Advertisment

ସବୁ ରେକର୍ଡକୁ ଧୂଳିସାତ କଲା କେଜିଏଫ୍‌ ୨; ପ୍ରଥମ ଦିନରେ ହିଁ ୧୦୦ କୋଟି ପାର

କେଜିଏଫ-୨କୁ ନେଇ ସାରା ଦେଶରେ କ୍ରେଜ୍। ଆଉ ଏହାର ପ୍ରଭାବ ଫିଲ୍ମର ବିଜନେସ୍ ଉପରେ ପଡ଼ିଛି। ଗୋଟିଏ ଦିନରେ କେଜିଏଫ୍ ଯାହା ବ୍ୟବସାୟ କରିଛି ତାହା ସବୁ ରେକର୍ଡ ଭାଙ୍ଗିଛି।

ଅଦ୍ୟତନ ହୋଇଛି
KGF 2

KGF 2

Advertisment

(ପ୍ରସନଜିତ ରାଏ) କେଜିଏଫ-୨କୁ ନେଇ ସାରା ଦେଶରେ କ୍ରେଜ୍। ଆଉ ଏହାର ପ୍ରଭାବ ଫିଲ୍ମର ବିଜନେସ୍ ଉପରେ ପଡ଼ିଛି। ଗୋଟିଏ ଦିନରେ କେଜିଏଫ୍ ଯାହା ବ୍ୟବସାୟ କରିଛି ତାହା ସବୁ ରେକର୍ଡ ଭାଙ୍ଗିଛି। ମାତ୍ର ଗୋଟିଏ ଦିନରେ ସିନେମା ୧୦୦ କୋଟି ପାର କରିଛି। ହିନ୍ଦୀ, କନଡ, ତେଲୁଗୁ, ତାମିଲ ଏବଂ ମାଲାୟଲମ୍ ଭାଷାରେ କେଜିଏଫ୍-୨ ଫିଲ୍ମ୍ ୧୩୪ କୋଟି ୫୦ ଲକ୍ଷ ଆୟ କରିଛି। ଯାହା ଭାରତୀୟ ସିନେମାର ଆୟରେ ଏକ ନୂଆ ରେକର୍ଡ।

Advertisment

ଏହାପୂର୍ବରୁ RRR ହିଁ ଏତେ ପରିମାଣର ଵିଜନେସ୍ ପ୍ରଥମ ଦିନରେ କରିଥିଲା। ସେହିପରି କେଜିଏଫ୍ ବାହୁବଳୀର ରେକର୍ଡ ବି ଭାଙ୍ଗିଛି। କେବଳ ହିନ୍ଦୀରେ ୫୩ କୋଟିରୁ ଅଧିକ ଆୟ କରିଛି କେଜିଏଫ୍-୨। ଏହି ସଂଖ୍ୟା ଆଗାମୀ ରବିବାର ଯାଏଁ ଆହୁରି ବଢିବ ବୋଲି ଆକଳନ କରାଯାଉଛି। ବଡ଼ ବଡ଼ ସିନେମାର ରେକର୍ଡ ସହ ଆଗାମୀ କିଛି ଦିନରେ ଏହା ଆହୁରି ୧୫୦୦ ସ୍କ୍ରିନରେ ରିଲିଜ୍ କରାଯିବ।

ସେହିପରି ଏହି ଆୟରେ ଯଦି ବିଦେଶର ବିଜନେସ୍ ମିଶେ ତାହେଲେ ସପ୍ତାହ ଶେଷ ବେଳକୁ ଏହା ୪୦୦ କୋଟି ମାର୍କକୁ ବହୁ ସହଜରେ ପାର କରିନେବ। କେଜିଏଫ୍-୨ କେବଳ ଏକ ଫିଲ୍ମ ନୁହେଁ ଏହା ଲୋକଙ୍କ ପାଇଁ ଉତ୍ସବ ଆଉ ଇମୋସନରେ ପରିଣତ ହୋଇଛି। କର୍ଣ୍ଣାଟକରେ ଲୋକେ ରାତି ୧ଟାରୁ ଫିଲ୍ମ ଦେଖୁଛନ୍ତି।

Advertisment

ସେହିପରି ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଭୋରରୁ ଶୋ' ଚାଲିଛି। ଓଡ଼ିଶାରେ ବି କେଜିଏଫକୁ ନେଇ ଦିୱାନା ଫ୍ୟାନ। ଭୁବନେଶ୍ୱରରେ ରାତି ୩ଟାରୁ ସିନେମା ହଲରେ ଆରମ୍ଭ ହେଉଛି କେଜିଏଫର ଶୋ' ଆଉ ତାହା ବି ହାଉସଫୁଲ୍। କେଜିଏଫ୍-୧ ଭାରତୀୟ ସିନେମାର ଦିଶା ବଦଳାଇଥିଲା। ଏବେ ଚାପ୍ଟର-୨ ହିନ୍ଦୀ ସମେତ ଅନ୍ୟ ଭାଷାଭାଷୀ ସିନେମା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Box Office Collection KGF-2 Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ