Advertisment

କୋଟିପତି ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ; ଏହି ଶୋ’ ନେଇ ଆସୁଛନ୍ତି ଅମିତାଭ

ପୁଣି କୋଟିପତି ହେବାର ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଅମିତାଭ ବଚ୍ଚନ ତାଙ୍କର ସବୁଠାରୁ ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ୍‌ପତି' ନେଇ ଆସୁଛନ୍ତି। ଜାଣନ୍ତୁ କେବେ ଓ କେତେବେଳେ ଏହା ପ୍ରସାରଣ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Kaun Banega Crorepati-14 will starts from 7 august

Kaun Banega Crorepati-14 will starts from 7 august

Advertisment

ଆପଣ ଯଦି ଦୀର୍ଘ ଦିନ ଧରି ‘କୌନ୍ ବନେଗା କରୋଡ୍‌ପତି' ଶୋ’କୁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଲୋକଙ୍କ ବର୍ଷ ବର୍ଷର ସ୍ୱପ୍ନକୁ ପୂରା କରିବା ନେଇ ଅମିତାଭ ବଚ୍ଚନ ତାଙ୍କର ସବୁଠାରୁ ଲୋକପ୍ରିୟ ଶୋ’ରେ ପୁଣି ଥରେ ଆସୁଛନ୍ତି। ଏହାର ଅର୍ଥ ଆପଣମାନଙ୍କ ପାଖକୁ ପୁଣି ଥରେ କୋଟିପତି ହେବାର ସୁବର୍ଣ୍ଣ ସୁଯୋଗ ଆସିଛି। ‘ଦେବିୟୋ’ ଏବଂ 'ସଜ୍ଜନୋ' ସହିତ ପୁଣି ଥରେ ବଲିଉଡ୍‌ର ମେଗାଷ୍ଟାର୍‌ ଗ୍ରାଣ୍ଡ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି। ସବୁଠାରୁ ଖୁସି ଖବର ହେଉଛି ବର୍ତ୍ତମାନ ଶୋ’ର ପ୍ରିମିୟର ତାରିଖ ଘୋଷଣା କରାଯାଇଛି।

Advertisment

ବର୍ତ୍ତମାନ ଆପଣଙ୍କୁ ଆଉ ‘କୌନ୍ ବନେଗା କରୋଡ୍‌ପତି'ର ସିଜନ ୧୪ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଏହି ଶୋ’ ଆଜିଠାରୁ ଠିକ୍ ୧୩ ଦିନ ପରେ ଟିଭିରେ ପ୍ରସାରିତ ହେବାକୁ ଯାଉଛି। ନିର୍ମାତା ଏହି ଶୋ’ର ଏକ ନୂଆ ପ୍ରୋମୋ ରିଲିଜ୍ କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ପ୍ରୋମୋ ଦେଖି ଏହା ଅନୁମାନ କରାଯାଇପାରେ ଯେ ନିର୍ମାତା ନିଜର ସମସ୍ତ ଦର୍ଶକଙ୍କ ହୃଦୟ ଜିତିବାକୁ ଫୁଲ୍ ଦମ୍‌ରେ ପ୍ରସ୍ତୁତ।

ସୋନି ଟିଭିରେ ପ୍ରୋମୋ ଶେୟାର କରି ନିର୍ମାତା ଘୋଷଣା କରିଛନ୍ତି ଯେ ଏହି ସୋ ଅଗଷ୍ଟ ୭ ରବିବାର ରାତି ୯ଟାରୁ ଆରମ୍ଭ ହେବ। ଏହି ଶୋ’ ସହିତ ସ୍ୱାଧୀନତାର ମହାପର୍ବ ମଧ୍ୟ ଏହି ଦିନଠାରୁ ଆରମ୍ଭ ହେବ। କେବିସି ୧୪ର ନୂଆ ପ୍ରୋମୋରେ ଅମିତାଭ ବଚ୍ଚନ ଏହି କଥା ଉଲ୍ଲେଖ କରୁଥିବା ଦେଖିବାକୁ ମିଳିଛି।

Advertisment

ଏହି ପ୍ରମୋ ଆମୀର ଖାନଙ୍କଠାରୁ ଆରମ୍ଭ ହୋଇଛି। ଏହା ପରେ ସାମ୍ନାକୁ ଆସନ୍ତି କାର୍ଗିଲ ଯୁଦ୍ଧର ସାହସୀ ସୈନିକ ଡି.ପି ସିଂ। ତାଙ୍କ ଶରୀରରେ କେତେଗୁଡ଼ିଏ ଗୁଳି ଚିହ୍ନ ଏବେ ବି ଥିବା ସେ କହିଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟ ପ୍ରସିଦ୍ଧ ବକ୍ସର ମେରି କମ୍‌, ଫୁଟ୍‌ବଲ୍‌ ଖେଳାଳି ସୁନୀଲ ଛେତ୍ରୀଙ୍କ ନାମ ମଧ୍ୟ ସାମିଲ୍ ରହିଛି। ଶୋ’ର ପ୍ରୋମୋ ଏତେ ଚମତ୍କାର ହୋଇଛି ଯେ ଯାହା ଆପଣ ଦେଖିଲେ ଜାଣିପାରିବେ।

Advertisment

କେବିସିର ସୁଟିଂ ପ୍ରାୟ ଶେଷ ହୋଇଛି। ଏହି ଶୋ’ର ୧୪ ତମ ସିଜନର ସ୍ୱତନ୍ତ୍ର ଏପିସୋଡ୍ ରବିବାର ଦିନ ପ୍ରସାରଣ ହେବ। ଏହା ପରେ ଶୋ’ର ନୂଆ ଏପିସୋଡ୍ ୮ ଅଗଷ୍ଟ ସୋମବାରରୁ ପ୍ରତିଦିନ ପ୍ରସାରିତ ହେବ। ଏଥର ମଧ୍ୟ ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ଏହି ଶୋ’ ପ୍ରସାରିତ ହେବ ଏବଂ ଶୁକ୍ରବାର ଦିନ ସ୍ୱତନ୍ତ୍ର ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବ।

ପ୍ରକାଶଥାଉ ଯେ ଏଥର ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେଉଛି ଏବଂ ଏହି ଖୁସି ଅବସରରେ ‘କୌନ୍ ବନେଗା କରୋଡ୍‌ପତି'ର ନିର୍ମାତା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯଦି ହଟ୍‌ ସିଟ୍‌ରେ ବସିଥିବା ବ୍ୟକ୍ତି ୭.୫ କୋଟି ଟଙ୍କା ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୁଅନ୍ତି ତେବେ ବି ତାଙ୍କୁ ୭୫ ଲକ୍ଷ ଟଙ୍କା ମିଳିବ।

Amitabh Bachchan Kaun Banega Crorepati KBC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ