ତା ଉପରେ ନଜର।

Advertisment

(ରିପୋର୍ଟ: ଅତୁଲ୍ୟ ବାଉତ)

Khandagiri Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ