Katrina kaif said on sitting home and raising children
ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମା’ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି! ଖବର ଅନୁଯାୟୀ, କ୍ୟାଟ୍ରିନା ଏବଂ ତାଙ୍କ ସ୍ୱାମୀ ଭିକି କୌଶଲ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନର ବାପାମାଆ ହେବାକୁ ଯାଉଛନ୍ତି। ଯଦି ଖବରକୁ ବିଶ୍ୱାସ କରାଯାଏ, କ୍ୟାଟ୍ରିନା ଲଣ୍ଡନରେ ନିଜ ସନ୍ତାନକୁ ଜନ୍ମ ଦେବେ ବୋଲି ଜଣାଯାଇଛି।
କିଛିଦିନ ପୂର୍ବରୁ କ୍ୟାଟ୍ରିନା ଲଣ୍ଡନ ରାସ୍ତାରେ ଏକ ଢିଲା କୋଟ ପିନ୍ଧିଥିବାର ନଜର ଆସିଥିଲେ। ଏଥିରୁ ଜଣାଯାଇଥିଲା ଯେ ସେ ଗର୍ଭବତୀ ଅଛନ୍ତି। ତେବେ କ୍ୟାଟ୍ରିନା ଏହି ଖବରକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେଉଛି।
କେଉଁଠି ଦେବେ ପିଲାକୁ ଜନ୍ମ:
ତେବେ କ୍ୟାଟ୍ରିନା କୈଫଙ୍କର ମଧ୍ୟ ଲଣ୍ଡନରେ ଏକ ଘର ଅଛି ଏବଂ ସେ ସେଠାରେ ବହୁତ ସମୟ ବିତାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରସବ ପାଇଁ ସେ ଲଣ୍ଡନ ବାଛିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ଅନୁଷ୍କା ଶର୍ମା ମଧ୍ୟ ଲଣ୍ଡନରେ ତାଙ୍କ ପୁଅ ଆରାଧ୍ୟାଙ୍କୁ ଜନ୍ମ ଦେଇଥିଲେ।
ପ୍ରଶଂସକମାନେ ଉତ୍ସାହର ସହିତ କ୍ୟାଟ୍ରିନାଙ୍କ ସନ୍ତାନର ଆଗମନକୁ ଅପେକ୍ଷା କରିଛନ୍ତି। ଯଦି କ୍ୟାଟ୍ରିନା ନିଜେ ଆଗାମୀ ଦିନରେ ଏହି ଖବରକୁ ନିଶ୍ଚିତ କରନ୍ତି, ତେବେ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର ହେବ।
ପିଲା ଜନ୍ମ ପରେ କ'ଣ କରିବେ:
ଏହାରି ଭିତରେ କିନ୍ତୁ କ୍ୟାଟ୍ରିନାଙ୍କ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ ଘରେ ରହି ପିଲାର ଯତ୍ନ ନେବେ। ତେବେ ତାଙ୍କର ଏହି କଥାରୁ ଜଣାପଡୁଛି ସେ ବୋଧେ ବଲିଉଡ୍ ଦୁନିଆକୁ ବାଏ ବାଏ କରିବେ ଆଉ ପିଲାର ଦାୟିତ୍ୱ ନେବେ। ଏହା ସହିତ ସେ ହୁଏତ ଲଣ୍ଡନରେ ରହିପାରନ୍ତି।
ତାଙ୍କୁ ଯେତେବେଳେ ପଚରାଯାଇଥିଲା, “ଆପଣ କ’ଣ କ୍ୟାରିୟର ଉପରେ ବିବାହକୁ ବାଛିବେ?” ଅଭିନେତ୍ରୀ ଏହାର ଉତ୍ତରରେ କହିଥିଲେ, “ନିଶ୍ଚିତ! ଯଦି ମୁଁ ଚାହିଁବି ତେବେ ନିଶ୍ଚିତ! ଏହାକୁ ନେଇ ମତେ ବାଧ୍ୟ କରାଯାଇ ପାରିବ ନାହିଁ। ଯଦି ମୋ ମନ କହିବ ଘରେ ରହିବାକୁ, ତେବେ ମୁଁ ଏହା କରିବି। ଯଦି ମୋ ମନ କହିବ ଘରେ ରହି ପିଲାର ଲାଳନ ପାଳନ କରିବାକୁ, ତେବେ ମୁଁ ଏହା ମଧ୍ୟ କରିବି।”
ଏହା ଛଡା ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ମହିଳାଙ୍କୁ ନିଜ ଅନ୍ତରାତ୍ମାର କଥା ଶୁଣିବାର ଅଛି। ପ୍ରକାଶଥାଉ ଯେ ୯ ଅକ୍ଟୋବର ୨୦୨୧ରେ କ୍ୟାଟ୍ରିନା କୈଫ୍ ଭିକି କୌଶଲଙ୍କୁ ବିବାହ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722604678.jpg)