Advertisment

ରୂପେଲି ପରଦାରେ ପ୍ରଦର୍ଶିତ ହେବ କେରଳର କଳା କାହାଣୀ ?

ରିଲିଜ ହେବା ଆଗରୁ ଭୀଷଣ ବିବାଦରେ ଛନ୍ଦି ହୋଇଯାଇଛି 'ଦି କେରଳ ଷ୍ଟୋରି' । କେରଳର ଶାସକ ଦଳ LDF ଓ ବିରୋଧୀ ଦଳ UDF ଏହି ଫିଲ୍ମକୁ ବ୍ୟାନ୍ କରାଯାଉ ଏବଂ ରିଲିଜ ହେବାକୁ ଦିଆନଯାଉ ବୋଲି ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
 ‘The Kerala Story’

‘The Kerala Story’

Advertisment

ଆତଙ୍କୀ ସଂଗଠନରେ ସାମିଲ ହୋଇଛନ୍ତି କେରଳର ୩୨ହଜାର ଝିଅ ! ରୂପେଲି ପରଦାରେ ପ୍ରଦର୍ଶିତ ହେବ କେରଳର କଳା କାହାଣୀ ! ଲଭ୍ ଜିହାଦ୍ ଓ ISISର ସେକ୍ସସ୍ଲେଭ୍ ଭଳି ବିବାଦୀୟ ଓ ସଂଗୀନ ପ୍ରସଙ୍ଗ ଏଥିରେ ପ୍ରଦର୍ଶିତ ହେବ। ଧୋକା, ଧର୍ମାନ୍ତରୀକରଣ ଏବଂ ତା ପରେ ଝିଅଙ୍କୁ ଆତଙ୍କୀ ସଂଗଠନ ISISକୁ ବିକ୍ରି କରିଦେବା ଭଳି ଉଦବେଗଜନକ ପ୍ରସଙ୍ଗ ସ୍ଥାନ ପାଇଛି ଫିଲ୍ମ 'ଦି କେରଳ ଷ୍ଟୋରି'ରେ। କେମିତି ଶାଲିନୀ ନାମକ ଜଣେ ଯୁବତୀଙ୍କୁ ବ୍ରେନୱାଶ୍ କରି ଫାତିମାରେ ପରିଣତ କରାଯାଉଛି, ସେ କିପରି ତଥାକଥିତ ଲଭ୍ ଜିହାଦର ଶିକାର ହେଉଛନ୍ତି, ପରେ ସିରିଆର ଆତଙ୍କୀ ସଂଗଠନ ISISରେ ସାମିଲ ହେଉଛନ୍ତି, ଏବଂ ଶେଷରେ ସେଠାରୁ ଖସିଆସି ଆଫଗାନିସ୍ତାନ ଜେଲରେ ପହଞ୍ଚୁଛନ୍ତି, ତାହା ଦେଖିବାକୁ ମିଳିଛି ଫିଲ୍ମର ଟ୍ରେଲରରେ।

Advertisment

ଅଦା ଶର୍ମା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ, ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ୍। ତେବେ ଆସନ୍ତା ୫ ତାରିଖରେ ରିଲିଜ ହେବା ଆଗରୁ ଭୀଷଣ ବିବାଦରେ ଛନ୍ଦି ହୋଇଯାଇଛି 'ଦି କେରଳ ଷ୍ଟୋରି' । କେରଳର ଶାସକ ଦଳ LDF ଓ ବିରୋଧୀ ଦଳ UDF ଏହି ଫିଲ୍ମକୁ ବ୍ୟାନ୍ କରାଯାଉ ଏବଂ ରିଲିଜ ହେବାକୁ ଦିଆନଯାଉ ବୋଲି ଦାବି କରିଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ଫିଲ୍ମକୁ ବିରୋଧ କରିବା ସହିତ, ଏହାକୁ ଜାଣିଶୁଣି କେରଳରେ ସାଂପ୍ରଦାୟିତ ସଦଭାବନା ଭାଙ୍ଗି ଘୃଣା ବିସ୍ତାର କରିବା ପାଇଁ ନିର୍ମାଣ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହାକୁ ସେ ସଂଘ ପରିବାରର ପ୍ରୋପାଗାଣ୍ଡା ବୋଲି କହିଛନ୍ତି। କେରଳର ବିରୋଧୀ ଦଳ ନେତା ଭି.ଡି.  ସତୀଶନ୍ ମଧ୍ୟ ଏହାକୁ ପ୍ରୋପାଗାଣ୍ଡା ବୋଲି କହିବା ସହିତ ସମାଜକୁ ଭାଗଭାଗ କରିବା ପାଇଁ ତିଆରି ହୋଇଛି ବୋଲି ଅଭିଯୋଗ କରିଛନ୍ତି। 

Advertisment

ତେଣେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଟୁଇଟକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ତୁମ କେରଳ ଷ୍ଟୋରି ହୋଇଥାଇପାରେ କିନ୍ତୁ ଆମର କେରଳ ଷ୍ଟୋରି ନୁହେଁ ବୋଲି ସେ ପ୍ରଥମେ ଟୁଇଟ୍ କରିଥିବା  ବେଳେ, ଆଉ ଏକ ଟୁଇଟରେ ଲେଖିଛନ୍ତି ଯେ, ମୁଁ ଏହି ଫିଲ୍ମର ବ୍ୟାନ୍ ପାଇଁ ଦାବି 
କରୁନାହିଁ । ତେବେ ଏହାକୁ ବିରୋଧ କରିବାର ସମସ୍ତ ଅଧିକାର କେରଳବାସୀଙ୍କର ଅଛି । ଏହି ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀକୁ ଟାର୍ଗେଟ୍ କରିଛି।

ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ବା JNUରେ ଏହି ଫିଲ୍ମ ବିରୋଧରେ ବିକ୍ଷୋଭ ଡାକରା ଦେଇଛି SFI। ତେଣେ ଏହି ଫିଲ୍ମରେ ନିର୍ମାତା ଯେଉଁ ୩୨ହଜାର ଝିଅଙ୍କ ଧର୍ମାନ୍ତରୀକରଣ ଓ ISISରେ ଯୋଗ ଦେବା କଥା ଦାବି କରିଛନ୍ତି, ତାହା ଯଦି ସତ ପ୍ରମାଣିତ ହୁଏ, ତେବେ ନିର୍ମାତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେବାକୁ ପ୍ରସ୍ତୁତ ଅଛୁ ବୋଲି କହିଛି ମୁସଲିମ୍ ୟୁଥ୍ ଲିଗ୍। ଅନ୍ୟ ୨ ଜଣ ଲୋକ ମଧ୍ୟ ନିର୍ମାତାଙ୍କୁ ଏହି ଚାଲେଞ୍ଜ ଦେବା ସହିତ ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି।

Advertisment

ଏବେ ନଜର ପକାନ୍ତୁ କଣ କହୁଛି ଏଭଳି ପ୍ରସଙ୍ଗରେ ପ୍ରକାଶିତ କିଛି ପୁରୁଣା ନ୍ୟୁଜ ରିପୋର୍ଟ। ସୂଚନା ଅନୁସାରେ, ଜୁଲାଇ ୨୦୧୮ରେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଗୋଟିଏ ମାମଲା ରୁଜୁ କରିଥିଲା । ଯେଉଁଥିରେ ୨ ଜଣ ଲୋକ ମହିଳାଙ୍କ ଧର୍ମାନ୍ତରୀକରଣ କରି ସିରିଆରେ ଯୌନଦାସୀ ଭାବେ ବିକିଦେବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଥିଲା । ବେଙ୍ଗଳୁରୁର ଏକ ମଦ୍ରାସାରେ ଟ୍ରେନିଂ ନେବା ପାଇଁ 
ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ମଧ୍ୟ ଅଭିଯୋଗକାରିଣୀ ଆରୋପ ଲଗାଇଥିଲେ । 

ସେହିବର୍ଷ କେରଳ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା ଯେ, ଜଣେ ଯୁବତୀଙ୍କର ଜୋର ଜବରଦସ୍ତ ଧର୍ମାନ୍ତରୀକରଣ ପରେ ବିବାହ ହୋଇଥିଲା ଏବଂ ତାଙ୍କୁ ତାଙ୍କ ସ୍ବାମୀ ଆତଙ୍କୀ ସଂଗଠନ ISISକୁ ବିକିଦେବା ପାଇଁ ଚେଷ୍ଟା କରିଥିଲା । ୨୦୧୭ରେ ଏର୍ଣ୍ଣାକୁଲମର ଜଣେ ୨୩ ବର୍ଷୀୟା ଯୁବତୀ ବାନ୍ଧବୀମାନଙ୍କ ଦ୍ବାରା ପ୍ରରୋଚିତ ହୋଇ ଧର୍ମାନ୍ତରୀକରଣ କରିବା ପରେ, ପୁଣି ହିନ୍ଦୁ ଧର୍ମକୁ ଫେରିଥିଲେ। 

୨୦୧୬ରେ କେରଳର ୨୧ ଜଣ ଲୋକ ISISରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା, ବ୍ୟବସାୟୀ ଓ ଶିକ୍ଷିତ ଲୋକ ବି ସାମିଲ ଥିଲେ । ୨୦୧୭ର ଏକ ରିପୋର୍ଟ ଅନୁସାରେ, କେରଳର ପ୍ରାୟ ୧୦୦ ଲୋକ କିଛି ବର୍ଷ ଭିତରେ ISISରେ ଯୋଗ ଦେଇଥିଲେ । ହ୍ବାଟସଆପ୍ ଓ ଟେଲିଗ୍ରାମର ଭଏସ୍ କ୍ଲିପ୍ ଏବଂ ମେସେଜ୍ ଆଧାରରେ ଏହି ସୂଚନା ଦେଇଥିଲା କେରଳ ପୋଲିସ । ଯାହାକି ସାରା ଦେଶରେ ଚହଳ ପକାଇ ଦେଇଥିଲା । ତେବେ  '୩୨ହଜାର' ସଂଖ୍ୟା ପଛର ସତ୍ୟତା କେତେ, ସେ ସଂପର୍କରେ ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ