Advertisment

କେବିସିରେ ଆରାଧ୍ୟାଙ୍କ ପାଠ ପଢା କଥା କହିଲେ ଅମିତାଭ

ଟିଭିର ଲୋକପ୍ରିୟ କ୍ୱିଜ୍ ଆଧାରିତ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ ପତି ୧୩’ ର ହଟ୍ ସିଟ୍‌ରେ ଥିଲେ କଳ୍ପନା ସିଂହ ବୈଠୀ। କଳ୍ପନା ଗ୍ୱାଲିଅର୍‌ର ଏକ ସ୍କୁଲରେ ଅଧ୍ୟକ୍ଷା ଅଛନ୍ତି। ସେ ଗେମ୍‌ ସମୟରେ ଅମିତାଭ ବଚ୍ଚନଙ୍କ ସହିତ ଅନ୍‌ଲାଇନ୍ କ୍ଲାସ୍‌ର ଚ୍ୟାଲେଞ୍ଜକୁ ନେଇ କଥା ହୋଇଥିଲେ। ଏହା ଉପରେ ବିଗ୍ ବି ନିଜ ନାତୁଣୀ ଆରାଧ୍ୟାଙ୍କ ଅନ୍‌ଲାଇନ୍ କ୍ଲାସ ସହ ଜଡିତ କିଛି କଥା ଖୁଲାସା କରି କହିଛନ୍ତି ଯେ ଆରାଧ୍ୟା ମଧ୍ୟ ନୂଆ ଜିନିଷ ସହିତ ଆଡଜଷ୍ଟ କରିବା ନେଇ ଚେଷ୍ଟା କରୁଛି।

KBC

KBC

Advertisment

ମୁମ୍ବାଇ : ଟିଭିର ଲୋକପ୍ରିୟ କ୍ୱିଜ୍ ଆଧାରିତ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ ପତି ୧୩’ ର ହଟ୍ ସିଟ୍‌ରେ ଥିଲେ କଳ୍ପନା ସିଂହ ବୈଠୀ। କଳ୍ପନା ଗ୍ୱାଲିଅର୍‌ର ଏକ ସ୍କୁଲରେ ଅଧ୍ୟକ୍ଷା ଅଛନ୍ତି। ସେ ଗେମ୍‌ ସମୟରେ ଅମିତାଭ ବଚ୍ଚନଙ୍କ ସହିତ ଅନ୍‌ଲାଇନ୍ କ୍ଲାସ୍‌ର ଚ୍ୟାଲେଞ୍ଜକୁ ନେଇ କଥା ହୋଇଥିଲେ। ଏହା ଉପରେ ବିଗ୍ ବି ନିଜ ନାତୁଣୀ ଆରାଧ୍ୟାଙ୍କ ଅନ୍‌ଲାଇନ୍ କ୍ଲାସ ସହ ଜଡିତ କିଛି କଥା ଖୁଲାସା କରି କହିଛନ୍ତି ଯେ ଆରାଧ୍ୟା ମଧ୍ୟ ନୂଆ ଜିନିଷ ସହିତ ଆଡଜଷ୍ଟ କରିବା ନେଇ ଚେଷ୍ଟା କରୁଛି।

Advertisment

ଅମିତାଭ ବଚ୍ଚନ କହିଛନ୍ତି ଯେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଆରାଧ୍ୟାର ଅନ୍‌ଲାଇନ୍ କ୍ଲାସରେ ସାହାଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ “ଆମ ଘରେ ବି ପିଲା ଅଛନ୍ତି ଯିଏ ଅନ୍‌ଲାଇନ୍ ଶିକ୍ଷା ଗ୍ରହଣ କରୁଛନ୍ତି। ଦିନ ରାତି ଲାଗି ରହୁଛନ୍ତି ଏବଂ ପିତାମାତା ଉଭୟ ସହଯୋଗୀ ହୋଇ ରହୁଛନ୍ତି। କିପରି କମ୍ପ୍ୟୁଟର୍ ଚଲାଯାଏ, କ’ଣ ପିପିଟି କରିବାର ଅଛି ସବୁ କିଛି ସନ୍ଦେଶ ଦେଉଛନ୍ତି।”

Advertisment

ଅମିତାଭ ବଚ୍ଚନ ଆହୁରି କହିଛନ୍ତି ଯେ “ଅନେକ ବାର ମୁଁ ଦେଖିଛି ଯେ ଯେତେବେଳେ ଯୋଗ କ୍ଲାସ୍ ହୁଏ ପ୍ରକୃତରେ ଆରାଧ୍ୟା କମ୍ପ୍ୟୁଟର ସାମ୍ନାରେ ବସି ଯୋଗ କରେ। ଏହା ବହୁତ ଆଶ୍ଚର୍ଯ୍ୟ ହୋଇଥାଏ। ଥରେ ଦୁଇ ଥର ମୁଁ ଯାଇଛି, ଯେତେବେଳେ ତା’ର କ୍ଲାସ୍‌ ଚାଲିଥାଏ। ଏକ ବହୁତ ଭଲ ବାତାବରଣ ସୃଷ୍ଟି ହୋଇଥାଏ।”

୨୦୧୯ରେ ‘କୌନ୍ ବନେଗା କରୋଡ ପତି’ ପାଇଁ ଏକ ପ୍ରେସ୍ କନଫରେନ୍ସରେ, ଅମିତାଭ ବଚ୍ଚନ କହିଥିଲେ ଯେ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଘରେ ବସି କେବିବି ଖେଳନ୍ତି ଆଉ ପ୍ରଶ୍ନର ଉତ୍ତର ଦିଅନ୍ତି। ସେ ପୁଣି କହିଛନ୍ତି ଯେ ତାଙ୍କ ପତ୍ନୀ ଜୟା ବଚ୍ଚନ ଏହି ଶୋ’ ଦେଖିବା ନେଇ ସବୁ କାମ ଧନ୍ଦା ମଧ୍ୟ ଛାଡି ଦିଅନ୍ତି। ଆରାଧ୍ୟା ମଧ୍ୟ କେବିବି ଦେଖେ ବୋଲି ସେ କହିଛନ୍ତି।

Advertisment

‘କୌନ୍ ବନେଗା କରୋଡ ପତି ୧୩’ ରେ ମଧ୍ୟ ପ୍ରତି ଶୁକ୍ରବାର ସେଲିବ୍ରିଟି ଗେଷ୍ଟ୍‌ ଆସିଥାନ୍ତି। ଶୋ’ର ପ୍ରଥମ ସେଲିବ୍ରିଟି ଅତିଥି ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେୱାଗ୍ ଥିଲେ। ଆଗାମୀ ଏପିସୋଡରେ ଦୀପିକା ପାଦୁକୋନ୍ ଓ ଫରାହ ଖାନ ନଜର ଆସିବେ। ପ୍ରକାଶଥାଉ ଯେ ଏହି ଶୋ’ର ପ୍ରଥମ କରୋଡପତି ହିମାନୀ ବୁନ୍ଦେଲ ହୋଇଥିଲେ। ସେ ୧ କୋଟି ଟଙ୍କା ଜିତି ଗେମ୍ ଛାଡି ଦେଇଥିଲେ।

Amitabh Bachchan Kaun Banega Crorepati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ