KGF 2 expected to beat pushpa and RRR box office collection
'କେଜିଏଫ୍ ଚାପ୍ଟର ୨' ସହିତ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ରକୀ ଭାଇ। ପ୍ରେକ୍ଷାଳୟରେ ରିଲିଜ୍ ହେବା ପରେ ପରେ ବି ଫିଲ୍ମର ଦବଦବା ବନ୍ଦ ହେବାର ନାଁ ଧରୁନି। ଏନେଇ ଫିଲ୍ମ ପୁଣି ଥରେ ବକ୍ସ ଅଫିସ୍ରେ ଭଲ ରୋଜଗାର କରୁଛି। ସାଉଥ୍ ବେଲ୍ଟ ସହିତ ୟଶ୍ ଷ୍ଟାରର୍ 'କେଜିଏଫ୍ ୨' ମଧ୍ୟ ଉତ୍ତର ବେଲ୍ଟରେ ଚମତ୍କାର କରିବା ପଛରେ ପଡିନି। ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କୁ ଧ୍ୟାନରେ ରଖି ଏଥର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ବଲିଉଡର ସୁପର୍ଷ୍ଟାର୍ ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନଙ୍କୁ ଫିଲ୍ମର ଷ୍ଟାର୍ କାଷ୍ଟ୍ରେ ସାମିଲ୍ କରିଛନ୍ତି ଯାହା ଏହି ଫିଲ୍ମ ପାଇଁ ବହୁର ଲାଭ ହୋଇଛି।
ରିଲିଜ୍ ପୂର୍ବରୁ ମଧ୍ୟ 'କେଜିଏଫ୍ ୨' ଆଗୁଆ ବୁକିଂରେ ବଡ ବଡ ତାରକାଙ୍କ ଫିଲ୍ମକୁ ପଛରେ ପକେଇ ଦେଇଛି। ଏହା ପରେ, ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍ ଜବରଦସ୍ତ ବ୍ୟବସାୟ କରିଛି। 'କେଜିଏଫ୍ ୨'ର ଏପରି କ୍ରେଜ୍ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ରୋଜଗାର ଦୃଷ୍ଟିରୁ ବକ୍ସ ଅଫିସରେ ପୁଷ୍ପା, ଆର୍ଆର୍ଆର୍ ଭଳି ବଡ ବଜେଟ୍ ଫିଲ୍ମକୁ ବି ପଛରେ ପକେଇଦେବ। ତେବେ ଆସନ୍ତୁ ଜାଣିବା ଏପର୍ଯ୍ୟନ୍ତ ଏହି ଫିଲ୍ମ କେତେ କେତେ ରେକର୍ଡ କାଟି ସାରିଛି।
ବହୁ ଭାଷାରେ ଭାରତରେ ମୁକ୍ତିଲାଭ କରିଥିବା 'କେଜିଏଫ୍ ୨', କରୋନା ଅବଧି ପରେ ସର୍ବାଧିକ ସଂଖ୍ୟକ ପରଦାରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର ହୋଇପାରିଛି। ଖବର ଅନୁଯାୟୀ, ଏହି ଫିଲ୍ମ ଏକକାଳୀନ ୪୪୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ଆଡଭାନ୍ସ ବୁକିଂ କ୍ଷେତ୍ରରେ ୟଶ୍ ଷ୍ଟାରର୍ ଏହି ଫିଲ୍ମ 'ବାହୁବଲୀ ୨', 'ଆଭେଞ୍ଜର୍ସ ଏଣ୍ଡ୍ଗେମ୍'କୁ ପଛରେ ପକେଇ ଦେଇଛି।
'କେଜିଏଫ୍ ୨' ରିଲିଜ୍ ହେବା ପୂର୍ବରୁ ମଧ୍ୟ ଏହାର ବକ୍ସ ଅଫିସ୍ ସଂଗ୍ରହକୁ ଅନେକ ଆଶା ରଖାଯାଇଥିଲା। ଅନୁମାନ କରାଯାଉଥିଲା ଯେ ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରଥମ ଦିନରେ ୫୦ କୋଟି ଟଙ୍କା ରୋଜଗାର କରିବ। ତେବେ ପ୍ରଥମ ଦିନରେ ଏହା ୬୫ କୋଟି ରୋଜଗାର କରି ଏହି ଆଶା ପୂରଣ କରିଛି। ଫଳରେ ବାହୁବଳୀ ୨ (୪୧ କୋଟି), ୱାର୍ (୫୩.୩୫ କୋଟି) ଏବଂ ଠଗ୍ସ ଅଫ୍ ହିନ୍ଦୁସ୍ତାନ (୫୨.୨୫ କୋଟି) ର ପ୍ରଥମ ଦିନର ସଂଗ୍ରହର ରେକର୍ଡ ଭାଙ୍ଗିଛି।
'କେଜିଏଫ୍ ୨'ର କ୍ରେଜ୍ ଏତେ ଯେ ଏହାର ଟିଜର ଏବଂ ଟ୍ରେଲର ମଧ୍ୟ ରେକର୍ଡ କରିଛି। ଏହା ହେଉଛି ପ୍ରଥମ ଭାରତୀୟ ଫିଲ୍ମ, ଯାହାର ଟିଜର ୨୫୦ ମିଲିୟନ୍ ଭ୍ୟୁ ପାଇଛି। ଏଥି ସହିତ, ଏହାର ଟ୍ରେଲର ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦେଖାଯାଇଥିବା ଭାରତୀୟ ଟ୍ରେଲର ମଧ୍ୟ ହୋଇଯାଇଛି। ଟ୍ରେଲରକୁ ସମସ୍ତ ପାଞ୍ଚଟି ଭାଷାରେ ୧୦୯ ମିଲିୟନ୍ ଭ୍ୟୁ ମିଳିଥିଲା।
ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ 'କେଜିଏଫ୍ ୨' ଗ୍ରୀସ୍ରେ ମୁକ୍ତିଲାଭ କରିଥିବା ପ୍ରଥମ କନ୍ନଡ ଫିଲ୍ମ ହୋଇପାରିଛି। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୧୦,୦୦୦ ପରଦାରେ ମୁକ୍ତିଲାଭ କରିଛି ଏବଂ ଏହା ସହିତ ଏହା ହେଉଛି ପ୍ରଥମ କନ୍ନଡ ଫିଲ୍ମ ଯାହା IMAX ଫର୍ମାଟ୍ରେ ମୁକ୍ତିଲାଭ କରିଛି।
ୟଶ୍ ଷ୍ଟାରର୍ ଏହି ଫିଲ୍ମ ଯେଉଁଭଳି ଭାବେ ରେକର୍ଡ ତିଆରି କରୁଛି ଆଶା କରାଯାଉଛି ଯେ ଏହା ଖୁବ ଶୀଘ୍ର 'କେଜିଏଫ୍ ୨', ‘RRR’ ଓ ‘ପୁଷ୍ପା’ର ବକ୍ସ ଅଫିସ ସଂଗ୍ରହକୁ କାଟି ଦେବ। ଏହି ଫିଲ୍ମ କନ୍ନଡ, ତାମିଲ, ତେଲୁଗୁ, ହିନ୍ଦୀ ଏବଂ ମଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650195926.jpg)