Advertisment

ପ୍ରଶଂସକ ଖୋଲିଦେଲେ ‘KGF’ର ବଡ ରାଜ୍; ଜାଣନ୍ତୁ କ’ଣ କହୁଛି ଭିଡିଓ

୨୦୧୮ରେ ଯେତେବେଳେ 'କେଜିଏଫ୍'ର ପ୍ରଥମ ଭାଗ ଆସିଥିଲା ଏହାକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ସେବେଠାରୁ 'କେଜିଏଫ୍ ୨'କୁ ସେମାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା। 'କେଜିଏଫ୍ ୨' ରିଲିଜ୍ ହେବା ପରେ ଏହାର ଆଉ ଏକ ବଡ ରାଜ୍ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
KGF chapter-2 hints for another sequel of movie KGF chapter-3

KGF chapter-2 hints for another sequel of movie KGF chapter-3

Advertisment

ଦର୍ଶକଙ୍କ ଦୀର୍ଘ ସମୟର ଅପେକ୍ଷାର ଅନ୍ତ ଘଟିଛି। ଆଜି ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି ‘କେଜିଏଫ୍ ଚାପ୍ଟର ୨’। ଏହାକୁ ଜବରଦସ୍ତ ରେସପନ୍ସ ମଧ୍ୟ ମିଳୁଛି। ଏଥିସହିତ, ୟଶ୍‌ ଷ୍ଟାରର ‘କେଜିଏଫ୍ ଚାପ୍ଟର ୨’ପରେ, ‘କେଜିଏଫ୍ ଚାପ୍ଟର ୩’ ଆସିବାର ସୂଚନା ମଧ୍ୟ ଆସିଛି। ବାସ୍ତବରେ, ପ୍ରଥମ ଚାପ୍ଟର ଦେଖିବା ପରେ ପ୍ରଶଂସକମାନେ ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ, ଯାହା ସ୍ପଷ୍ଟ କରୁଛି ଯେ ନିର୍ମାତା ବର୍ତ୍ତମାନ ‘କେଜିଏଫ୍ ଚାପ୍ଟର ୩’ ପାଇଁକାମ କରୁଛନ୍ତି। ସେବେଠାରୁ, ‘କେଜିଏଫ୍ ଚାପ୍ଟର ୩’ ଟ୍ୱିଟର୍‌ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

Advertisment

ଅନେକ ଟ୍ୱିଟର ବ୍ୟବହାରକାରୀ ‘କେଜିଏଫ୍ ଚାପ୍ଟର ୨’ର ଶେଷ ଦୃଶ୍ୟର ଭିଡିଓ ପ୍ରସ୍ତୁତ କରି ଏହାକୁ ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହି ଦୃଶ୍ୟରେ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ଦେଖିବାକୁ ମିଳୁଛି, ଯେଉଁଥିରେ ସେ ଏକ ଫାଇଲ୍‌ ଖୋଲୁଥିବାର ଦେଖାଯାଉଛି ଯେଉଁଥିରେ ସିଆଇଏ ଲେଖା ଅଛି। ଏହି ଫାଇଲ୍‌କୁ ହଟେଇବା ମାତ୍ରେ ଦେଖାଯାଉଛି ଯେ ଏହାର ତଳେ ଆଉ ଏକ ଫାଇଲ୍ ଅଛି ଯାହା ଉପରେ ‘କେଜିଏଫ୍ ଚାପ୍ଟର ୩’ର ଲେଖାଯାଇଛି।

'କେଜିଏଫ୍‌'ର ପ୍ରଥମ ଭାଗ ୨୦୧୮ ରେ ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କ ଦ୍ୱାରା ବହୁତ ପ୍ରଶଂସା ପାଇଥିଲା। ସେହିଭଳି ବର୍ତ୍ତମାନ ମଧ୍ୟ 'କେଜିଏଫ୍ ୨' ମଧ୍ୟ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। 'କେଜିଏଫ୍ ୩' କୁ ନେଇ ଜଣେ ଟ୍ୱିଟର୍‌ ବ୍ୟବହାରକାରୀ ଲେଖିଛନ୍ତି ଯେ ଶେଷର କ୍ରେଡିଟ୍ ଦୃଶ୍ୟକୁ ହାତଛଡ଼ା କରନ୍ତୁ ନାହିଁ। ସେହିପରି ଆଉ ଜଣେ ଲେଖିଛନ୍ତି ଯେ ବର୍ତ୍ତମାନ 'କେଜିଏଫ୍ ୩'କୁ ଅପେକ୍ଷା। ଆଉ ଜଣେ ଲେଖିଥିଲେ ଯେ “ଶେର୍ ହୈ ଶମ୍‌ଶେର୍ ହୈ... ସୁଲତାନ୍ ହୈ”। 'କେଜିଏଫ୍ ୨' ରିଲିଜ୍ ପରେ, ଏହା ଜଣାପଡି ଯାଉଛି ଯେ କାହାଣୀ ଚାପ୍ଟର ୩ ପର୍ଯ୍ୟନ୍ତ ଯିବ।

Advertisment

ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ରକୀ ଭାଇଙ୍କ ଡେଟ୍ କରିବା ନେଇ 'କେଜିଏଫ୍ ୨' ଦୁନିଆରେ ପ୍ରବେଶ କରିଛି। ଏହା 'କେଜିଏଫ୍ ୨' ରୁ 'କେଜିଏଫ୍ ୩' ପର୍ଯ୍ୟନ୍ତ ଏକ ସୁବର୍ଣ୍ଣ ଇତିହାସ ହେବାକୁ ଯାଉଛି।

Advertisment

ପ୍ରକାଶଥାଉ ଯେ 'କେଜିଏଫ୍ ୩'ରେ ଆମେରିକା-ଇଣ୍ଡୋନେସିଆ ସମେତ ୧୬ ଟି ଦେଶରେ ଅପରାଧର କାହାଣୀ ଦେଖାଯିବ। ବର୍ତ୍ତମାନ 'କେଜିଏଫ୍ ୨' ଦେଖିବା ପରେ ପ୍ରଶଂସକମାନେ 'କେଜିଏଫ୍ ୩'କୁ ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ୟଶ, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ୍, ଶ୍ରୀନିବା ଶେଟ୍ଟୀ ନଜର ଆସିଛନ୍ତି।

କେଜିଏଫ୍ ନିର୍ମାତା ବିଜୟ କିର୍ଗାନ୍ଦୁର ମଧ୍ୟ ଏକ ସାକ୍ଷାତକାରରେ ଏହାକୁ ନେଇ ଇଶାରା କରିଛନ୍ତି। ଫିଲ୍ମ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ “ଆମେ ଆଉ କିଛି ଅଂଶ ପ୍ରସ୍ତୁତ କରିବାକୁ ଯୋଜନା କରୁଛୁ। ମୁଁ ଭାବୁଛି ଏହା ବଡ ଏବଂ ଉନ୍ନତ ହେବ।”

KGF Chapter 2 Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ