Advertisment

ଦିନକ ପରେ ଭିକି-କ୍ୟାଟ୍‌ଙ୍କ ରୟାଲ ୱେଡିଂ

ଆଜି ସଙ୍ଗୀତ୍, କାଲି ମେହେନ୍ଦି, ଆଉ ତା ପର ଦିନ ବିବାହ । ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ ଷ୍ଟାର୍ ଯୋଡ଼ି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ । ଏଥିରେ ଶତାଧିକ ଅତିଥି ଯୋଗ ଦେବାକୁ ଥିବା ବେଳେ, ଅନେକେ ୱେଡିଂ ଭେନ୍ୟୁରେ ପହଞ୍ଚିସାରିଲେଣି ।

Vicky Kaushal Katrina Kaif Marriage

Vicky Kaushal Katrina Kaif Marriage

Advertisment

ଜୟପୁର: ଆଜି ସଙ୍ଗୀତ୍, କାଲି ମେହେନ୍ଦି, ଆଉ ତା ପର ଦିନ ବିବାହ । ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ ଷ୍ଟାର୍ ଯୋଡ଼ି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ । ଏଥିରେ ଶତାଧିକ ଅତିଥି ଯୋଗ ଦେବାକୁ ଥିବା ବେଳେ, ଅନେକେ ୱେଡିଂ ଭେନ୍ୟୁରେ ପହଞ୍ଚିସାରିଲେଣି । ତେବେ ବିବାହ ଉତ୍ସବରେ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଓ ଫଟୋ ଭିଡିଓ ସୋସିଆଲ୍ ମିଡିଆରେ ନଛାଡ଼ିବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି ।

Advertisment

କାଲା ଚଷ୍ମା ଠୁ ଆରମ୍ଭ କରି ତେରି ଓର୍ ଯାଏଁ ଗୀତରେ ଝୁମି ଉଠିବ ସଂଗୀତ ପାର୍ଟି । ଏଇ ସବୁ ଗୀତରେ ଝୁମିବେ ଭିକ୍ଟ୍ରିନା ଯୋଡ଼ି- ମାନେ ବଲିଉଡ୍ ଷ୍ଟାର୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ଆଉ ଦିନକ ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବା ବେଳେ, ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ାରେ ଭବ୍ୟ ଆୟୋଜନ କରାଯାଇଛି । ଆସନ୍ତାକାଲି ମେହେନ୍ଦି ହେବାକୁ ଥିବା ବେଳେ, ଆଜି ସଂଗୀତ୍ । ଆଜିର ଉତ୍ସବ ରେଟ୍ରୋ ଥିମ୍‌ରେ ହେଉଥିବା ଚର୍ଚ୍ଚା ହେଉଛି । ଏଥିରେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍ ଓ ପଞ୍ଜାବୀ ସିଙ୍ଗର୍ ଗୁରଦାସ୍ ମାନ୍ ପର୍ଫର୍ମ କରିବା ଲାଗି ପହଞ୍ଚିଥିବା ଦେଖିବାକୁ ମିଳିଛି।

ଫିଲ୍ମ ନିର୍ଦ୍ଦେଶକ କବୀର ଖାନ୍, ପତ୍ନୀ ମିନି ମାଥୁର୍, ଅଭିନେତା ଅଙ୍ଗଦ ବେଦୀ, ଅଭିନେତ୍ରୀ ନେହା ଧୂପିଆ ଭିକି ଓ କ୍ୟାଟ୍ରିନା ବିବାହ ଉତ୍ସବରେ ଯୋଗଦେବା ଲାଗି ଭେନ୍ୟୁରେ ପହଞ୍ଚିସାରିଛନ୍ତି । ଅନେକ ଅତିଥି ପରିବାର, ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ମିଶାଇ ପ୍ରାୟ ୧୨୦ ଅତିଥି ଏହି ରୟାଲ୍ ୱେଡିଂରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି ।

Advertisment

ଏଥିପାଇଁ ସକାଳଠୁ ଜୟପୁର ଏୟାର୍ପୋର୍ଟରେ ୪୦ରୁ ଅଧିକ ଲକ୍‌ଜୁରି କାର୍‌ର ଲାଇନ୍ ଲାଗିଛି । ଶୁଣିବାକୁ ମିଳୁଛି, ସୁପରଷ୍ଟାର୍ ସଲମାନ୍ ଖାନ୍ ସେଠାକୁ ନଗଲେ ମଧ୍ୟ ତାଙ୍କ ପରିବାର ଆସିପାରନ୍ତି । ସେପଟେ ଏହି ବିବାହ ଉତ୍ସବର ସୁରକ୍ଷା ଦାୟିତ୍ୱ ସଲମାନ୍‌ଙ୍କ ନିଜ ବଡିଗାର୍ଡ ଶେରାଙ୍କ ଟିମ୍‌କୁ ଦେଇଥିବା ଚର୍ଚ୍ଚା ହେଉଛି । ତେଣେ ୱେଡିଂ ଭେନ୍ୟୁର ଭିତରର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅତିଥିଙ୍କୁ ଗିଫ୍ଟ ହାମ୍ପର୍ରେ ଏକ ନୋଟ୍ ମଧ୍ୟ ଦିଆଯାଉଛି, ଯେଉଁଥିରେ, ମୋବାଇଲ୍ ଫୋନ୍‌କୁ ରୁମ୍‌ରେ ଛାଡ଼ି ଆସିବାକୁ ଏବଂ ଉତ୍ସବର କୌଣସି ଫଟୋ ବା ଭିଡିଓ ସୋସିଆଲ୍ ମିଡିଆରେ ନଛାଡ଼ିବାକୁ ସ୍ପଷ୍ଟ ଭାବରେ କୁହାଯାଇଛି ।

୭୦୦ ବର୍ଷ ପୁରୁଣା ଦୁର୍ଗ, ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ାରେ ଷ୍ଟାର୍ ଯୋଡ଼ିଙ୍କ ରାଜକୀୟ ଅନ୍ଦାଜ୍‌ରେ ବିବାହ ଉତ୍ସବ ପାଇଁ ଗତକାଲି ଠାରୁ ଆସନ୍ତା ୧୧ ତାରିଖ ଯାଏଁ ବୁକ୍ ହୋଇସାରିଛି ପୁରା ଭେନ୍ୟୁ । ଏହି ରିଜୋର୍ଟରେ ୪୮ଟି ସୁଇଟ୍ ଥିବା ବେଳେ ପ୍ରତ୍ୟେକ ସୁଇଟ୍‌ର ରାତିକ ଭଡ଼ା ୮୪ ହଜାର ଟଙ୍କାରୁ ଆରମ୍ଭ ହୋଇ ୩ ଲକ୍ଷ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଭିକି କ୍ୟାଟ୍‌ଙ୍କ ବିବାହ ନେଇ ପ୍ରଶଂସକ ବେଶ ଖୁସି ରହିଛନ୍ତି ।

Advertisment
Bollywood News Vicky Kaushal Katrina Kaif Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ